ବାହନ ଚାଳକଙ୍କ ପାଇଁ ଆଜିଠୁ ଜାରି ହେଲା ଏହି ୧୩ ଟି ନୂଆ ନିୟମ, ଜାଣି ନିଅନ୍ତୁ ନହେଲେ ପଡ଼ିପାରନ୍ତି ଅସୁବିଧାରେ

ବର୍ତ୍ତମାନ ସମୟରେ ପାଖାପାଖି ସମସ୍ତଙ୍କ ପାଖରେ ଟୂ ୱିଲର ଓ ଫୋର ୱିଲର ଗାଡି ଅଛି । ସମସ୍ତେ ରାସ୍ତାରେ ଜୋରରେ ଗାଡି ଚଳାଇଥାନ୍ତି । ଯଦି ଆପଣଙ୍କ ପାଖରେ ବି ଗାଡି ଅଛି ଓ ଆପଣ ବି ଗାଡି ଚଲାଉଛନ୍ତି ତେବେ କହିଦେଉଛୁ କି ସରକାର ଆପଣଙ୍କ ପାଇଁ ୧୩ଟି ନୂଆ ନିୟମ ଜାରି କରିଛନ୍ତି । ଯାହାକୁ ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏହି ନିୟମ ବିଷୟରେ ହିଁ କହିବାକୁ ଯାଉଛୁ ।

ମଦ ପିଇ ଗାଡି ଚଳାଇବା

ନୂଆ ବିଲରେ କରାଯାଇଥିବା ପ୍ରାବଧାନ ଗୁଡିକ ଅନୁସାରେ ବର୍ତ୍ତମାନ ମଦ ପଇ ଗାଡି ଚଳାଇବା ଉପରେ ୨୦୦୦ ଟଙ୍କା ନୁହେଁ ୧୦୦୦୦ ଟଙ୍କା ଫାଇନ ଭରିବାକୁ ପଡିବ ।

ଆପାତକାଳୀନ ଗାଡ଼ୀ

ବର୍ତ୍ତମାନ କୌଣସି ଆପାତକାଳୀନ ଗାଡ଼ୀ ଯେମିତି କି ଏମ୍ବୁଲେଂସ, ଫାୟର ବ୍ରିଗେଡ ଗାଡିକୁ ରାସ୍ତା ନ ଦେଲେ ଆପଣଙ୍କ ଉପରେ ୧୦୦୦୦ ଟଙ୍କାର ଫାଇନ ଲାଗିପାରେ ।

ମୋବାଇଲ ଫୋନରେ କଥାବାର୍ତ୍ତା

ଯଦି ଆପଣ ଗାଡି ଚଲାଉଥିବା ସମୟରେ ମୋବାଇଲ ଫୋନରେ କଥା ହେଉଥିବାର ଧରା ପଡି ଯାଉଛନ୍ତି ତେବେ ବର୍ତ୍ତମାନ ୧୦୦୦ ଟଙ୍କା ବଦଳରେ ଆପଣଙ୍କୁ ୫୦୦୦ ଟଙ୍କାର ଫାଇନ ଦେବାକୁ ପଡିବ ।

ବିନା ହେଲମେଟ

ବିନା ହେଲମେଟରେ ଗାଡି ଚଳାଇବା ଉପରେ ୧୦୦୦ ଟଙ୍କା ଫାଇନ ଓ ୩ ମାସ ପାଇଁ ଲାଇସେନ୍ସ ଜବତ କରିବାର ପ୍ରାବଧାନ ବି ଅଛି ।

ରେଶ ଡ୍ରାଇଭିଂ

ରେଶ ଡ୍ରାଇଭିଂ କରିବା ସମୟରେ ଯଦି ଧରା ପଡିବେ ତେବେ ୧୦୦୦ ଟଙ୍କା ଜାଗାରେ ୫୦୦୦ ଟଙ୍କା ଫାଇନ ଭରିବାକୁ ପଡିବ ।

