୧୮ ବର୍ଷ ହେଲେ ଏକାକୀ ରହୁଛନ୍ତି ଗୁମ୍ଫା ଭିତରେ, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ପ୍ରକୃତି ପ୍ରେମରେ ପଡ଼ି ଘର ଛାଡିଛନ୍ତି ଏବଂ ପାହାଡ଼ ଭିତରେ ଥିବା ଗୁମ୍ଫାରେ ୧୮ ବର୍ଷ ଧରି ଜୀବନ ବିତାଉଛନ୍ତି କୈଳାସ ଯୋଗୀ । ଭିକ୍ଷାବୃତି କରି ପେଟ ପୋଷୁଥିବା ଏହି ବାବା ଯୁବ ଅବସ୍ଥାରୁ ଘର ତ୍ୟାଗ କରିଥିଲେ । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କୋକୁଳନ ପଞ୍ଚାୟତ ରେ ଥିବା ଏକ ପାହାଡ଼ ଉପରେ ରହୁଛନ୍ତି ଏହି ପ୍ରକୃତି ପ୍ରେମୀ ବାବା । ଭୂମିଠାରୁ ୬୦୦ ଫୁଟ ଉପରେ ଥିବା ପାହାଡ଼ ଉପରେ ଥିବା ଏହି ଗୁମ୍ଫାରେ ଯୁବ ଅବସ୍ଥାରୁ ରହିଆସିଛନ୍ତି ଏହି ବାବା ।

ଲକ୍ଷ୍ମୀନ୍ଦର ରେ ଥିବା ୭ ଟି ଗୁମ୍ଫାରୁ ଗୋଟେ ଗୁମ୍ଫାକୁ ସଫା କରି ରହୁଛନ୍ତି ବାବା । ପ୍ରତିଦିନ ପାଇଁ ଏବଂ ଭିକ୍ଷା ଗ୍ରହଣ କରିବାପାଇଁ ବାବା ୬୦୦ ଫୁଟ ତଳକୁ ଆସିଥାନ୍ତି । ଗୁମ୍ଫା ଭିତରେ ରହି ଈଶ୍ୱର ଙ୍କୁ ଧ୍ୟାନ କରିବା ସହିତ ପ୍ରକୃତି ସ୍ତୃଷ୍ଟି କରୁଛନ୍ତି ବାବା କୈଳାସ ।

୧୮ ବର୍ଷର ସୈନ୍ୟସ ଜୀବନରେ ୩୦୦୦ ରୁ ଅଧିକ ଅଲଗା ଅଲଗା କିସମର ଗଛ ଲଗାଇସାରିଲେଣି ବାବା । ଆମ୍ବ, ପଣସ, ସଫେଦା, ଲେମୁ ଭଳି ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି ବାବା । ଈଶ୍ୱର ଆରାଧନା ଭିତରେ ବାବା ଙ୍କ ଏହି ପ୍ରକୃତି ପ୍ରେମ ସମସ୍ତଙ୍କୁ ଆକର୍ଷିତ କରିଛି । କୈଳାସ ବାବା ଙ୍କୁ ୨୮ ବର୍ଷ ପୂର୍ବରୁ ସ୍ୱପ୍ନାଦିଶ ହୋଇଥିଲା ଏବଂ ସେ ଘର ତ୍ୟାଗ କରି ଏହି ପାହାଡକୁ ଆସି ରହିବାକୁ ଲାଗିଥିଲେ ।

ଠାକୁର ଙ୍କ ନିର୍ଦ୍ଦେଶ ଦ୍ଵାରା ବାନ ଗୁମ୍ଫା ଗୁଡ଼ିକୁ ସଯାଡୁଛନ୍ତି ଏବଂ ସେହି ଜାଗାକୁ ପୂର୍ବାଠାରୁ ବହୁତ ସୁନ୍ଦର କରିଛନ୍ତି । ବାବା ନିଜେ ଗଇନ୍ତି ମାରି ମାଟି ଖୋଲି ରାସ୍ତା ତିଆରି କରିଥିଲେ । ବାତ୍ୟା, ବର୍ଷା, ଖରା, ଶୀତ ସବୁ ସମୟରେ ବାବା ଏହି ଗୁମ୍ଫାରେ ଏକୁଟିଆ ରହିଛନ୍ତି । ୨୬ ବର୍ଷ ବୟସରୁ ବାବା ଘର ତ୍ୟାଗ କରିଥିଲେ ଏବଂ ସନ୍ନ୍ୟାସୀ ଗ୍ରହଣ କରିଥିଲେ ।

ବାବା ଏହି ଗୁମ୍ଫାରେ ଏନେକ ଦେବା ଦେବୀଙ୍କୁ ପୂଜା ଅର୍ଚ୍ଚନା କରୁଛନ୍ତି । ଅନେକ ଲୋକ ଏହି ଗୁମ୍ଫାକୁ ପୂଜା କରିବାକୁ ମଧ୍ୟ ଆସୁଛନ୍ତି । ଏବଂ ବାବା ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଏହିଠାରେ ରହି ଈଶ୍ବରଙ୍କ ସେବା କରିବେ ବୋଲି କହିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।