Astro Tips: କେଉଁ ସମୟରେ ସ୍ବାମୀଙ୍କର କେଉଁ ପାର୍ଶ୍ଵରେ ସ୍ତ୍ରୀ ବସିବା ଉଚିତ ? ଦେଖନ୍ତୁ ଶାସ୍ତ୍ର ଅନୁସାରେ ଏହାର ସଠିକ ତଥ୍ୟ

ପୁରୁଷକୁ ନାରୀର ଅର୍ଦ୍ଧେକ ଏବଂ ନାରୀକୁ ପୁରୁଷର ଅର୍ଦ୍ଧେକ ବୋଲି କୁହାଯାଏ । ତେଣୁ ସ୍ଵାମୀ ଓ ସ୍ତ୍ରୀଙ୍କୁ ପରସ୍ପରର ପରିପୂରକ ବୋଲି କୁହାଯାଏ । ଅଙ୍ଗାର ଅର୍ଦ୍ଧେକ ହୋଇଥିବାରୁ ସ୍ତ୍ରୀଙ୍କୁ ଅର୍ଦ୍ଧାଙ୍ଗିନୀ ବୋଲି କୁହାଯାଏ । ଯେକୌଣସି ପୂଜା, ମାଙ୍ଗଳିକ କାର୍ଯ୍ୟ ତଥା ଯଜ୍ଞ ଓ ହୋମାଦି କର୍ମରେ ପତି ଓ ପତ୍ନୀ ଉଭୟ ବସି ସଂକଳ୍ପ କରନ୍ତି । ତେଣୁ କେଉଁ କାର୍ଯ୍ୟରେ ସ୍ତ୍ରୀ ସ୍ବାମୀଙ୍କର ଡାହାଣ ପାର୍ଶ୍ଵରେ ଓ କେଉଁ କାର୍ଯ୍ୟରେ ବାମ ପାର୍ଶ୍ଵରେ ବସନ୍ତି ତାହା ଜାଣିବା ଅତ୍ୟନ୍ତ ଜରୁରୀ ।

ସ୍ଵାମୀ ଓ ସ୍ତ୍ରୀଙ୍କ ସମ୍ପର୍କ ଏକ ପବିତ୍ର ଓ ଘନିଷ୍ଠ ସମ୍ପର୍କ ବୋଲି କୁହାଯାଏ । ବିବାହ ପରେ ସ୍ଵାମୀ ସ୍ତ୍ରୀ ହୋଇ ପୁରୁଷ ଓ ନାରୀ ସାରା ଜୀବନ ପାଇଁ ଏକାଠି ରହିବାର ପ୍ରତିସଜ୍ଞା ନିଅନ୍ତି । ତେଣୁ ସମସ୍ତ କାର୍ଯ୍ୟରେ ଦୁହେଁ ପରସ୍ପରକୁ ଆବଶ୍ୟକ କରନ୍ତି । ଶାସ୍ତ୍ରରେ ଏପରି ଅନେକ କାର୍ଯ୍ୟ ରହିଛି ଯାହା ପତି – ପତ୍ନୀ ଉଭୟ ମିଳିତ ଭାବେ କରିବା ଦ୍ଵାରା ହିଁ ସଫଳ ହୋଇଥାଏ ବୋଲି କୁହାଯାଇଛି । କିନ୍ତୁ ଏହା ପୂର୍ବରୁ ସବୁଠୁ ମହତ୍ଵପୂର୍ଣ୍ଣ କଥା ହେଉଛି ଯେକୌଣସି ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ବେଳେ ସ୍ତ୍ରୀ ଜାଣିବା ଉଚିତ କି ସ୍ବାମୀଙ୍କର କେଉଁ ପଟେ ବସିବେ ।

