ଭୁବନେଶ୍ଵର ହୋଟେଲ ରୁମରେ ରମାଦେବୀ ଛାତ୍ରୀଙ୍କ ରିଲ୍ସ ଏବେ ଭାଇରାଲ ହୋଇଛି ହେଲେ ସେ ଆଉ ନାହାନ୍ତି ।

ସେ ଥିଲେ ଖୁସ ମିଜାଜ ଆଉ ଟିକେ ଚୁଲବୁଲି । ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ଥିଲେ ସେ । ଟ୍ରେଣ୍ଡ କୁ ଯେଉଁ ଗୀତ ଆସେ ସେ ଆଉ ଡେରି ନ କରି ଋଲ୍ସ କରି ସେୟାର କରୁଥିଲେ । ଆଖି ରେ ତାଙ୍କର ଅସୁମାରି ସ୍ଵପ୍ନ ଥିଲା । ବଡ ଲୋକ ହେବାରାଆଶା ବି ଥିଲା । ହେଲେ ହଠାତ ତାଙ୍କର ଜୀବନ ଦୀପ ଲିଭିଗଲା । ଏହା ଆତ୍ମହତ୍ୟା ନା ସୁଚିନ୍ତିତ ହତ୍ୟା ? ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଋଲ୍ସ କରି ନାଚ ଗୀତ କରି ହସୁଥିବା ଯୁବତୀ ଜଣକ ହେଉଛନ୍ତି ଭୁବନେଶ୍ଵର ସ୍ଥିତ ରମାଦେବୀ ବିଶ୍ଵ ବିଦ୍ୟାଳୟର ଯୁକ୍ତ 2 ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ ।

ଯାହାଙ୍କର ହୋଟେଲ ରୁ ମିଳିଛି ମୃତ ଦେହ । ଏବେ ପ୍ରଶ୍ନ ଉଠୁଛି ତାଙ୍କ ସହ ଟ୍ରେନ ରେ ବସି ଋଲ୍ସ କରୁଥିବା ଯୁବକ ଜଣକ କିଏ ଥିଲେ ? ଯୁବକ ଜଣକ ଶୁଭଲକ୍ଷ୍ମୀ ଙ୍କ ସହ କୁଆଡେ  ଯାଉଥିଲେ ? ଏମାନଙ୍କର ବନ୍ଧୁତା କେତେ ଦିନର ଥିଲା । କିଛି ଏମତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ତେବେ ଏହି ଯୁବକଙ୍କ ବିଷୟରେ ପୋଲିସ ପାଖରେ କିଛି ବି ତଥ୍ୟ ନାହିଁ । ହୋଟେଲ ଭିତରେ ରମାଦେବୀ ବିଦ୍ୟାଳୟର ଛାତ୍ରୀ ଙ୍କ ମୃତ ଦେହ ମିଳିବା ପରେ ପୁରା ରାଜଧାନୀ ରେ ଏବେ ଚର୍ଚ୍ଚା ଧରିଛି ।

ହୋଟେଲ ରୁମ ଭିତରୁ ଶୁଭଲକ୍ଷ୍ମୀ ଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଜବତ କରିଛି । ଆଉ ଏବେ ତାଙ୍କର ମୃତ୍ୟୁ କୁ ନେଇ ବଢିବାରେ ଲାଗିଛି ସସପେନ୍ସ । ତାଙ୍କ ଘର ଭଦ୍ରକ ଜିଲ୍ଲା ରେ ହୋଇଥିବା ବେଳେ ରମାଦେବୀ ଯୁକ୍ତ 2 ବିଶ୍ଵ ବିଦ୍ୟାଳୟର ସେ ଛାତ୍ରୀ ଥିଲେ । ଶୁକ୍ରବାର ରାତି ପ୍ରାୟ 3:20 ମିନିଟ ସମୟ ହେବ ହୋଟେଲ ରେ ରେଜିଷ୍ଟର ରେ ଗେଷ୍ଟ ହୋଇ ସାଇନ ମାରି ହୋଟେଲ କୁ ପ୍ରବେଶ କରିଥିଲେ ଶୁଭଲକ୍ଷ୍ମୀ ।

ରୁମର ନମ୍ବର ଥିଲା 205 । ହେଲେ ରାତିରେ କଣ ଏମିତି ହେଲା ଯେ ସକାଳୁ ତାଙ୍କର ମୃତ ଦେହ ଉଧାର କରାଗଲା । ସେପଟେ ଝିଅର ମୃତ୍ୟୁ ଖବର ଶୁଣି ଶୁଭଲକ୍ଷ୍ମୀ ଙ୍କ ପରିବାର ଭୁବନେଶ୍ଵର ରେ ପହଞ୍ଚିଥିଲେ । ତାଙ୍କ ବାପା କହିଛନ୍ତି ଝିଅକୁ ହୋଟେଲ ଡାକି ହତ୍ୟା କରା ଯାଇଛି । ତଦନ୍ତ ହେବା ପରେ ସବୁ ସତ ସାମ୍ନା କୁ ଆସିବ ବୋଲି ଶୁଭଲକ୍ଷ୍ମୀ ଙ୍କ ବାପା ମତ ଦେଇଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଆସୁଛି କି ଅଧ ରାତିରେ କାହିଁକି ହୋଟେଲକୁ ଯାଇଥିଲେ ଶୁଭଲକ୍ଷ୍ମୀ ? ଏକୁଟିଆ ଆସିଥିଲେ ନା ତାଙ୍କ ସହ ଆଉ କିଏ ଥିଲେ ? ଏଭଳି ପ୍ରଶ୍ନ ଏବେ ଉଙ୍କି ମାର ଉଠିବା ବେଳେ ଶୁଭଲକ୍ଷ୍ମୀ ଙ୍କ ଋଲ୍ସ ଭିଡିଓ କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଯେଉଁଥି ରେ ଯୁବକ ଜଣକ ଶୁଭଲକ୍ଷ୍ମୀ ଙ୍କ ସହ ଝିଅ ନୁହେଁ ତୁ ଉର୍ବଶୀ ତୋ ପ୍ରେମରେ ମୁଁ ଫସିଗଲି ଗୀତ ରେ ଋଲ୍ସ କରିଛନ୍ତି ।