ବିବାହ ପରଠାରୁ ଏବେ ଯାଏ, ବର୍ଷା କହିଲେ କେମିତି ଦେଉଥିଲେ ଅନୁଭବ ନିର୍ଯାତନା

ଓଡିଆ ସିନେମା ଜଗତର ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷା ବିଷୟରେ ସମସ୍ତେ ଜାଣିଛନ୍ତି । ଏମାନେ ଦୁଇ ଜଣ ଏକାଠି ବହୁତ ଓଡିଆ ଫିଲ୍ମରେ କାମ ମଧ୍ୟ କରିଛନ୍ତି । ଯେଉଁଥିରୁ ସବୁ ଫିଲ୍ମ ହିଟ ମଧ୍ୟ ପ୍ରମାଣିତ ହୋଇଛି । ଅନୁଭବ ବର୍ଷାଙ୍କ ଯୋଡିକୁ ବି ଲୋକମାନେ ବହୁତ ପସନ୍ଦ କରନ୍ତି । ଫିଲ୍ମରେ ସ୍ଵାମୀ ସ୍ତ୍ରୀର ଅଭିନୟ କରିବା ପରେ ଅସଲ ଜୀବନରେ ବି ଦୁଇ ଜଣ ସ୍ଵାମୀ ସ୍ତ୍ରୀ ହୋଇଗଲେ ।

କିନ୍ତୁ ବର୍ତ୍ତମାନ ବର୍ଷା ଯେଉଁ ଅଭିଯୋଗ ନେଇ ଆସିଛନ୍ତି, ଏହା ପରେ ସମସ୍ତେ ଏମାନଙ୍କ ସମ୍ପର୍କକୁ ନେଇ ଚର୍ଚା କରିବାକୁ ଲାଗିଛନ୍ତି । ଏମିତିରେ ଅନୁଭବଙ୍କ ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆସି ଯାଇଛି । ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ ବିବାହ ପରେ ଅନୁଭବ ବର୍ଷାଙ୍କୁ କେଉଁଭଳି ଭାବରେ ଦେଖୁଥିଲେ ଓ ତାଙ୍କ ସହ କେଉଁଭଳି ବ୍ୟବହାର କରୁଥିଲେ ।

ଆପଣଙ୍କୁ କହିଦେଉଛୁ କି ବର୍ଷା ଏସଡ଼ିଜେଏମ କୋର୍ଟରେ ପାରିବାରିକ ହିଂସା ଆଇନ ଅନୁସାରେ ଅନୁଭବ ବିରୁଦ୍ଧରେ ଏକ ଅଭିଯୋଗ ଦାଖଲ କରିଛନ୍ତି । ଏହି ଅଭିଯୋଗ ଗତ ମାସ ୭ ତାରିଖରେ ଦାଖଲ କରାଯାଇଥିଲା ଓ ଆସନ୍ତା ୭ ତାରିଖରେ ଏହାର ଶୁଣାଣୀ ହେବ । କହିବାକୁ ଗଲେ ବର୍ଷା ୮ ପୃଷ୍ଠା ବିଶିଷ୍ଟ ଅଭିଯୋଗ ଦାଖଲ କରିଛନ୍ତି ।

୮ ଫେବ୍ରୁୟାରୀ ୨୦୧୪ରେ ବର୍ଷା ଓ ଅନୁଭବଙ୍କ ବାହାଘର ହୋଇଥିଲା । କିନ୍ତୁ ବାହାଘରର ୬ ବର୍ଷ ପୂର୍ବରୁ ଅନୁଭବ ବର୍ଷାକୁ ଭଲ ପାଉଥିଲେ ଓ ଏମିତିରେ ସେ ତାଙ୍କୁ ବାହା ହେବା ପାଇଁ ଜିଦ ଧରି ବସିଥିଲେ ବୋଲି ବର୍ଷା ନିଜର ଅଭିଯୋଗ କାଗଜରେ ଲେଖିଛନ୍ତି । ଏହା ଛଡା ବର୍ଷାଙ୍କୁ ବାହା ହେବା ପାଇଁ ଅନୁଭବ ନିଜର ହାତ କାଟିଦେବେ ଓ ଆତ୍ମହତ୍ୟା କରିବେ ବୋଲି ବର୍ଷାଙ୍କ ପରିବାରକୁ ଧମକ ବି ଦେଉଥିଲେ ।