ଅତ୍ରି ସଙ୍ଗୀତାରେ ଏ ସମ୍ପର୍କରେ ସୁନ୍ଦର ଭାବେ ଉଲ୍ଲେଖ ରହିଛି । ଷୋଡଶ ସଂସ୍କାର ମଧ୍ୟରୁ ସୀମନ୍ତନୟନ ସଂସ୍କାର ଅନ୍ଯତମ ଅଟେ । ଏହି ସୀମନ୍ତନୟନ ସଂସ୍କାର ଗର୍ଭଧାରଣ ସଂଶକର ପରେ କରା ଯାଇଥାଏ । ତେଣୁ ଏହି ସମୟରେ, ବିବାହ ସମୟରେ, ଚତୁର୍ଥୀ କର୍ମରେ, ଯଜ୍ଞ ସମୟରେ, ଦାନ ବ୍ରତ ଆଦି କରିବା ସମୟରେ ଏବଂ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବା ସମୟରେ ମନେରଖନ୍ତୁ ଯେ ସ୍ତ୍ରୀ ସର୍ବଦା ସ୍ବାମୀଙ୍କର ଦକ୍ଷିଣ ପାର୍ଶ୍ଵରେ ବସିବା ଉଚିତ ।

ଏହା ଆମେ କହୁ ନାହୁଁ ବରଂ ଶାସ୍ତ୍ର ପ୍ରମାଣ ଦିଏ । ତେଣୁ ଏପରି ଭୁଲ କେବେ ହେଲେ କରନ୍ତୁ ନାହିଁ । ଉପରେ କୁହା ଯାଇଥିବା ସମସ୍ତ କର୍ମ ସମୟରେ ସ୍ବାମୀଙ୍କର ଦକ୍ଷିଣ ପଟେ ସ୍ତ୍ରୀ ବସନ୍ତୁ । ସେହିପରି ଆଉ କିଛି ସମୟ ବା କାର୍ଯ୍ୟ ରହିଛି ଯେଉଁ ସମୟରେ ସ୍ତ୍ରୀ ସର୍ବଦା ସ୍ବାମୀଙ୍କର ବାମ ପଟେ ବସିବା ଉଚିତ । ଏନେଇ ମଧ୍ୟ ଶାସ୍ତ୍ରରେ ପ୍ରାଞ୍ଜଳ ଭାବେ ଉଲ୍ଲେଖ ରହିଛି । ଶାସ୍ତ୍ର କୁହେ ଯେ ଯେତେବେଳେ ଗୁରଜନ ବା ପୁରୋହିତ ମାନଙ୍କ ଠାରୁ ଉଭୟ ପତି ଏବଂ ପତ୍ନୀ ଆଶୀର୍ବାଦ ନେଉଥାନ୍ତି ସେତେବେଳେ ପତ୍ନୀ ସବର୍ଦା ସ୍ବାମୀଙ୍କର ବାମ ପଟେ ରହିବା ଉଚିତ ।

ଅର୍ଥାତ ଯେକୌଣସି ଅଭିଷେକ କାର୍ଯ୍ୟ ହେବା ବା ଅନ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟରେ, ବ୍ରାହ୍ମଣ ଓ କୁଳ ପୁରୋହିତଙ୍କ ଠାରୁ ଆଶୀର୍ବାଦ ନେବା ସମୟରେ ସ୍ତ୍ରୀ ସବୁବେଳେ ସ୍ବାମୀଙ୍କର ବାମ ପଟେ ରହିବା ମଙ୍ଗଳକାରୀ ହୋଇଥାଏ । ଏହାସହ ଶୋଇବା ସମୟରେ ଏବଂ ପତିଙ୍କ ସହ ଭୋଜନ କରିବା ସମୟରେ ମଧ୍ୟ ସ୍ତ୍ରୀ ସ୍ବାମୀଙ୍କର ବାମପଟେ ବସିବା ଉଚିତ । ଏହି ସବୁ ପାଳନ କରିବା ଦ୍ଵାରା ଆମ ଜୀବନ ମଙ୍ଗଳମୟ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।