ଅଟାରେ ତୁଳସୀପତ୍ର ପକାଇ ରଖିଲେ କେଉଁ ଲାଭ ପ୍ରାପ୍ତ ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଶାସ୍ତ୍ରଲିଖିତ ଅନୁଚିନ୍ତା

ଆମ ଜୀବନରେ ସୁଖ ସମୃଦ୍ଧି ଲାଭ କରିବା ପାଇଁ ଆସନ୍ତୁ ଜାଣିବା ଶାସ୍ତ୍ରଲିଖିତ କେତେକେ ନୀତିନିୟମ । ଚଉଦଟି ଅମୂଲ୍ୟ ରତ୍ନ ମଧ୍ୟରୁ ଶଙ୍ଖ ଅନ୍ଯତମ । ତେଣୁ ଘରେ ଶଙ୍ଖ ରଖିବା ଦ୍ଵାରା ଶୁଭ ଏବଂ ମଙ୍ଗଳକାରୀ ହେବା ସହ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ପ୍ରତ୍ଯେକ ଶନିବାର ଓସ୍ତଗଛ ମୂଳରେ ଜଳ ଅର୍ପଣ କରି ପୂଜା କରିବା ଦ୍ଵାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ, ତା’ ସହିତ ଧନସମ୍ପଦ ପ୍ରାପ୍ତ ହୋଇଥାଏ ।

ଗୁପ୍ତଧନର ସଙ୍କେତ ପ୍ରାପ୍ତ କରିବା ପାଇଁ ହେଲେ ତାଲାଟିଏ କିଣି ଲାଲ କପଡାରେ ବାନ୍ଧି ବୁଧବାର ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ବେଲଗଛ ମୂଳରେ ଏକ ଫୁଟ୍ ଗାତ ଖୋଲି ପୋତିବା ଦ୍ଵାରା ମିଳିଥାଏ । ଅଚାନକ ଧନ ପ୍ରାପ୍ତି କରିବା ପାଇଁ ହେଲେ କିମ୍ବା ଶୋଇଥିବା ଭାଗ୍ୟକୁ ଜାଗ୍ରତ କରିବା ପାଇଁ ବୁଧବାରଦିନ ଦେଢକିଲୋ ବାଜରା ଅଟାରେ ଦେଢକିଲୋ ଗୁଡ ମିଶାଇ ଗାଈକୁ ଖୁଆଇଲେ ମଙ୍ଗଳକାରୀ ହୋଇଥାଏ ।

ଯଦି ଘରେ ବରାବର ଧନହାନି ହେଉଥାଏ ତେବେ ଗୁରୁବାର ଦିନ ଘରର ମୁଖ୍ୟଦ୍ଵାରରେ ଅବୀର ପକାଇ ଗୋଟିଏ ଦୁଇମୁଖୀ ଦୀପ ପ୍ରଜ୍ଵଳନ କରିବା ଦ୍ଵାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ । ଶୁକ୍ରବାର ଦିନ ଶ୍ରଦ୍ଧାର ସହ ମାତା ଲକ୍ଷ୍ମୀଙ୍କ ପୂଜା ଆରାଧନା କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ଘରେ ସୁଖ, ଶାନ୍ତି, ଐଶ୍ଵର୍ଯ୍ୟର ଅଭାବ ହୋଇ ନଥାଏ ।

