ପିଲାଙ୍କ ଜନ୍ମକୁ ନେଇ ଗରୁଡ଼ ପୁରାଣରେ କୁହାଯାଇଛି କିଛି ଏମିତି କଥା ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ -Garuda Puran Facts

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆପଣ ମାନେ ତ ଗରୁଡ଼ ପୁରାଣ ନିଶ୍ଚିତ ପଢିଥିବେ । ଗରୁଡ଼ ପୁରାଣ ରେ ପାପ, ପୁଣ୍ୟ, ଜନ୍ମ, ମରଣ ବିଷୟରେ ବହୁତ ଗୁଡିକ ଶ୍ଲୋକ ରହିଛି । କୌଣସି ବି ମନୁଷ୍ୟ ର ମୃତ୍ୟୁ ହୋଇଗଲେ ତାକୁ ଗରୁଡ଼ ପୁରାଣ ଶୁଣା ଯାଇଥାଏ । ଆଜି ଆମେ ଜନ୍ମ ହେଲା ପିଲା ସମ୍ବନ୍ଧରେ କିଛି ତଥ୍ୟ ଗରୁଡ଼ ପୁରାଣ ରୁ ଜାଣିବା । ପୁଣିଥରେ ଆତ୍ମା ହେଉ କିମ୍ବା ଜୀଵ ସେ କିପରି ଭାବରେ ମା ପେଟ ରେ ପ୍ରବେଶ କରୁଛି ।

ପୁରା ନଅ ମାସ ଯାଏ ତାର ପେଟ ଭିତରେ କଣ ହେଉଛି ଆଦି ସବୁ କଥା ଜାଣିବା । ଏହାକୁ ଡ଼ାକ୍ତରୀ ବିଜ୍ଞାନ କିପରି କଣ ହୁଏ କହିସାରିଥିଲେ ମଧ୍ୟ ଗରୁଡ଼ ପୁରାଣ ରେ ଏହି ଆତ୍ମା ଓ ଜୀବ ବିଷୟରେ ସଂକ୍ଷିପ୍ତରେ ତଥ୍ୟ ଦିଆ ଯାଇଥାଏ । ସବୁ ପ୍ରାଣୀ ତାଙ୍କର ମୃତ୍ୟୁ ପରେ ଉପରକୁ ଯାଇଥାନ୍ତି । ଯଦି କର୍ମ ଭଲ ଥାଏ ତେବେ ଯମ ଲୋକ ଯିବାକୁ ପଡିନଥାଏ ।

ଏବଂ କର୍ମ ଯଦି ଖରାପ ହୋଇଥାଏ ତେବେ ଯମ ଲୋକ ଯିବାକୁ ପଡ଼ିଥାଏ । ଯାହାଦ୍ୱାରା ଯମ ଙ୍କ ଠାରୁ କଠୋର ଦଣ୍ଡ ମିଳିଥାଏ । ତାପରେ ଯମଙ୍କ ଠାରୁ କଠୋର ଦଣ୍ଡ ପାଇସାରିବା ପରେ ପୁଣି ଥରେ ଧରିତ୍ରୀ ରେ ଜନ୍ମ ଗ୍ରହଣ କରିଥାଉ । ଏବଂ ମା ର ପେଟ କୁ ଆସିବା ପରେ ମଧ୍ୟ ବହୁତ କଷ୍ଟ ଭୋଗିଥାଉ । ଗରୁଡ଼ ପୁରାଣ ଛଡା ଆହୁରି ଅନେକ ଗ୍ରନ୍ଥ ରେ ମା ପେଟ ରେ ଥିବା ବେଳେ କଷ୍ଟ ଭୋଗିବାର କୁହାଯାଇଛି ।

ତା ପରେ ମା ପେଟରୁ ଜନ୍ମ ନେଇ ବାହାର କୁ ଆସିଲା ପରେ ମୃତ୍ୟୁ କଥା ଯମ ଲୋକରେ ପାଇଥିବା ସମସ୍ତ କଷ୍ଟ କଥା ଭୁଲି ଯାଇଥାଉ । ଏବଂ ଏକ ମାୟା ର ବନ୍ଧନ ରେ ବାନ୍ଧି ହେଇଯାଇଥାଉ । ଯେତେବେଳେ ଛୁଆ ମା ପେଟ ରେ ଥାଏ ସେତେବେଳେ ବ୍ରହ୍ମ ଲୀନ ଅଵସ୍ଥା ରେ ଥାଏ । ଗୋଟେ ପ୍ରକାର କହିପାରିବା କି ଧ୍ୟାନ ଅଵସ୍ଥା ରେ ଥାଏ । ଏବଂ ମା ପେଟ ରେ ନଅ ମାସ ରହିବା କାରଣ ରୁ ପରଂବ୍ରହ୍ମ ପରମେଶ୍ୱର ର ନାଵଜ୍ୟୋତି ର ଧ୍ୟାନ ରଖିଥାଏ ।