ଏହା ପରେ ବର୍ଷାଙ୍କ ବିଧବା ମା ଅନୁଭବ ଓ ବର୍ଷାଙ୍କ ବିବାହ ପାଇଁ ରାଜି ହୋଇଗଲେ । ବର୍ଷା ଆଗକୁ ଲେଖିଛନ୍ତି କି କିନ୍ତୁ ବିବାହ ପରେ ଅନୁଭବ ଓ ତାଙ୍କର ପରିବାରର ରୂପ ରଙ୍ଗ ବଦଳି ଯାଇ ଥିଲା । ଏହା ସହ ଅନ୍ୟ କେତେକ ମହିଳାଙ୍କ ସହ ବି ଅନୁଭବଙ୍କ ସମ୍ପର୍କ ଅଛି ଓ ଏହାକୁ ତାଙ୍କର ଘର ଲୋକମାନେ ବି ସମର୍ଥନ କରୁଥିଲେ । ଅନୁଭବ ଜଣେ ହୃଦୟହୀନ ବ୍ୟକ୍ତି ଅଟନ୍ତି ବୋଲି ବର୍ଷା କହିଛନ୍ତି ।

ଏହା ପରେ ବର୍ଷା ଆଗକୁ କହିଲେ କି ବିବାହ ପରେ ସେ ଅନୁଭବଙ୍କ ସହ ଯେତିକି ବି ଫିଲ୍ମରେ କାମ କରିଛନ୍ତି ସେହି ସମସ୍ତ ଫିଲ୍ମ ପାଇଁ ତାଙ୍କୁ କୌଣସି ଟଙ୍କା ବି ଦିଆଯାଇ ନାହିଁ । ଅନୁଭବ ଓ ତାଙ୍କର ପରିବାର ଲୋକମାନେ ବିଭିନ୍ନ ପ୍ରକାରର ନିର୍ଯାତନା ଦେବା ସହ ବର୍ଷାଙ୍କୁ ଧମକ ବି ଦେଉଥିଲେ । ବର୍ଷା କହିଛନ୍ତି କି ଅନୁଭବ ଅତ୍ୟଧିକ ମଦ୍ୟପାନ କରନ୍ତି ଓ ମଦ ପିଇବା ପରେ ଅନୁଭବ ନିଜର ହିତାହିତ ଜ୍ଞାନ ହରାଇ ତାଙ୍କୁ ଗାଳିଗୁଲଜ ଓ ବାଡିର ମାରିପିଟ କରୁଥିଲେ ।

ଏହି ସବୁ ନିର୍ଯାତନା ସହିବା ସତ୍ବେ ବି ବର୍ଷା ଚୁପଚାପ ସବୁ ସହି ଯାଉଥିଲେ । ଏହା ଛଡା ବର୍ଷା କହିଲେ କି ସେ ମା ହେବା ଇଚ୍ଛା କରୁଥିଲେ କି ଅନୁଭବ ତାଙ୍କର ସାଥ ଦେଉ ନ ଥିଲେ ଓ ଲକଡାଉନରେ ଅନୁଭବ ଓ ତାଙ୍କର ପରିବାରର ଅତ୍ୟାଚାର ଆହୁରି ବଢିଗଲା । ଯେଉଁ କାରଣରୁ ସେ ଆଉ ସହି ନ ପାରି ଶେଷରେ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି । ବର୍ତ୍ତମାନ ସମସ୍ତ ଏହି ଦୁଇ ଯୋଡିଙ୍କୁ ନେଇ ଚର୍ଚା ଆରମ୍ଭ କରିଦେଇଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।