ଅତ୍ୟଧିକ ଶୀତ ହେଉଛି ହୃଦଘାତର କାରଣ, ଶୀତଦିନେ ଏମିତି ନିଅନ୍ତୁ ହାର୍ଟ ର ଯତ୍ନ, ଜାଣି ରଖନ୍ତୁ ନିହାତି ଜରୁରୀ

ଶୀତ ସାଂଘାତିକ ହେବା ସାଙ୍ଗକୁ ହୃଦଘାତର କାରଣ ସାଜିବାରେ ଲାଗିଛି । ବର୍ତ୍ତମାନ ସାରା ଭାରତରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି । ପ୍ରବଳ ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ପ୍ରବଳ ଶୀତ ଯୋଗୁଁ ଜୀବନ ଜୀବିକା ପ୍ରଭାବିତ ହେଉଥିବା ବେଳେ ଅତ୍ୟଧିକ ଥଣ୍ଡା ହାର୍ଟ ଆଟାକ୍ ର କାରଣ ସାଜୁଛି । ଆଜ୍ଞା ହଁ, ପ୍ରଚଣ୍ଡ ଶୀତ ମୃତ୍ୟୁର କାରଣ ପାଲଟୁଛି । ଥଣ୍ଡା ଯୋଗୁଁ ହୃଦଘାଟ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗତ ଏକ ସପ୍ତାହ ମଧ୍ୟରେ ଉତ୍ତର ପ୍ରଦେଶର କାନପୁରରେ 131 ଜଣଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ।

ଆଉ ଏହି ଖବର ସାରା ଭାରତର ଚିନ୍ତା ବଢାଇ ଦେଇଛି । ତେବେ ହୃଦଘାତ ବ୍ଯତୀତ କିଛି ଲୋକଙ୍କର ବ୍ରେନ ଷ୍ଟ୍ରୋକରେ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି । କାନପୁରରେ ଗତ ସପ୍ତାହେ ମଧ୍ୟରେ 23 ଜଣ ହୃଦରୋଗୀ ଚିହ୍ନଟ ହୋଇଛନ୍ତି । ଅଧିକାଂଶ ଲୋକଙ୍କ ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ମୃତ୍ୟୁ ହୋଇଯାଉଛି । ବିଶେଷ କରି ବୟସ୍କ ଲୋକଙ୍କ କ୍ଷେତ୍ରରେ ହୃଦଘାତ ସମସ୍ଯା ଅଧିକ ଦେଖା ଦେଉଛି । ତେବେ ଖାଲି ବୟସ୍କ ନୁହେଁ ବରଂ ଯୁବବର୍ଗଙ୍କ ମଧ୍ୟରେ ବି ହୃଦଘାତର ଆଶଙ୍କା ରହିଛି ।

ଡାକ୍ତର କହିଛନ୍ତି କି, ଶୀତଦିନରେ ହିଁ ଭାରତରେ ଅଧିକ ହୃଦଘାତଜନିତ ମୃତ୍ୟୁ ହେଉଛି । ଥଣ୍ଡା ଯୋଗୁଁ ଅଚାନକ ବ୍ଲଡ଼ ପ୍ରେସର ବଢିବା ଯୋଗୁଁ ସ୍ନାୟୁକୋଷରେ ରକ୍ତ ଜମାଟ ବାନ୍ଧିବା ହୃଦଘାତର ପ୍ରମୁଖ କାରଣ ରହିଛି । ଶୀତଦିନେ ସ୍ନାୟୁକୋଷ ସଙ୍କୁଚିତ ହୋଇଥାଏ ତେଣୁ ଶରୀରର ଶିରାପ୍ରଶିରାରେ ରକ୍ତ ସଂଚାଳନ ଖୁବ କମ୍ ହୋଇଯାଏ । ଯାହାଫଳରେ ହାର୍ଟ ଉପରେ ଅଧିକ ଚାପ ପଡେ ଓ ହୃଦରୋଗୀଙ୍କ ଜୀବନ ପ୍ରତି ଏହା ବିପଦ ସୃଷ୍ଟି କରେ ।

ତେଣୁ ଶୀତଦିନେ ହୃଦଘାତରୁ ରକ୍ଷା ପାଇବା ପାଇଁ ନିଜ ହୃଦୟର ଯତ୍ନ ନେବା ଆବଶ୍ୟକ । ଶୀତଦିନେ ଖାଦ୍ୟପେୟ ପ୍ରତି ବିଶେଷ ଯତ୍ନବାନ ରୁହନ୍ତୁ ଏବଂ ବ୍ୟାୟାମ, ପ୍ରାଣାୟମ ଓ ଯୋଗାଭ୍ଯାସ କରନ୍ତୁ । ଯଦି ନୃତ୍ୟରେ ରୁଚି ଅଛି ତେବେ ନୃତ୍ୟ ଜାରି ରଖନ୍ତୁ । ପନିପରିବା ଓ ଫଳ ଆଦି ପ୍ରଚୁର ପରିମାଣରେ ଖାଆନ୍ତୁ । ଶୀତଦିନେ କଫି ପିଅନ୍ତୁ । କାରଣ ଗବେଷଣାରୁ ଜଣାପଡିଛି ଯେଉଁମାନେ ଦିନକୁ 3ରୁ 5 କପ୍ କଫି ପିଅନ୍ତି ସେମାନଙ୍କ କ୍ଷେତ୍ରରେ ହୃଦରୋଗର ଆଶଙ୍କା କମ୍ ଥାଏ ।

କେମିତି ଚିନ୍ତାମୁକ୍ତ ରହିବେ ସେନେଇ ସତର୍କ ରୁହନ୍ତୁ ଓ ହୃଦରୋଗୀ ମାନେ ଶୀତଦିନେ ମଦ ଠାରୁ ଦୂରେଇ ରୁହନ୍ତୁ । ରକ୍ତଚାପ, ମେଦ ବହୁଳତା, ରକ୍ତରେ ଶର୍କରାର ପରିମାଣ ଆଦି ନିୟମିତ ଯାଞ୍ଚ କରନ୍ତୁ । ଥଣ୍ଡା ହେଲେ କିମ୍ବା ଛାତିରେ ଯନ୍ତ୍ରଣା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।