ଏବଂ ପରଂବ୍ରହ୍ମ ଙ୍କ ଆରାଧନା ସ୍ଥିତି ରେ ସେ ରହିଥାଏ । ତେଣୁ ଛୁଆ ର ତୁରନ୍ତ ଜନ୍ମ ହେବା ପରେ ତାକୁ ଏକ ଚାପୁଡ଼ା ମାରି ସେହି ଧ୍ୟାନ ରୁ ଉଠା ଯାଇଥାଏ । ଏବଂ ସେ ଧ୍ୟାନ ରୁ ଉଠିବା ପରେ ପୁଣି ଥରେ ମାୟା ରେ ପଶିଯାଇ ଭଲ ଓ ଖରାପ କର୍ମ କରିବାରେ ଲାଗିଯାଇଥାଏ । କିନ୍ତୁ ସେ ଜନ୍ମ ହେବା ପରେ ନିଶ୍ଚିତ କାନ୍ଦିଥାଏ ।

ଯେତେବେଳେ ପ୍ରଥମେ ଛୁଆ ମା ପେଟ ରେ ପ୍ରବେଶ କରେ ସେତେବେଳେ ବହୁତ ନରମ ସୂକ୍ଷ୍ମ ହୋଇଥାଏ ପରେ କଠିନ ହୋଇଯାଇଥାଏ । ତାପରେ ସେ ଭ୍ରୁଣ ରେ ପରିଣତ ହେବାକୁ ଲାଗିଥାଏ । ଏହିପରି ଭାବରେ ଛୁଆ ର ବିକାଶ ହୋଇଥାଏ । ପ୍ରଥମ ମାସ ରେ ମୁଣ୍ଡ ଦ୍ୱିତୀୟ ମାସ ରେ ଭୁଜ ଆଦି ତୃତୀୟ ମାସ ରେ ହାଡ଼, ନଖ, ଚର୍ମ, ଲୋମ, ଲିଙ୍ଗ ଆଦି ଦଶ ଟି ଦ୍ବାରା ର ନିର୍ମିତ ହୋଇଥାଏ । ଚତୁର୍ଥ ମାସ ରେ ତ୍ୱଚା, ମାଂସ, ମେଦ, ଆଦି ଅସ୍ତି ସବୁର ନିର୍ମାଣ ହୋଇଥାଏ ।

 

ପଞ୍ଚମ ମାସ ରେ ଭୋକ ଏବଂ ଶୋଷ ର ଅନୁଭବ ହୋଇଥାଏ । ଷଷ୍ଠ ମାସ ରେ ମେଦ, ଅସ୍ତି ଆଦି ସବୁ ର ଗଠନ ହୋଇଥାଏ । ଆଉ ତିନିମାସ ମଧ୍ୟ ସେ ବହୁତ କଷ୍ଟ ସହିଥାଏ । କାରଣ ମା ପେଟ ମଧ୍ୟ ରେ ଏମିତି କିଛି ଜିନିଷ ଅସ୍ତି, ହାଡ଼ ଆଦି ଥାଏ ଯାହା ବହୁତ କଷ୍ଟ ଦେଇଥାଏ ।

ସାତ ମାସରେ ଯିବ ଦାନ ହୋଇଥାଏ ସେଇଥିପାଇଁ ମଧ୍ୟ ଶିଶୁ ଭୟରେ ଥାଏ କାରଣ ବାହାରକୁ ଆସିବା ମାତ୍ରେ ସେ ଭଗବାନ ଙ୍କୁ ଭୁଲିଯିବାର ଭୟ ରଖିଥାଏ । ଗରୁଡ଼ ପୁରାଣ ରେ ଏହା ଲେଖା ହୋଇଛି ଯେ ଛୁଆ ସାତ ମାସ ରେ ମା ପେଟରେ ପରଂବ୍ରହ୍ମ ଙ୍କ ଠାରୁ ଜ୍ଞାନ ଓ ବୁଦ୍ଧି ରେ ପରିପୂର୍ଣ୍ଣ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।