Astrology Tips- ମନିପର୍ସରେ ରଖି ଦିଅନ୍ତୁ ଏହି ଗୋଟେ ଜିନିଷ, ହେବ ଧନ ଟଙ୍କା ସୁନାର ବର୍ଷା

ଆଜି କାଲି ଦୁନିଆରେ ସମସ୍ତେ ମନୀପର୍ସ ବ୍ୟବହାର କରୁଛନ୍ତି । କିନ୍ତୁ ଆପଣମାନେ ଯେଉଁ ପର୍ସ ବ୍ୟବହାର କରୁଛନ୍ତି ତାହାକୁ ଯଦି ଆପଣ କିଣି ଆଣୂଛନ୍ତି ଭଲ ନଚେତ ଯଦି କେହି ଉପହାର ଦେଉଛନ୍ତି ତେବେ ତାହା ଆଶୁରି ଶୁଭ ଦାୟକ ଅଟେ । ଏହା ସହିତ ପର୍ସକୁ ସବୁ ବର୍ଷ ବଦଳେଇ ଦିଅନ୍ତୁ । ତଥା ନୂଆ ପର୍ସ ବ୍ୟବହାର କରନ୍ତୁ । ଯଦି ପାରୁଛନ୍ତି ପର୍ସକୁ ହଳଦୀ ପାଣିରେ ଧୋଇ ଶୁଖାଇ ବ୍ୟବହାର କରିପାରିବେ । କିନ୍ତୁ ଚିରା ଫଟା ପର୍ସ ବ୍ୟବହାର କରନ୍ତୁ ନାହିଁ ନଚେତ ଧନର ବହୁତ କ୍ଷୟ ହୋଇଥାଏ ।

ନୂଆ ପର୍ସ ବ୍ୟବହାର କରିବା ସମୟରେ ପୁରୁଣା ପର୍ସକୁ ନ ପକାଇ କୌଣସି ଗଛ ମୂଳରେ ଶୁଖାଇ ଦିଅନ୍ତୁ । ଏହା ସହିତ ଆପଣ ପାଉଥିବା ଦରମା ଟଙ୍କାରୁ କିଛି ବାପା ମା ଭଉଣୀ ତଥା ଘରେ ଥିବା ମହିଳାଙ୍କୁ ଦିଅନ୍ତୁ ଓ ଆଉ କିଛି ଠାକୁରଙ୍କ କାମରେ ଲଗାନ୍ତୁ ଏହା ଦ୍ଵାରା ଧନର ବୃଦ୍ଧି ହୋଇଥାଏ ।

ଆପଣ ପର୍ସରେ ରଖୁଥିବା ନୋଟକୁ ମୋଡି ମାଡି ନ ରଖି ସାଇଜ କରି ରଖନ୍ତୁ ଓ ନୋଟ ଓ ପଇସାକୁ ଅଲଗା କରି ରଖନ୍ତୁ । ପର୍ସରେ କାହାରି ଫୋଟ, ଭିଜିଟିଂ କାର୍ଡ, କୌଣସି ବିଲ କିମ୍ବା ଔଷଧର ତାଲିକା ରଖନ୍ତୁ ନାହିଁ ଏହା ଦ୍ୱାରା ଆପଣଙ୍କର ବହୁତ ଅଧିକ ଖର୍ଚ ହୋଇଥାଏ । ସେଥିପାଇଁ ପପର୍ସକୁ ପରିଷ୍କାର ରଖନ୍ତୁ । ପର୍ସକୁ ଘରର ସବୁବେଳେ ଯଥା ସ୍ଥାନରେ ରଖନ୍ତୁ ଏମିତି ନୁହେଁ କି ଯେଉଁଠି ଚାହିଁବେ ସେଠି ରଖନ୍ତୁ ।

ପର୍ସକୁ କୌଣସି ପ୍ୟାଣ୍ଟରେ ରଖି ଘରେ କୌଣସି ଜାଗାରେ ଝୁଲାଇ ରଖନ୍ତୁ ନାହିଁ ନଚେତ ଆପଣଙ୍କ ସବୁ କାର୍ଯ୍ୟ ବିଳମ୍ବ ହେବ । ଏଥିପାଇଁ ପର୍ସକୁ ସବୁବେଳେ ଅଲମୀରାରେ ସାଇତି ରଖନ୍ତୁ । ଏବେ ଆସନ୍ତୁ ଜାଣିବା ପର୍ସରେ କଣ ରଖିଲେ ଧନ ବୃଦ୍ଧି ହୋଇଥାଏ । ପ୍ରଥମ ଉପାୟଟି ହେଲା ଗୋଟିଏ ରୁପା ମୁଦ୍ରା, କଉଡ଼ି, ଶଙ୍ଖ, ନାଭି ପଥରକୁ ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରି ପର୍ସରେ ରଖିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ । ଦ୍ଵିତୀୟ ଉପାୟଟି ହେଲା ୨୧ ଟି ଅକ୍ଷତ ଅରୁଆ ଚାଉଳକୁ ଲକ୍ଷ୍ମୀଙ୍କ ପାଖରେ ପୂଜା କରି ଗୋଟିଏ ଲାଲ ରଙ୍ଗର କପଡ଼ା କିମ୍ବା କାଗଜରେ ଗୁଡ଼ାଇ ପର୍ସରେ ରଖନ୍ତୁ ।

ତୃତୀୟ ଉପାୟଟି ହେଲା ସକାଳୁ ଗାଧୋଇ ସାରି ଅଶ୍ୱସ୍ଥ ଗଛର ପତ୍ରରେ ସିନ୍ଦୁରରେ ଶ୍ରୀ ଲେଖି ଲକ୍ଷ୍ମୀଙ୍କୁ ଆରଧାନା କରି ପର୍ସରେ ପତ୍ରଟି ଶୁଖିଯିବା ପର୍ଯ୍ୟନ୍ତ ରଖନ୍ତୁ । ଏହା ପରେ ଏହି ପତ୍ରକୁ ପାଣିରେ ବିସର୍ଜନ କରି ଦିଅନ୍ତୁ । ପର୍ସରେ କୌଣସି ଦେବା ଦେବୀଙ୍କ ଚିତ୍ର ରଖନ୍ତୁ ନାହିଁ କିନ୍ତୁ ଜରୁରୀ କାଗଜ ପତ୍ର ଛଡା ଅନ୍ୟ ଅଦରକାରୀ ଜିନିଷ ରଖନ୍ତୁ ନାହିଁ ନଚେତ ଆପଣଙ୍କର ଧନ କ୍ଷୟ ହୋଇଥାଏ । ଏହିପରି ଭାବରେ ପର୍ସକୁ ବ୍ୟବହାର କଲେ ଆପଣଙ୍କର ଧନ ବୃଦ୍ଧି ହୋଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।