20 ଲକ୍ଷର ଗହଣା ଅଟୋରେ ଭୁଲିଗଲେ, ଗରିବ ଅଟୋ ଡ୍ରାଇଭର କଲେ ଏମିତି କାମ ଆପଣ ବି କରିବେ ପ୍ରଶଂସା

ଆପଣ ମାନେ ସମସ୍ଥେ ଜାଣିଛନ୍ତି, ଯଦି ଆମେ ବେଇମାନିର ଟଙ୍କା କମାଇଥାଉ ଏହା ଆମ ପାଖରେ ବେଶି ଦିନ ରହିନଥାଏ । ଏହାର ହିସାବ ପ୍ରଭୁ ଖୁବ ଶୀଘ୍ର କରିଥାନ୍ତି ଆପଣ ଯେଉଁ ଭଳି ଭାବରେ କର୍ମ କରିଥିବେ ସହିଭଳି ଫଳ ହିଁ ପାଇବେ ଅର୍ଥାତ ଯଦି ଆପଣ ସତ ଉପାୟରେ ଧନ କମାଇଥିବେ ତେବେ ଏହା ନିଜ କର୍ମରେ ଏହା ଲାଗିବ ନଚେତ ଏହା ନିଜର ହିଁ କ୍ଷତି କରିଥାଏ । ତେଣୁ କରି ଆପଣ ସର୍ବଦା ଇମାଦାରି ଅନୁସାରେ କାର୍ଯ୍ୟ କରିବା ଦରକାର ।

ଯେଉଁ ସମୟରେ ପର୍ଯ୍ୟନ୍ତ ଆପଣଙ୍କର ଇମାନ୍ଦାରୀ ଥିବ ସେହି ସମୟ ପର୍ଯ୍ୟନ୍ତ ନିଜର ସଂମ୍ମାନ ଓ ଇଜ୍ଜତ ସମାଜରେ ରହିଥିବ । କିନ୍ତୁ ଏହି ଇଜ୍ଜତ ଆପଣଙ୍କୁ ଟଙ୍କା ଦେଇ ପାରିବନି ସେଥିପାଇଁ ବୋଧେ ସେହି ଅଟୋ ଚାଳକ ଜଣକ ତାର ଗାଡି ଭିତରେ ଥିବା ବ୍ୟାଗରେ ଭର୍ତି ହୋଇଥିବା ସୁନା ଓ ଗହଣାକୁ ନେଇ ଯେଉଁ ଲୋକ ଛାଡିଥିଲେ ସେ ତାଙ୍କୁ ନେଇ ଦେଇ ଥିଲେ ।

ସେହି ଅଟୋ ଚାଳକର ନାମ ହେଉଛି ଶ୍ରବଣ କୁମାର ସେ ଚେନ୍ନାଇର ଲୋକ ଅଟନ୍ତି ସେ ସେଠାରେ ରହି ଅଟୋ ଚଲାଉ ଥିଲେ । ଗୋଟିଏ ଦିନ ଏକ ଯାତ୍ରୀ ତାଙ୍କ ଅଟୋ ଭିତରେ ବ୍ୟାଗରେ ଭର୍ତି ଥିବା ସୁନା ଓ ଗହଣା ଭୁଲରେ ସବୁକୁ ଛାଡି ପଳାଇ ଥିଲେ । ଏତେ ବ୍ୟାଗରେ ଥିବା ସୁନା ଗହଣା ଦେଖି ତାଙ୍କର ଲୋଭ ଆସିନଥିଲା ଓ ସେ ବେଇମାନି କରିନଥିଲେ ।

ସେ ସେହି ବ୍ୟାଗକୁ ପୁରା ଇମାଦାରି ସହିତ ପୋଲିସ ଷ୍ଟେସନରେ ନେଇ ଦେଇଥିଲେ । ସେହି ବ୍ୟାଗରେ ପାଖା ପାଖି ୨୦ଲକ୍ଷ ଟଙ୍କାର ସୁନା ଗହଣା ଥିଲା କିଛି ଲୋକଙ୍କର କଥା ସୂତ୍ରରୁ ଜଣାପଡିଛି । ଏହି ବ୍ୟାଗ ପଲ ବ୍ରାଇଟ ନାମକ ଏକ ବ୍ୟକ୍ତିର ଥିଲା । ସେ ସେହି ବ୍ୟାଗକୁ ନେଇ ଏକ ବିଭା ଘରକୁ ଯାଉଥିଲେ । ତାଙ୍କ ପାଖରେ ବହୁତ ବ୍ୟାଗ ଥିଲା ।

