58 ବର୍ଷ ପରେ ନବରାତ୍ରିରେ ବନୁଛି ଏହି ଖାସ ଯୋଗ, ଜାଣନ୍ତୁ ଆପଣଙ୍କ ରାଶି ଉପରେ କଣ ରହିବ ଏହାର ପ୍ରଭାବ

ଏହି ବର୍ଷ ଅକ୍ଟୋବର ୧୭ ରେ ନବରାତ୍ରି ଆରମ୍ଭ ହେଉଛି ଏବଂ ଏହି ଦିନ ବହୁତ ଶୁଭ ପ୍ରଭାବ ପଡିବ । ଯେଉଁ କାରଣରୁ ନବରାତ୍ରି ବହୁତ ଖାସ ହେବାକୁ ଯାଉଛି । ଜ୍ଯୋତିଷଙ୍କ କହିବା ଅନୁସାରେ ଏହି ବର୍ଷ ନବରାତ୍ରି ଦୀନ ଶନି ମକର ରାଶିକୁ ଓ ବୃହସ୍ପତି ଧନୁ ରାଶିକୁ ପ୍ରବେଶ କରିବେ ଏବଂ ଏହି ପ୍ରଭାବ ୫୮ ବର୍ଷ ପରେ ଆସୁଅଛି ।

ଯଦି ଏହି ଦୁଇଟି ଗ୍ରହ ନିଜନିଜ ରାଶି ରେ ପ୍ରବେଶ କରିବେ ଏହାର ପ୍ରଭାବ ୧୨ ଟି ରାଶି ଉପରେ ଦେଖିବାକୁ ପଡିବ ଓ ଅଧିକ ରାଶି ଉପରେ ଏହାର ଅଧିକ ଶୁଭ ପ୍ରଭାବ ପଡିବ । ଆସନ୍ତୁ ଜାଣିବା ଏହି ଦିନରେ ଆପଣଙ୍କ ଜୀବନରେ କେଉଁ ପ୍ରକାର ପ୍ରଭାବ ପଡୁଛି ।

ନବରାତ୍ରିର ପ୍ରଥମ ଦିନରେ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି, ସୂର୍ଯ୍ୟ ତୁଳାରେ ପ୍ରବେଶ କରିବେ । ତୁଳା ରାଶିରେ ବକ୍ରୀ ବୁଧ ବି ରହିବେ । ଏହାକୁ ବୁଧାଦିତ୍ୟ ଯୋଗ କୁହାଯାଏ । ବୃହସ୍ପତି ଓ ଶନିଙ୍କର ଏହା ଦୁର୍ଲଭ ଯୋଗ ଅଟେ । ଏହି ଦୁର୍ଲଭ ଯୋଗର ର ପ୍ରଭାବ ବି ରାଶି ମାନଙ୍କ ଉପରେ ପଡିବ ।

ମେଷ ରାଶି : ଏହି ରାଶିର ଜାତକ ଉପରେ ଏହି ଯୋଗର ଭଲ ପ୍ରଭାବ ପଡିବ । ମେଷ ରାଶି ରେ ଯେଉଁ ଜାତକ ରେ ବିବାହ ହେଇ ପାରୁନଥିବ, ତାଙ୍କର ବିବାହ ଯୋଗ ଆଶିବ । ଏହା ସାଥିରେ ପୁରୁଣା ରୋଗର ବି ନିରାକରଣ ହେବ ।

ବୃଷ ରାଶି : ଶତୃ ଠାରୁ ମୁକ୍ତି ମିଳିବ ଏବଂ ନୂତନ ସାଥି ପାଇବେ । ପରିବାର ର ସଦସ୍ୟ ମାନଙ୍କ ସହ ରହିବେ ଏବଂ ଘର କୁ ସୁଖର ଆଗମନ ହେବ ।

ମିଥୁନ ରାଶି : ମିଥୁନ ରାଶି ଜାତକରେ ସନ୍ତାନ ଲାଭ ରହିଛି । ବେପାର ରେ ଆର୍ଥିକ ଲାଭ ହେବ ଯେଉଁ ମାନେ ଚାକିରି କରିଥିବେ ଚାକିରି ରେ ଆର୍ଥିକ ସ୍ତିଥି ବଢିବ ।

କର୍କଟ ରାଶି: ପରିବାର ସଦସ୍ୟଙ୍କ ସହିତ ଭଲ ସମ୍ପର୍କ ଗଢି ଉଠିବ ଏବଂ ମା ତୁମ ସୁଖର କାରଣ ହେବେ, ମାଙ୍କର ସ୍ନେହ ମିଳିବ । ଏହା ସହିତ ଆପଣ କିଛି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥିର କରିବେ ।

