ଆଜି ବହୁତ ଲୋକ ଜାଣିବାକୁ ଚାହୁଁଛନ୍ତି କି ATM ଲଗାଇବା ପାଇଁ ଆବେଦନ କିପରି କରିବେ କିନ୍ତୁ ଏହା ବିଷୟରେ ତାଙ୍କୁ ଜଣା ନାହିଁ । ଦେଶରେ ATM ର ବହୁତ ଅଭାବ ରହିଛି । ଏହି କାରଣରୁ ଦେଶରେ ATM ଲଗାଉଥିବା କମ୍ପାନୀ ଅଧିକରୁ ଅଧିକ ATM ଲଗାଇବାକୁ ଚାହୁଞ୍ଚନ୍ତି ଯାହା ଦ୍ଵାରା ଅଧିକ ଲୋକ ATM ର ବ୍ୟବହାର କରି ପାରିବେ ଓ ବ୍ୟାଙ୍କରେ ଲାଗୁଥିବା ଭିଡରୁ ବଞ୍ଚି ପାରିବେ । ଜଣାଇ ଦେଉଛୁ କି ଦେଶରେ 6100 ଲୋକଙ୍କ ପାଇଁ କେବଳ ଗୋଟିଏ ATM ଅଛି । ଏଥିପାଇଁ ATM ଲଗାଇବା ପାଇଁ ଜାଗାର ଅଭାବ ବଢିବାରେ ଲାଗିଛି ।
ATM ଲଗାଇବା ପାଇଁ ଆବେଦନ କିପରି କରିବେ, ଏହାର ନିୟମ ଓ ସର୍ତ୍ତ
ATM ଲଗାଇବା ପାଇଁ 50-80 ବ.ଫୁଟର ଜାଗା ଥିବା ଆବଶ୍ୟକ । ଏହି ସ୍ପେସ ଗ୍ରାଉଣ୍ଡ ଫ୍ଲୋର ବା ଗୁଡ ଭିଜିବିଲିଟି ଜାଗା ହୋଇଥିବା ଆବଶ୍ୟକ । ଏଠାରେ ଆପଣଙ୍କୁ 24 ଘଣ୍ଟା ପାୱାର ସପ୍ଲାଇ ସୁନିଶ୍ଚିତ କରିବାକୁ ପଡିବ । ପ୍ରତ୍ୟେକ ଦିନ ଅତି କମ ରେ 100 ATM ଟ୍ରାଞ୍ଜାକ୍ସନ ର କ୍ଷମତା ଥିବା ଆବଶ୍ୟକ । ATM ଜାଗାରେ କଂକ୍ରିଟ ଛାତ ହୋଇଥିବା ଆବଶ୍ୟକ । ଅନ୍ୟ ATM ଠାରୁ ତାର ଦୂରତା ହାରାହାରି 100 ମିଟର ହୋଇଥିବା ଆବଶ୍ୟକ । ପବ୍ଲିକ ପାଇଁ ସଫା ସୁତୁରା ପରିବେଶ ହୋଇଥିବା ଆବଶ୍ୟକ ।
ATM ଲଗାଇବା ଦ୍ଵାରା ଆପଣଙ୍କର ରୋଜଗାର କେମିତି ହେବ
ଆପଣ ଭାବୁଥିବେ କି ଆପଣ ATM କୁ ଭଡାରେ ରଖିବେ ଓ ଆପଣଙ୍କୁ ଭଡାର ପଇସା ମିଳିବ କିନ୍ତୁ ଏମିତି ନୁହେଁ । ଆପଣଙ୍କୁ ଜଣାଇ ଦେଉଛୁ କି ATM ଲଗାଇବା ପରେ ଟାଟା ଇଣ୍ଡିକ୍ୟାସ ଦ୍ଵାରା ଆପଣଙ୍କୁ ରେଣ୍ଟ ଦିଆଯାଏ ନାହିଁ । ଆପଣଙ୍କୁ ATMରେ ହେଉଥିବା ଟ୍ରାଞ୍ଜାକ୍ସନର ରୁ କମିଶନ ମିଳିବ । ଯେତେ ଅଧିକ ଟ୍ରାଞ୍ଜାକ୍ସନ ହେବ, ସେତେ ଅଧିକ ରୋଜଗାର ହେବ । ଯଦି ପ୍ରତିଦିନ 100 ରୁ ଅଧିକ ଟ୍ରାଞ୍ଜାକ୍ସନ ହେଉଥାଏ ତେବେ ଗୋଟିଏ ମାସର ରୋଜଗାର 70 ହଜାର ପର୍ଯ୍ୟନ୍ତ ହୋଇପାରେ ।
ATM ଲଗାଇବା ପାଇଁ ଆବେଦନ କିପରି କରିବେ
ATM ପାଇଁ ୱେବସାଇଟ ରେ ଏକ ପର୍ସନାଲ ଡିଟେଲ ର ଏକ ଫର୍ମ ଭରି ପଠାଇବାକୁ ହେବ । ATM ଲଗାଇବା ଜାଗାର ଫୋଟୋ ବି ଫର୍ମ ସହିତ ଅପଲୋଡ କରିବାକୁ ହେବ । ଆପଣଙ୍କୁ ଲୋକେସନ ର ଏକ 30-35 ସେକେଣ୍ଡ ର ଏକ ଭିଡିଓ କରି ପଠାଇବାକୁ ହେବ । ଯଦି ଆପଣ ଟାଟା ଇଣ୍ଡିକ୍ୟାସ ରେ ଅନଲାଇନ ଆବେଦନ କରିବାକୁ ଚାହାଁନ୍ତି ତେବେ WWW.indicash.in ରେ କ୍ଲିକ କରି ଅନଲାଇନ ଆପ୍ଲିକେସନ ଫର୍ମ ଭରି ATM ଲଗାଇ ପାରିବେ । ମୁଥୁଟ ATM ପାଇଁ ww.muthootatm.com/suggest-atm.html ରେ ଓ ଇଣ୍ଡିଆ ୱାନ ଏଟିଏମ ପାଇଁ india1atm.in/rent-your-space ରେ କ୍ଲିକ କରି ଅନଲାଇନ ଆପ୍ଲିକେସନ ଫର୍ମ ଭରି ATM ଲଗାଇ ପାରନ୍ତି ।
ଆଶାକରୁଛୁ ଆପଣଙ୍କୁ ଆମର ଏହି ପୋଷ୍ଟ ଟି ନିଶ୍ଚୟ ସାହାଯ୍ୟ କରିବ । ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।