“ଆହୁରି 8 ଦିନ କ’ଣ 8 ମାସ ପର୍ଯ୍ୟନ୍ତ ଏମିତି ବସିଥିବି, ଯେ ପର୍ଯ୍ୟନ୍ତ …”- ପୁଣି ଥରେ ନ୍ୟାୟ ଆଶା ରଖି ଏମିତି ବୟାନ ଦେଲେ ତପସ୍ଵିନୀ, ଦେଖନ୍ତୁ video

ଆଜିକୁ ପ୍ରାୟ ୮ଦିନ ହେବ ବ୍ରହ୍ମପୁର ବ୍ରହ୍ମାନଗର ଅଞ୍ଚଳରେ ଶ୍ଵଶୁର ଘର ସାମନାରେ ନ୍ୟାୟ ଦାବି କରି ବସି ରହିଛନ୍ତି ଛତ୍ରପୁରର ଡିମ୍ପଲ ଓରଫ ତପସ୍ଵିନୀ ଦାସ । ପ୍ରାୟ ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ତାଙ୍କ ସମସ୍ଯାର କୌଣସି ସମାଧାନ ପନ୍ଥା ବାହାରି ପାରିନାହିଁ । ଦୁଇ ଦିନ ତଳେ କୋର୍ଟରୁ ନିରାଶ ହୋଇ ଫେରିଥିଲେ ତପସ୍ଵିନୀ । ସେ ନିଜ ସ୍ଵାମୀ ସୁମିତ କୁମାର ସାହୁଙ୍କ ସହ ରହିବାକୁ ଚାହାଁନ୍ତି ବୋଲି କୋର୍ଟରେ ଲିଖିତ ଆବେଦନ ଦେଇଥିଲେ ।

ତେବେ ଦୁଇ ଦିନ ତଳେ କୋର୍ଟ ତାଙ୍କୁ ସଖୀ ସେଣ୍ଟରରେ ରହିବାକୁ କହିଥିବା ବେଳେ କୋର୍ଟଙ୍କ ଆଦେଶକୁ ପାଳନ କରି ନାହାଁନ୍ତି ତପସ୍ଵିନୀ । କୋର୍ଟରୁ ବାହାରିବ ପରେ ରାଗ ତମତମ ହୋଇ ଆସି ସେମିତି ବସିଛନ୍ତି ସୁମିତଙ୍କ ଘର ସମାନାରେ । ଏକା ଜିଦ୍ ତାଙ୍କୁ ଶ୍ବଶୁରଘର ଲୋକେ ଗ୍ରହଣ କରି ନିଅନ୍ତୁ । କିନ୍ତୁ କେହି ଆସୁ ନାହାଁନ୍ତି କି ତାଙ୍କୁ ପାଛୋଟି ନେଉ ନାହାଁନ୍ତି । ତଥାପି ଧୈର୍ଯ୍ୟହରା ହୋଇ ନାହାଁନ୍ତି ତପସ୍ଵିନୀ ।

୮ ଦିନ କ’ଣ ଦରକାର ପଡିଲେ ଆହୁରି ୮ ମାସ ପର୍ଯ୍ୟନ୍ତ ସେଠାରେ ଏମିତି ବସି ରହିବେ ବୋଲି ସେ କହିଛନ୍ତି । ତେବେ ଆଜି ତପସ୍ଵିନୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ମଧ୍ୟ କୋର୍ଟରେ ଶୁଣାଣି ରହିଛି । ତେବେ ତପସ୍ଵିନୀ ବିଶ୍ବାସ ରଖିଛନ୍ତି କି ତାଙ୍କୁ ନିଶ୍ଚୟ ଜଜ୍ ସାହେବ ନ୍ୟାୟ ଦେବେ ବୋଲି । ୮ ଦିନ ହେବ ସେଠାରେ ସେ ବସିଲେଣି, ନ୍ୟାୟାଳୟ ଓ ଭଗବାନଙ୍କ ଉପରେ ତାଙ୍କର ବିଶ୍ବାସ ଏବଂ ଭରସା ରହିଛି କି ତାଙ୍କୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି ।

ତାଙ୍କୁ ନିଶ୍ଚୟ କିଛି ଖୁସି ଖବର ମିଳୁ ଓ ତାଙ୍କ ଦୁଃଖ ଦୂର ହେଉ । କାରଣ ସେଠାରେ ସେ ବସିଛନ୍ତି ବୋଲି ୧୦୦ରୁ ୫୦ ପ୍ରତିଶତ ଲୋକଙ୍କ ମନ ମଧ୍ୟ ଦୁଃଖ ଅଛି । ତେବେ ଏହା କୌଣସି ଖେଳଘର ନୁହେଁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ସେଠାରେ ସେମିତି ବସି ରହିବେ ବୋଲି କହୁଛନ୍ତି । ଯାହା ବି ହେଉ ତାଙ୍କ ଅଧିକାର ସେ ହାସଲ କରିବେ ବୋଲି ଜିଦ୍ ଧରିଛନ୍ତି ।

ସେପଟେ ସୁମିତ ପୂର୍ବରୁ କୋର୍ଟରେ ଡିମ୍ପଲଙ୍କ ସହ ଛାଡପତ୍ର ଆବେଦନ କରିଛନ୍ତି । ତେବେ ଏପରି ସ୍ଥଳେ କୋର୍ଟ ଡିମ୍ପଲଙ୍କୁ କିପ୍ରକାର ନ୍ୟାୟ ଶୁଣାଇବେ ତାହା ଜାଣିବାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।