Neeta Ambani ଙ୍କ ପାଖେ ରହିଛି ଦୁନିଆର ସବୁଠୁ ଦାମୀ ସ୍ମାର୍ଟ ଫୋନ, ଏହାର ମୂଲ୍ୟ ଗୋଟିଏ BMW କାର୍ ଠାରୁ ବି ଅଧିକ !

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆର ସବୁଠୁ ମହଙ୍ଗା ଫୋନର ମାଲିକାଣୀ ଅଟନ୍ତି ନୀତା ଅମ୍ବାନୀ । ଏହି ଫୋନର ଦାମ୍ ହେଉଛି 395 କୋଟି ଟଙ୍କାରୁ ଉର୍ଦ୍ଧ୍ଵ । ସ୍ମାର୍ଟ ଫୋନ କମ୍ପାନୀ ଗୁଡିକ ପ୍ରତିଦିନ ନୂଆ ନୂଆ ସ୍ମାର୍ଟ ଫୋନ ଲଞ୍ଚ କରିଥାନ୍ତି । ଗ୍ରାହକଙ୍କ ରୁଚି ଓ ଚାହିଦା ଅନୁଯାୟୀ ପ୍ରତିଦିନ ଲଞ୍ଚ ହେଉଛି ସ୍ମାର୍ଟ ଫୋନ । ଲୋକେ ନିଜ ବଜେଟ ଅନୁଯାୟୀ ସ୍ମାର୍ଟ ଫୋନ ଚୟନ କରିଥାନ୍ତି ଓ ନିଜ ପାଇଁ କିଣିଥାନ୍ତି । ହେଲେ ଧନୀ ଲୋକେ ନିଜ ପସନ୍ଦ ଅନୁଯାୟୀ ଦାମିକା ସ୍ମାର୍ଟ ଫୋନ ବ୍ୟବହାର କରିଥାନ୍ତି ।

ହେଲେ ଏମିତି ଏକ ଫୋନ ରହିଛି ଯାହାର ଦାମ୍ ବିମାନ ଠାରୁ ମଧ୍ୟ ଅଧିକ । ଏହାକୁ ଦୁନିଆର ସବୁଠୁ ଦାମୀ ସ୍ମାର୍ଟ ଫୋନ ବୋଲି କୁହାଯାଉଛି । ଏହାର ଦାମ୍ ତୁଳନା କଲେ ଫୋନଟି ଏକ BMW କାର୍ ଠାରୁ ବି ଅଧିକ । ଆଜ୍ଞା ହଁ’ ଆମେ ଆପଣଙ୍କୁ ଦୁନିଆର ସବୁଠୁ ଦାମୀ ସ୍ମାର୍ଟ ଫୋନ ସମ୍ପର୍କରେ କହିବାକୁ ଯାଉଛୁ ।

ଦୁନିଆର ସବୁଠୁ ଦାମୀ ସ୍ମାର୍ଟ ଫୋନ ତାଲିକାର ପ୍ରଥମରେ ରହିଛି ଆଇଫୋନ ଫାଲକନ ସୁପରନୋଭା ପିଙ୍କ ଡାଇମଣ୍ଡ । ସେହିପରି ଦ୍ବିତୀୟରେ ରହିଛି ଷ୍ଟୁଆର୍ଟ ହ୍ୟୁଜେସ ଆଇଫୋନ 4S LEd ଗୋଲ୍ଡ । ତୃତୀୟ ରେ ଷ୍ଟୁଆର୍ଟ ହ୍ୟୁଜେସ ଆଇଫୋନ 4 ଡାଇମଣ୍ଡ ରୋଜ୍ ଏଡିସନ । ସେହିପରି ଲିଷ୍ଟର ଚତୁର୍ଥରେ ଗୋଲ୍ଡ ଷ୍ଟାଇଗ୍ରା ଆଇଫୋନ 3ଜିଏ ସୁପ୍ରିମ ।

ପଞ୍ଚମରେ ଆଇଫୋନ 3ଜି କିଙ୍ଗସ୍ ବଟନ । ଷଷ୍ଠରେ ଡାଇମଣ୍ଡ କ୍ରିପ୍ଟୋ ସ୍ମାର୍ଟ ଫୋନ ସପ୍ତମରେ ଗୋଲ୍ଡ ଭିସଲେ ମିଲିୟନ, ଅଷ୍ଟମରେ ଗ୍ରେସୋଲ ଲକ୍ସଲ ଲସଭେଗାସ ଜ୍ୟାକପଟ ଏବଂ ନବମରେ ଗୋଲ୍ଡ ଭିସ୍ ରିଭୋଲ୍ଯୁସନ ଫୋନ ର ନାଁ ରହିଛି ।

ଏହି ଲିଷ୍ଟ ର ସବୁଠୁ ଦାମୀ ସ୍ମାର୍ଟ ଫୋନ ଭାବେ ଆଇଫୋନ ଫାଲକନ ସୁପରନୋଭା ପିଙ୍କ ଡାଇମଣ୍ଡ ର ସ୍ଥାନ ରହିଛି । ଏହି ଫୋନ ର ଦାମ୍ ଶହ ଶହ କୋଟି ଟଙ୍କା ବୋଲି ଜଣାପଡିଛି । ତେବେ ଏହି ଫାଲକନ ସୁପରନୋଭା ପିଙ୍କ ଡାଇମଣ୍ଡ ଦୁନିଆର ସବୁଠୁ ଦାମୀ ସ୍ମାର୍ଟ ଫୋନ । ଏହି ଫୋନ ର ଦାମ୍ ହେଉଛି 48.5 ମିଲିୟନ ଡଲାର ।

ଅର୍ଥାତ ପ୍ରାୟ 395 କୋଟି ଟଙ୍କା । ଏହି ଫୋନ ତିଆରି କରିବା ପାଇଁ ଫାଲକନ ସୁପରନୋଭା ଆଇଫୋନ 6 ସହ କଷ୍ଟମାଇଜ କରିଥିଲା । ଏହାର ରିୟର ପ୍ୟାନେଲରେ ଏକ ବଡ ପିଙ୍କ ହୀରା ଲାଗିଛି । ଏହି ଫୋନକୁ 24 କ୍ୟାରେଟ ସୁନାରେ ତିଆରି କରାଯାଇଛି ।

ତେବେ ଏହି ଫୋନ ଭାରତର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ପାଖରେ ଦେଖିବାକୁ ମିଳିଥାଏ । ଯାହାକି ଦୁନିଆର ସବୁଠୁ ଦାମୀ ସ୍ମାର୍ଟ ଫୋନ ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।