ଘରେ ମହିଳାମାନଙ୍କ ସହିତ ଦୁର୍ବ୍ୟବହାର କରିବା ଦ୍ଵାରା ଅମଙ୍ଗଳକାରୀ ହୋଇଥାଏ ଏବଂ କଳହ, ନିରାଶ, ଦୁଃଖ ପ୍ରାପ୍ତି ହେବାସହ ଦରିଦ୍ରତା ବୃଦ୍ଧି ହୋଇଥାଏ । ସକାଳୁ କୌଣସି କାର୍ଯ୍ୟରେ ଘରୁ ବାହାରକୁ ଯିବା ସମୟରେ ମିଠା ଦହି ଖାଇକରି ଯିବା ଦ୍ଵାରା ଶୁଭ ହୋଇଥାଏ ଏବଂ କାର୍ଯ୍ୟ ସଫଳ ହୋଇଥାଏ । ଯଦି ଘରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ବାରମ୍ବାର ମନୋମାଳିନ୍ୟ ହେଉଛି ତେବେ ଶୁକ୍ରବାର ଦିନ ଶୋଇବା ଘରେ ପକ୍ଷୀ ଯୋଡାଙ୍କ ଫଟୋ ଲଗାଇବା ଦ୍ଵାରା ଲାଭ ପ୍ରାପ୍ତି ହୋଇଥାଏ ।

ଘରେ ସ୍ଥାୟୀ ଭାବେ ସୁଖ ସମୃଦ୍ଧି ପ୍ରାପ୍ତ କରିବା ପାଇଁ ଓସ୍ତଗଛ ଛାଇରେ ଠିଆ ହୋଇ ଓସ୍ତଗଛ ମୂଳରେ କ୍ଷୀର, ଘିଅ, ମିଶ୍ରି ମିଶାଇ ଅର୍ପଣ କାଲେ ଲାଭପ୍ରଦ ହୋଇଥାଏ । ଯଦି ବାଧାବିଘ୍ନ ଯୋଗୁଁ କୌଣସି କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରୁ ନଥାଏ ତେବେ ଶୁକ୍ରବାର ଦିନ କଳା ପିମ୍ପୁଡିଙ୍କୁ ଚିନି ଖାଇବାକୁ ଦେବା ଦ୍ଵାରା ଲାଭପ୍ରଦ ହୋଇଥାଏ ।

ଯଦି ଅଚାନକ ଧନ ପ୍ରାପ୍ତିର ଆବଶ୍ୟକତା ପଡେ ତେବେ ଓସ୍ତଗଛରେ ଧଳାରଙ୍ଗର ପତାକା ଲଗାଇବା ଦ୍ଵାରା ମଙ୍ଗଳକାରୀ ହେବାସହ ଲାଭପ୍ରଦ ହୋଇଥାଏ । ସନ୍ଧ୍ୟା ସମୟରେ ଶୁଖି ଯାଇଥିବା କୂଅ ପାଖରେ ଦୀପ ପ୍ରଜ୍ଵଳନ କରି ପଛକୁ ନଅନାଇ ଆସିବା ଦ୍ଵାରା ଶୁଭ ହୋଇଥାଏ ଏବଂ ଅଚାନକ ଧନପ୍ରାପ୍ତି ହେବାସହ ଶତ୍ରୁଦମନ ହୋଇଥାଏ । ଶୁକ୍ରବାର ଦିନ ପଦ୍ମଫୁଲ ଆଣି ଲାଲ କପଡାରେ ଗୁଡାଇ ପଇସା ରଖୁଥିବା ସ୍ଥାନରେ ରଖିବା ଦ୍ଵାରା ଶୁଭ ହୋଇଥାଏ ଏବଂ ଆବଶ୍ୟକତା ଅନୁସାରେ ଧନପ୍ରାପ୍ତି ହୋଇଥାଏ ।

ଅଟା ରଖୁଥିବା ଡବାରେ ପାଞ୍ଚୋଟି ତୁଳସୀପତ୍ର ଏବଂ ଦୁଇଟି କେଶର ଦାନା ରଖିବା ଦ୍ଵାରା ଶୁଭ ହୋଇଥାଏ ଏବଂ ଶନିବାର ଦିନ କିଛି ଚଣା ମିଶାଇ ଅଟା ପେଷିବା ଦ୍ଵାରା ସମସ୍ତ ଆର୍ଥିକ ସମସ୍ଯା ଦୂର ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।