ବୁଢ଼ାପା ଆସିଲେ ହିଁ, ସ୍ତ୍ରୀ ର ମୂଲ୍ୟ କଣ ବୁଝିବ ! “ରୁନୁ” କୁ ଆଜି ବି ମୁଁ ବହୁତ୍ ଭଲ ପାଉଛି । ଏମିତି କିଛି କହିଛନ୍ତି Runu Parija ଙ୍କ ସ୍ଵାମୀ ଚଣ୍ଡୀ ପରିଜା

ନମସ୍କାର ବନ୍ଧୁଗଣ । ଆପଣ ମାନଙ୍କର ସମସ୍ତଙ୍କର ପ୍ରିୟ ଓଲିଉଡ ଜଗତର ଲୋକପ୍ରିୟ ଅଭିନେତ୍ରୀ ରୁନୁ ପରିଜା ଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ରୁନୁ ଜଣେ ଭଲ କଳକାର ନ ଥିଲେ ବରଂ ଜଣେ ଭଲ ବ୍ୟକ୍ତିତ୍ବ ସମ୍ପନ୍ନ ମଧ୍ୟ ଥିଲେ । ସେ ଦର୍ଶକ ମାନଙ୍କ ନିଜ କଳା ଦ୍ଵାରା ଅନେକ ଫିଲ୍ମ ଭେଟି ଦେଇଛନ୍ତି । ସେ କମେଡି ଦ୍ଵାରା କେବେ ଶାଶୁ ଚରିତ୍ରରେ ଦର୍ଶକ ମାନଙ୍କର ମନୋରଞ୍ଜନ କରାଇଛନ୍ତି ।

ତେବେ ରୁନୁ ଙ୍କ ସ୍ଵାମୀ ଚଣ୍ଡୀ ପରିଜା ଏକ ସାକ୍ଷାତକାରରେ ରୁନୁ ଙ୍କୁ ନେଇ ବଡ ଖୁଲାସା କରିଛନ୍ତି । ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ । ଚଣ୍ଡୀ ପରିଜା କହିଛନ୍ତି ଯେ “ମୁଁ ଆଜି ଯାଏଁ କେବେ ବି ରୁନୁ କୁ ତୁ କହି ନାହିଁ । ଏତିକି ଦୁଃଖ ରହିଗଲା ସେ ମୋତେ ଛାଡିକି ଚାଲିଗଲା । ସେ ଯେଉଁଠି ବି ଥାଉ ଭଲରେ ଥାଉ ଖୁସି ରେ ଥାଉ । କହିବାକୁ ମୋ ପାଖରେ ଶବ୍ଦ ନାହିଁ । ତା ଟ୍ୟାଲେନ୍ଟ ଆଗରେ ମୁଁ କିଛି ବି ନୁହେଁ ।

ମୁଁ ଯଦିଓ ଫିଲ୍ମ ନିର୍ଦ୍ଦେଶନା ଦେଉଛି ଆପଣ ମାନେ ଜାଣିଲେ ଖୁସି ହେବେ ମୋ ପ୍ରଥମ ସିନେମା ସେ ହିଁ ମୋତେ ଷ୍ଟୋରି କହିଥିଲା । ସ୍ତ୍ରୀ ର ଜରୁରତ ବୁଢା ହେଲେ ଦରକାର ପଡେ । ଯୌବନ ଅବସ୍ଥାରେ ସ୍ତ୍ରୀ କଣ କେହି ଅନୁଭବ କରିପାରନ୍ତି ନାହିଁ । ଯେବେ ବୁଡାପା ଅବସ୍ଥା ଆସେ ସେତେବେଳେ ସ୍ତ୍ରୀ ର ଉପସ୍ଥିତି କେତେ ଯେ ଜରୁରୀ ସେ କଥା କହି ହେବ ନାହିଁ । ରୁନୁ ଙ୍କ ଜାଗା କେହି ବି ନେଇ ପାରିବେନି । ରୁନୁ କଥା ମୋର ବହୁତ ମନେ ପଡେ ।

ଗତ 8 ବର୍ଷ ହେଲାଣି ସେ ଆରପାରିକୁ ଚାଲି ଗଲାଣି । ତାକୁ ମନେ ରଖିବା ପାଇଁ ମୁଁ 3 ବର୍ଷ ହେଲା ସାଧନା ଟ୍ରଷ୍ଟ ଖୋଲିଛି । ସେଥିରେ ମୁଁ ନାଟକ କରୁଛି ଆଉ କରିବି ମଧ୍ୟ । କାରଣ ରୁନୁ ମଧ୍ୟ ନାଟକ ରୁ ସିନେମା କୁ ଯାଇଥିଲା । ସିନେମା କରିବା ସହଜ ନୁହେଁ । ସବୁ ବର୍ଷ ନାଟକ କରାଇବି ତାରି ସ୍ମୃତି ରେ । ଭଲ ପାଇବା ଅଛି ଆଉ ରହିବି ମଧ୍ୟ । ତାରି ପ୍ରେରଣାରେ ମୁଁ ନିର୍ଦ୍ଦେଶକ ହୋଇଥିଲି ଆଉ ଏବେ ବି ଅଛି ।

ରୁନୁ ଙ୍କ ସ୍ଥାନ ଆଉ କେହି ବି ନେଇପାରିବେ ନାହିଁ । ସେ ଥିଲେ ମୋର ଆରମ୍ଭ ଆଉ ଶେଷ । ରୁନୁ ବହୁତ ଭଲ ରୋଷେଇ କରେ ଆଜି ଯାଏଁ ମୁଁ ଭୁଲି ପାରି ନାହିଁ । ରୁନୁ ହାତ ରନ୍ଧା ରୋଷେଇ ମୁଁ 8 ବର୍ଷ ହେଲାଣି ପାଇ ନାହିଁ କି ଆଉ ପାଇବି ନାହିଁ । ତାର ଅନେକ କଥା ଅଧାରେ ରହିଗଲା । ସେ ତ ଅଧା ଜୀବନରୁ ଚାଲିଗଲା” ।