ବିନା ଲାଇସେନ୍ସରେ ଡ୍ରାଇଭିଂ

ବିନା ଲାଇସେନ୍ସରେ ଡ୍ରାଇଭିଂ କରିବା ଉପରେ ଫାଇନ ୫୦୦ ରୁ ବଢି ୫୦୦୦ ଟଙ୍କା କରି ଦିଆଯାଇଛି ।

ଅଧିକ ଜୋରରେ ଗାଡି ଚଳାଇବା ଉପରେ

ଯଦି ଆପଣ ଅଧିକ ଜୋରରେ ଗାଡି ଚଲାଉଥିବା ସମୟରେ ଧରା ପଡ଼ୁଛନ୍ତି ତେବେ ଆପଣଙ୍କୁ ୫୦୦ ଜାଗାରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ ଦେବାକୁ ପଡିବ ।

ସିଟ ବେଲ୍ଟ ନ ଲଗାଇବା ଉପରେ

ସିଟ ବେଲ୍ଟ ନ ଲଗାଇବା ଉପରେ ପ୍ରଥମେ ୧୦୦ ଟଙ୍କା ଫାଇନ ଲାଗୁଥିଲା, ଯାହାକୁ ବର୍ତ୍ତମାନ ବୃଦ୍ଧି କରି ୧୦୦୦ ଟଙ୍କା କରି ଦିଆଯାଇଛି ।

ନାବାଳିକା ଗାଡି ଚଳାଇବା ଉପରେ

ଯଦି କୌଣସି ନାବାଳିକା ଗାଡି ଚଲାଉଥିବା ସମୟରେ ଧରା ପଡିଥାଏ ତେବେ ଏଥିପାଇଁ ଅଭିଭାବକ ଦୋଷୀ ହେବେ । ଏଥିପାଇଁ ୨୫୦୦୦ ଟଙ୍କା ଫାଇନ ସହିତ ୩ ବର୍ଷ ଜେଲର ପ୍ରାବଧାନ ବି ଅଛି । ଏହା ସହିତ ଗାଡିର ରଜିସ୍ଟ୍ରେଶନ ଖାରଜ କରି ଦିଆଯିବ ।

ଆଧାର ନମ୍ବର ଅନିବାର୍ଯ୍ୟ

ବର୍ତ୍ତମାନ ଲାଇସେନ୍ସ ନେବା କିମ୍ବା ଗାଡିର ରଜିସ୍ଟ୍ରେଶନ ପାଇଁ ଆଧାର ନମ୍ବର ହେବା ଆବଶ୍ୟକ ।

ଲାଇସେନ୍ସର ରିନ୍ୟୁ

ବର୍ତ୍ତମାନ ଲାଇସେନ୍ସର ବୈଧତା ଶେଷ ହୋଇଯିବାର ଏକ ବର୍ଷ ପରେ ବି ଲାଇସେନ୍ସ ରିନ୍ୟୁ କରାଯାଇ ପାରିବ ।

ଦୁର୍ଘଟଣାରେ କାହାର ମୁର୍ତ୍ୟୁ

ଯଦି ଖରାପ ରାସ୍ତା କିମ୍ବା ଭୁଲ ଡିଜାଇନ କାରଣରୁ କାହାର ଦୁର୍ଘଟଣା କିମ୍ବା ମୁର୍ତ୍ୟୁ ହୋଇଥାଏ । ତେବେ ଏହାର ଦୋଷ କଣ୍ଟ୍ରାକ୍ଟର ଓ ଡିଜାଇନର ଉପରେ ଆସିବ ।

ଗାଡିପାର୍ଟର କ୍ୱାଲିଟି କମ

ଯଦି ଦୁର୍ଘଟଣା କୌଣସି ଗାଡି ଯୋଗୁ ହୋଇଥାଏ ତେବେ ସରକାର ସେହି ଗାଡି ଗୁଡିକୁ ମାର୍କେଟରେ ବନ୍ଦ ବି କରି ପାରିବେ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।