ସେ ବହୁତ ସମୟ ଧରି ଫୋନରେ କଥା ହେଉଥିଲେ । ତାଙ୍କର ସୁନା ଥିବା ବ୍ୟାଗ ସେ ଛାଡି ଚାଲି ଯାଇଥିଲେ । ଯେତେବେଳେ ତାଙ୍କର ସେହି ବ୍ୟାଗ କଥା ମନେ ପଡିଲା ସେ ବହୁତ ଡରିଯିବା ସହିତ ବିଚଳିତ ମଧ୍ୟ ହୋଇଗଲେ । ଏହାପରେ ସେ ଯାଇ ପୋଲିସ ଷ୍ଟସନରେ କୋପଲେନ ଲେଖିଥିଲେ ।

ପୋଲିସ ମଧ୍ୟ ଏଥିରେ ବହୁତ ତତ୍ପରତା ଦେଖାଇ ଶୀଘ୍ର ସେହି ବ୍ୟାଗକୁ ଖୋଜିବାରେ ଲାଗିଥିଲେ  ଓ ତାଙ୍କୁ କହିଲେ ଏହି ସିସିଟିଭି ଦ୍ଵାରା ସେହି ଅଟୋ ଚାଳକର ଠିକଣା ଜଣା ପଡିଯିବ । କିନ୍ତୁ ସେ ଜାଣିବାକୁ ପାଇଲେ କି ସେହି ଅଟୋ ଚାଳକ ଜଣକ ଯାଇ ସେମାନେ ଖୋଜିବା ପୂର୍ବରୁ ସେ ଏକ ପୋଲିସ ଷ୍ଟସନରେ ଯାଇ ସେହି ବ୍ୟାଗକୁ ଦେଇଥିଲେ ।

ଏହି କଥା ଶୁଣି ସେ ବହୁତ ଖୁସି ହୋଇଥିଲେ ଓ ସେ ତାଙ୍କୁ ବହୁତ ଧନ୍ୟବାଦ ଦେଇଥିଲେ । ସେ ତାଙ୍କର ଇମାନ୍ଦାରୀରେ ଖୁସି ହୋଇ ତାଙ୍କୁ ପୋଲିସ ମାନେ ତାଙ୍କୁ ଏକ ଫୁଲ ମାଳ ଦେଇ ତାଙ୍କର ସଂମ୍ମାନିତ କରିଥିଲେ । ଯେଉଁ ସମୟରେ ତାଙ୍କର ଏହି କଥା ସୋସିଆଲ ମିଡିଆରେ ଏହି କଥା ପ୍ରଚାର ହେବାକୁ ଲାଗିଲା ତାଙ୍କୁ ବହୁତ ଆଡୁ ଧନ୍ୟବାଦ ଓ ପ୍ରଶଂସାର ସୁଅ ଛୁଟି ଥିଲା ।

ଲୋକ ମାନେ କହିଲେ କି ଏହି ଭଳି ସବୁ ଅଟୋ ଚାଳକ ହୋଇଗଲେ ବହୁତ ଭଲ ହୁଆନ୍ତା ।  ଏହାପରେ ପୁରା ଦୁନିଆ ବଞ୍ଚିବା ପାଇଁ ବହୁତ ଖୁସି ଲାଗିବା । ଆପଣ କେତେ ଟଙ୍କା କମାଉଛନ୍ତି ସେଇଟା କେବେ ହେଲେ ଦେଖାଯାଏ ନାହିଁ ଆପଣ କେତେ ଇମାନ୍ଦାରୀରେ ଟଙ୍କା କମାଉଛନ୍ତି ସେଇଟା ସବୁ ଲୋକ ଦେଖିଥାନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।