ସିଂହ ରାଶି : ସିଂହ ରାଶିର ଲୋକମାନଙ୍କ ଉପରେ ଏହି ଦୁଇ ଯୋଗର ଶୁଭ ପ୍ରଭାବ ପଡିବ । ଏଣୁ ଏହି ସମୟରେ କୌଣସି କାର୍ଯ୍ୟ ଆରମ୍ଭ କରିବାର ଏହା ଉତ୍ତମ ସମୟ । ପରିବାର ଲୋକଙ୍କ ର ସାହାଯ୍ୟ ମିଳିବ ଏବଂ ଧନ ପ୍ରାପ୍ତି ହେବେ ।

କନ୍ୟା ରାଶି : କନ୍ୟା ରାଶି ରେ ଧନ ଲାଭ ହେବେ । ସମ୍ପତି ପାଇଁ ଯାହା ନିଷ୍ପତି ନେବେ ସଫଳ ପାଇବେ । ଏଣୁ ଏହି ରାଶିର ଲୋକମାନେ ସମ୍ପତି କିଣାବିକା କରିବାକୁ ଚାହୁଁ ଥିଲେ ଏହା ହେଉଛି ଉତ୍ତମ ସମୟ ।

ତୁଳା ରାଶି : ତୁଳା ରାଶି ର ଲୋକ ମାନଙ୍କୁ ତାଙ୍କ ପରିଶ୍ରମ ର ଫଳ ନିଶ୍ଚୟ ମିଳିବ ଏବଂ ଯେଉଁ କାର୍ଯ୍ୟ କରିବା ପାଇଁ ଭାବିବେ ତାହା ପୂରଣ ହେବ । ଏହା ସହ ବିବାହର ଯୋଗ ବି ଖୋଲିଯିବ ।

ବିଛା ରାଶି : ଏହି ରାଶି ର ଜାତକରେ କିଛି ବିବାଦର ସମ୍ମୁଖୀନ ହେବେ ଏବଂ ପରିବାର ସହିତ ବିବାଦ ବି ହେବ । ଧନ ଲାଭ ହେବାର ସୁଯୋଗ ରହିଛି । କିନ୍ତୁ ଧନ ବେଶିଦିନ ହାତରେ ରହିବ ନାହିଁ ଏଣୁ ଆପଣଙ୍କ ଖର୍ଚ୍ଚ ଉପରେ ଧ୍ୟାନ ଦେବେ ।

ଧନୁ ରାଶି : କାର୍ଯ୍ୟ ରେ ସଫଳତା ହାସଲ କରିବେ ଏବଂ ନୂତନ ଅବସର ପ୍ରାପ୍ତି ହେବେ । ଆର୍ଥିକ ସ୍ଥିତି ଲାଭ ହେବ, ଏଥି ଲାଗି ଧନ ଲାଭ ହେବ । ଯାହାବି କାର୍ଯ୍ୟ କରିବେ ସବୁଥିରେ ସଫଳ ହେବେ ।

ମକର ରାଶି : ଏହି ରାଶି ର ଲୋକ ମାନଙ୍କୁ କିଛି ଚିନ୍ତା ର ସମ୍ମୁଖୀନ କରିବା କୁ ପଡିବ । କାମ କରିବା ସମୟରେ ବାଧକତା ଆସିବ ଏବଂ ଗଣ୍ଡଗୋଳ ହୋଇପାରେ ।

କୁମ୍ଭ ରାଶି : କୁମ୍ଭ ରାଶି ର ଜାତକ ରେ ଆର୍ଥିକ ବୁର୍ଦ୍ଧୀ ହେବ ଏବଂ ଅବସର ପାଇବେ । ସାଙ୍ଗ ସାଥି ମାନଙ୍କ ସାହାଯ୍ୟ ମିଳିବ ଏବଂ ଜୀବନ ସାଥିଙ୍କ ସହିତ ସମ୍ପର୍କ ମଧୁର ହେବ ।

ମୀନ ରାଶି : ଏହି ରାଶି ର ଲୋକ ମାନେ ଯାନବାହାନ ନ କିଣିଲେ ଭଲ ହେବ । ଗାଡି କିଣିଲେ ହାନିକାରକ ର ସମ୍ମୁଖିନ ହେବେ ଓ ବହୁତ କ୍ଷତିକାର ହେବେ ଦୂର୍ଘଟଣା ର ସମ୍ମୁଖିନ ହେଇପାରନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।