ବର୍ଷା ଅନୁଭବଙ୍କ ବିବାଦକୁ ନେଇ ମୁହଁ ଖୋଲିଲେ ଅନୁଭବଙ୍କ ଦିଲ୍ଲୀ ବାନ୍ଧବୀ, ଶେଷରେ ସାମନ୍ନାକୁ ଆସିଲା ସତ

ସାଂସଦ ଓ ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କର ଧର୍ମପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ଯାହାକି ବହୁ ଦିନ ହେବ ଶାନ୍ତ ପଡି ଯାଇଥିଲା । କିନ୍ତୁ ବର୍ତ୍ତମାନ ପୁଣି ଥରେ ଏହି ବିବାଦ ସାମ୍ନାକୁ ଆସିଛି । ଏହି ବିବାଦ ସାମ୍ନାକୁ ଆସିବାର କାରଣ ହେଉଛନ୍ତି ନିଜେ ଅନୁଭବ ମହାନ୍ତି । କହିଦେଉଛୁ କି ଅନୁଭବ ଓ ବର୍ଷାଙ୍କ ମାମଲାରେ ଯେଉଁ ସମୟରୁ ଶୁଣିବାକୁ ମିଳୁଛି କି ଅନୁଭବ ବର୍ଷାଙ୍କୁ ଛାଡପତ୍ର ଦେବେ ସେହି ସମୟରୁ ହିଁ ଅନୁଭବଙ୍କ ସହ ତାଙ୍କର ବନ୍ଧୁ ଓ ଦିଲ୍ଲୀର ସାମ୍ବାଦିକ ଜାଗୃତି କୁଶ୍ଲା ଯୋଡା ଯାଉଛି ।

ଏହା ସହିତ ଏହା ବି କୁହାଯାଉଛି କି ଅନୁଭବ ବର୍ଷାଙ୍କୁ ଛାଡି ଜାଗୃତିଙ୍କ ହାତ ଧରିବେ । ଏମିତିରେ ଏହି ଚର୍ଚାକୁ ଆହୁରି ଅଧିକ ମଜବୁତ କରିଛି ଅନୁଭବଙ୍କ ଏହି ପୋସ୍ଟ । କହିବାକୁ ଗଲେ କିଛି ଦିନ ହେବ ଅନୁଭବ ପତ୍ନୀ ବର୍ଷାଙ୍କ ଠାରୁ ନିଜର ବନ୍ଧୁ ଜାଗୃତିଙ୍କୁ ଅଧିକ ପ୍ରଶଂସା କରୁଥିବାର ନଜର ଆସୁଛନ୍ତି ।

ଗତ ଗୁରୁବାର ଦିନ ଅନୁଭବ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଜାଗୃତି ଓ ତାଙ୍କର ଓକିଲ ଅଶ୍ଵିନୀ ଦୁବେଙ୍କ ସହ ଏକ ପୋସ୍ଟ ଶେୟାର କରିଥିଲେ । ସେ ସେଥିରେ ଅଶ୍ଵିନୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଦେବା ସହ ଜାଗୃତିଙ୍କର ବହୁତ ପ୍ରଶଂସା କରିଥିଲେ । ଅନୁଭବ ଜାଗୃତିଙ୍କ ବିଷୟରେ କହିଥିଲେ କି ସେ ତାଙ୍କର ଜଣେ ନିସ୍ଵାର୍ଥପର ଘନିଷ୍ଠ ବନ୍ଧୁ ଅଟନ୍ତି । ଆପଣଙ୍କୁ କହିଦେଉଛୁ କି ଅନୁଭବ ଓ ବର୍ଷାଙ୍କ ବିବାଦ କୋର୍ଟରେ ଅଛି ଓ ଅନୁଭବଙ୍କ ପାଇଁ ଏହି କେସ ଅଶ୍ଵିନୀ ଦୁବେ ଲଢୁଛନ୍ତି ।

ଏହା ପରେ ଅନୁଭବଙ୍କ ଏହି ଫଟୋକୁ ଜାଗୃତି ପୋସ୍ଟ କରି ଲେଖିଛନ୍ତି କି ଅନୁଭବ ଆପଣଙ୍କର ଉତ୍ତମତା ଓ ସଚ୍ଚୋଟତାକୁ ଧନ୍ୟବାଦ ଦେବା ପାଇଁ ମୋ ପାଖରେ ଶବ୍ଦ ନାହିଁ । ମୁଁ ଆପଣଙ୍କର ଶକ୍ତି ଓ ସହାୟତାର ସାକ୍ଷୀ ଅଟେ । ସମସ୍ତ ଅସୁବିଧା ବିରୁଦ୍ଧରେ ଲଢିବା ପାଇଁ ଆପଣଙ୍କୁ ଈଶ୍ଵର ସାହାସ ଦେଇଛନ୍ତି । ଆପଣଙ୍କ ଠାରୁ ଆପଣଙ୍କର ଭାଗ୍ୟକୁ କେହି ବି ଛାଡାଇ ନେଇ ପାରିବ ନାହିଁ । ଆପଣଙ୍କ ସହିତ ଅଶ୍ଵିନୀଙ୍କ ଭଳି ଓକିଲ ଅଛନ୍ତି ଯିଏ ତୁମ ସହିତ ଛିଡା ହୋଇଛନ୍ତି ।

ଆପଣଙ୍କ ପରିବାର ଓ ଲକ୍ଷ ଲକ୍ଷ ପ୍ରଶଂସକ ଆପଣଙ୍କ ସହିତ ଅଛନ୍ତି । ଯେଉଁମାନେ ଆପଣଙ୍କୁ ନିସ୍ଵାର୍ଥ ଭଲ ପାଆନ୍ତି । ଶେଷରେ ଜାଗୃତି ଲେଖିଲେ କି ଯେ କୌଣସି ବି ପରିସ୍ଥିତି ଆସିଲେ ବି ମୁଁ ଆପଣଙ୍କ ପାଖରେ ଅଛି । ଏହିଭଲି ଏକ ପୋସ୍ଟ ପରେ ବର୍ତ୍ତମାନ ସବୁ କଥା ସ୍ପଷ୍ଟ ହୋଇ ଯାଇଛି ଓ ସମସ୍ତେ ଅନୁଭବଙ୍କୁ ନେଇ ଆଲୋଚନା କରୁଛନ୍ତି । କେତେକ ଲୋକମାନେ ଅନୁଭବଙ୍କ ବ୍ସିଃୟରେ ଖରାପ ମନ୍ତବ୍ୟ ବି ଦେଉଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।