ବାପା ଯିବା ପରେ ମା ଆମକୁ ଛାଡି ଆଉ କାହାକୁ ବାହା ହୋଇ ଚାଲିଗଲା ଏବେ ଆମେ କଣ କରିବୁ ? ଏମିତି କିଛି କହି କାନ୍ଦି ପକାଇଛନ୍ତି 5 ଭାଇ ଭଉଣୀ ।

ଆଖି ଭିଜାଇ ଦେବ ସାନ ଝିଅର କେତେ ପଦ କଥା । ଦୁଇ ବର୍ଷ ତଳେ ପିଲାମାନେ ବାପା ଛେଉଣ୍ଡ ହୋଇଗଲେ । ମା ଆଉ ଜଣେ ଯୁବକ ସହ ବାହା ହୋଇ ଚାଲିଗଲା ଯେ ଆଉ ଫେରିଲା ନାହିଁ । ଏବେ 5 ଭାଇ ଭଉଣୀଙ୍କା ଜୀବନ ଦୁର୍ବିସହ । ଆହାଃ କହିବାକୁ କେହି ନାହାନ୍ତି । ଏବେ ବଡ ଝିଅ ଉପରେ 4 ଭାଇ ଭଉଣୀଙ୍କ ବୋଝ ଲଦି ହୋଇ ପଡିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ବସ୍ତା ସନ୍ତୋଷପୁର ପଞ୍ଚାୟତ ଧେଙ୍କଟୟା ଗାଁ ର ବବଲୁ ହେମ୍ରାମ ଙ୍କର 5 ଟି ଛୁଆ ।

ଗତ 2 ବର୍ଷ ତଳେ ଅଜଣା ରୋଗରେ ପୀଡିତ ହୋଇ ବାବଲୁ ଆରପାରିକୁ ଚାଲିଗଲେ । 6 ମାସ ତଳେ ବାବଲୁ ଙ୍କ ସ୍ତ୍ରୀ ଗୀତା ହେମ୍ରମ 3 ଝିଅ ଓ 2 କୁନି ପୁଅକୁ ଛାଡି ଆଉ ଜଣଙ୍କୁ ବାହା ହୋଇ ଚାଲିଗଲେ । ଏବେ ବେସାହାରା ହୋଇ ପଡିଛନ୍ତି 5 ଭାଇ ଭଉଣୀ । ବଡ ଝିଅ ମୂଳ ଲାଗି ଦୁଇ ପଇସା ଆଣିଲେ ଚାରି ଭାଇ ଭଉଣୀ ଙ୍କ ପେଟରେ ଦାନ ପଡେ । ଆଉ ଯେଉଁ ଦିନ ଦାନ ନ ପଡେ 2-3 ଦିନ ଉପାସ ରହିବାକୁ ପଡେ ।

ମୁଣ୍ଡ ଗୁଞ୍ଜିବାକୁ ବି ଘର ବି ନାହିଁ । ପଲିଥିନ ତଳେ ଜୀବନ ବିଟୁଛି ଏମାନଙ୍କର । ଆଉ ଯଦି କେବେ ବର୍ଷା ପବନ ହେଲା ତେବେ ପାଖରେ ଥିବା ପାଇଖାନା ଘରେ ସବୁ ଭାଇ ଭଉଣୀ ରୁହନ୍ତି । ଏ ପରିବାରର ଭୋଟ କାର୍ଡ ସହ ଆଧାର କାର୍ଡ ମଧ୍ୟ ଅଛି । ହେଲେ ରାସନ କାର୍ଡ ଏ ଯାଏଁ ନାହିଁ । କୁନି ପିଲାଙ୍କର ଦୁଃଖ ଦେଖି ଗାଁ ଲୋକେ କେବେ କେବେ କିଛି ଖାଇବାକୁ ଦେଇଥାନ୍ତି ।

ଏତେ ସବୁ ପରେ ବି ଅସହାୟ ଲୋକଙ୍କ ଉପରେ ପଡିନି ସରପଞ୍ଚ କି ସରକାରଙ୍କର ନଜର । କହିବାକୁ ଗଲେ ଏମାଙ୍କର ଦୁନିଆରେ କେହି ବି ନାହାନ୍ତି । କୁହା ଯାଉଛି କି ବହୁତ ଜଲ୍ଦି ଏମାନଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯିବ । ତେବେ ଏହି ସୁବିଧା କେତେ ହେବ ତାହାକୁ ନେଇ ଚିନ୍ତା ରେ ଅଛନ୍ତି 5 ଭାଇ ଭଉଣୀ । ବାପା ମା ଙ୍କୁ ହରାଇ କେମିତି ବଞ୍ଚିବେ ଏ 5 ଭାଇ ଭଉଣୀ ଙ୍କ ଜୀବନ ।

ତାହାକୁ ନେଇ ଏବେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି । ତେବେ ସେ ଯାହା ବି ହେଉ ଏ ପରିବାରର ଦୁଃଖ ଦେଖିଲେ କାହାର ବି ଆଖି ରୁ ଲୁହ ଆସିଯିବ । ଆଶା କରୁଛୁ ଏ ଖବର ଦେଖି ପ୍ରଶାସନ ତତ୍ପର ହୋଇ 5 ଭାଇ ଭଉଣୀ ଙ୍କ ଭବିଷ୍ୟତ ପାଇଁ କିଛି ସ୍ଥାୟୀ ବନ୍ଦୋବସ୍ତ କରିବେ ।