ଆପଣଙ୍କ ପିଲା ଅଧିକ ଜିଦିଆ ହୋଇ ଯାଉଛି କି ? ଜିଦିଆ ପିଲାଙ୍କୁ କେମିତି ସମ୍ଭାଳିବେ ? ଜାଣନ୍ତୁ Psychiatrist Sambit Nanda ଙ୍କ ଠାରୁ ଖାସ୍ ଟିପ୍ସ

ଆଜିକାଲି ପିଲା ମାନେ ବହୁତ ମାତ୍ରାରେ ରାଗି ଯାଉଛନ୍ତି । କାରଣ ସେମାନଙ୍କ କ୍ଷେତ୍ରରେ ଅନେକ ସରା ପରିବର୍ତ୍ତନ ଦେଖା ଯାଉଛି । ଆଜିର ଡିଜିଟାଲ ଯୁଗରେ ବାପା ମା ମାନେ ପିଲା ମାନଙ୍କୁ ଅଧିକ ସମୟ ଦେଇପାରୁ ନାହାନ୍ତି । ଯାହା ଫଳରେ ପିଲା ମାନେ ଅନେକ ସାଙ୍ଗ ସାଥିଙ୍କ ସହ ମିଳାମିଶି କରି କିଛି ଭଲ ଶିକ୍ଷା କରୁଛନ୍ତି ତ ଆଉ କିଛି ଖରାପ ଶିକ୍ଷା ମଧ୍ୟ କରୁଛନ୍ତି । ଏହା ସହ ସ୍କୁଲ ଗୁଡିକରେ ମଧ୍ୟ ଶିକ୍ଷକ ବା ଶିକ୍ଷୟତ୍ରୀ ମାନେ ନିଜର ବ୍ୟକ୍ତିଗତ ମାମଲାକୁ ନେଇ ପିଲାଙ୍କ ଉପରେ ଚାପ ପକାଉଛନ୍ତି ।

ଅନେକ କ୍ଷେତ୍ରରେ ଅଧ୍ୟାପକ ମାନେ ପିଲାଙ୍କ ଉପରେ ନିଜର ରାଗ ସୁଝାଉଛନ୍ତି , ଯାହା ଫଳରେ ପିଲା ମାନେ ମଧ୍ୟ ସେୟା ସିଖୁଛନ୍ତି । ତେଣୁ ସ୍କୁଲ ମାନଙ୍କରେ ଅଧ୍ୟାପକ ମାନେ ନରମାଲ ବ୍ୟବହାର କରିବା ସହ ପିଲା ମାନଙ୍କୁ ଉଚିତ ଶିକ୍ଷା ଦେବ ଉଚିତ । ଅନ୍ୟ କ୍ଷେତ୍ର ରେ ବାପା ମା ମାନେ ପିଲା ମାନଙ୍କ ଉପରେ ନିଜର କାମ ଭାର ଅଧିକ ରହିଥିଲେ ସେମାନଙ୍କ ଉପରେ ବଡ ପାଟିରେ ଚିଲାଉଛନ୍ତି । ଯାହା ଫଳରେ ପିଲା ମାନେ ଅଧିକ ଜିଦିଆ ହୋଇ ଯାଉଛନ୍ତି । ଯାହା ଫଳରେ ବାପା ମା ଙ୍କ କଥା ଶୁଣିବାକୁ ନଜର ହୋଇ ଯାଉଛନ୍ତି ପିଲା ମାନେ ।

ଏହି କ୍ଷେତ୍ର ରେ ବାପା ମା ଯେତେ ବ୍ୟସ୍ତରେ ରହିଲେ ମଧ୍ୟ ପିଲାଙ୍କ ପାଇଁ ଦିନକୁ ଅଳ୍ପ ସମୟ ହେଉ ନା କାହିଁକି ବାହାର କରିବା ଉଚିତ । ଯେତେ ସମ୍ଭବ ପିଲାଙ୍କ ସହ ଖେଳିବା ତାଙ୍କୁ ବୁଲାଇବା ପାଇଁ ସମୟ ବାହାର କରିବା ଦାୟିତ୍ଵ ହେଉଛି ବାପା ମାଙ୍କର । ଯଦି ପିଲା ରାତି ଅଧରେ ଜିଦ କରୁଛି କିଛି ଖାଇବା ପାଇଁ ବା ଲାଇଟ ଦେଇ ଶୋଇବା ପାଇଁ ତେବେ କୌଣସି ମତେ ପିଲାଙ୍କର ଜିଦି କୁ ସାଙ୍ଗେ ସାଙ୍ଗେ ପୁରା କରିବା ଉଚିତ ନୁହେଁ । ଏମିତି କରିଲେ ପିଲା ମାନେ ଅଧିକ ଜିଦିଆ ହେବ ସହ ଅନ୍ୟ କିଛି ଡିମାଣ୍ଡ କରିବେ ବାପା ମାଙ୍କ ପାଖରେ ।

କାରଣ ଯଦି ବାପା ମା ପିଲାଙ୍କୁ ତାଙ୍କର ଡିମାଣ୍ଡ ଅନୁଯାୟୀ ସାଙ୍ଗେ ସଙ୍ଗେ ସବୁ ଜିନିଷ ଆଣି ଦେବେ ତେବେ ପିଲାଙ୍କର ବାପା ମାନଙ୍କ ଉପରେ ଆଉ ଡର ରହିବ ନାହି । ଏହା ବ୍ଯତୀତ କେବେ ବି ପିଲାଙ୍କୁ ବାଡେଇବା ଉଚିତ ନୁହେଁ । ଯେତେ ସମ୍ଭବ ତାଙ୍କୁ ଆଖି ଦେଖାଇ ଡରାଇକି ରଖିବା ଉଚିତ । ଏମିତି ହେଲେ ପିଲା ସମସ୍ତଙ୍କୁ ମାନିବେ । ଯଦି ଆପଣ ପିଲାଙ୍କୁ ଲଗାତାର ମାଡ ମାରିବେ ତେବେ ସେମାନେ ଅଧିକ ଜିଦିଆ ହୋଇଯିବେ ।

ଯାହା ଫଳରେ ସେମାନେ ନା ପାଠ ପଢାଇବେ ନା ନିଜର କ୍ଯାରିୟରକୁ ନେଇ ସିରିଏସ ହେବେ । ପିଲାଙ୍କ ସହ ସମୟ ବ୍ଯତୀତ କରିବା ଛଡା ସେମାନଙ୍କର କଣ ଇଚ୍ଛା ରହିଛି, ସେମାନଙ୍କର କେଉଁ କାମ ପ୍ରତି ଆଗ୍ରହ ରହିଛି ତାଙ୍କର ଭଲ ମନ୍ଦ ସବୁ କିଛି ବୁଝିବା ଦାୟିତ୍ଵ ହେଉଛି ଅଭିଭାବକଙ୍କର । ତେବେ ଏହି ସବୁ କଥା ପ୍ରତି ଧ୍ୟାନ ଦେଲେ ପିଲା ଜିଦିଆ ହେବେ ନାହି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।