୮ମ ଛାତ୍ର ହେଲା ଡନ, ପ୍ରଧାନଶିକ୍ଷକଙ୍କୁ ଫୋନ କରି କହିଲା– ୫ ଲକ୍ଷ ଟଙ୍କା ଦିଅ ନହେଲେ ପୁରା ପରିବାରକୁ..

ଉତ୍ତର ପ୍ରଦେଶର ଜିଲ୍ଲାରେ ଏକ ପ୍ରଧାନଶିକ୍ଷକଙ୍କ ଠାରୁ ୫ ଲକ୍ଷ ଟଙ୍କା ମାଗିବାର ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି । କହିବାକୁ ଗଲେ ଟଙ୍କା ମାଗିଥିବା ପିଲାଟି କୌଣସି ଅପରାଧୀ ନୁହେଁ ଅଥବା ସେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଅଟେ । ପୋଲିସ ଅନୁସାରେ ୧୩ ବର୍ଷର ଏହି ଛାତ୍ର ନିଜର ଇଚ୍ଛାପୁର୍ତି ପାଇଁ ପ୍ରଧାନଶିକ୍ଷକକୁ ପାଞ୍ଚ ଲକ୍ଷ ଟଙ୍କା ମାଗିଥିଲା । ଏତିକି ନୁହେଁ ଏହି ଛାତ୍ର ୨୪ ଘଣ୍ଟାରେ ୫ ଲକ୍ଷ ଟଙ୍କା ନ ଦେଲେ ପ୍ରଧାନଶିକ୍ଷକର ପୁରା ପରିବାରକୁ ଶେଷ କରିଦେବା ପାଇଁ ଧମକ ବି ଦେଇଥିଲା । ପୋଲିସ ବର୍ତ୍ତମାନ ଛାତ୍ରକୁ ଗିରଫ କରି ନେଇଛନ୍ତି ।

ଏହି ପୁରା ମାମଲା ଥାନା ବରନାହଲ କ୍ଷେତ୍ରର ଶ୍ରୀ ବର୍ଣୀ ଇଂଟର କଲେଜର ଅଟେ । ପ୍ରଧାନଶିକ୍ଷକ ବୃଜକିଶୋରଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି ଫୋନ କରି ୫ ଲକ୍ଷ ଟଙ୍କା ମାଗିଲା ଓ ଟଙ୍କା ନ ଦେଲେ ପୁରା ପରିବାରକୁ ଜୀବନରୁ ମାରି ଦେବା ପାଇଁ ଧମକ ବି ଦେଲା । ଏହା ପରେ ପ୍ରଧାନଶିକ୍ଷକ ପୋଲିସକୁ ଏହାର ସୂଚନା ଦେଲେ । ପୋଲିସ ସେହି ଅଜଣା ବ୍ୟକ୍ତି ବିରୁଦ୍ଧରେ ଏନସିଆର ଦର୍ଜ କରି ନେଲେ ଓ ଯେଉଁ ଫୋନରୁ କଲ ଆସିଥିଲା ତାକୁ ସର୍ବିଲାଂସରେ ଲଗାଇ ଦେଲେ ।

ଫୋନ ନମ୍ବରର ଡିଟେଲ ମିଳିବା ମାତ୍ରେ ହିଁ ଫୋନ କରିଥିବା ବ୍ୟକ୍ତିକୁ ପୋଲିସ ଧରି ନେଲେ । କିନ୍ତୁ ପ୍ରଥମେ ତ ପୋଲିସ ଆଶ୍ଚର୍ଯ୍ୟ ହୋଇଗଲା କାରଣ ଟଙ୍କା ମାଗିଥିବା ବ୍ୟକ୍ତି ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଥିଲା । ଫୋନ କରିଥିବା ଛାତ୍ରର ବୟସ ପାଖପାଖି ୧୩ ବର୍ଷର ଅଟେ । ଯିଏ ଅଷ୍ଟମ ଶ୍ରେଣୀରେ ପଢୁଥିଲା । ପୋଲିସ ଯେତେବେଳେ ତାକୁ ପଚରା ଉଚରା କରିଲେ ତ ପ୍ରଥମେ ସେହି ଛାତ୍ର ଜଣକ ପୋଲିସକୁ ସବୁ ମିଛି କଥା କହିଲା ।

ଏହା ପରେ ପୋଲିସ ପୁଅକୁ କିଶୋର ନ୍ୟାୟାଳୟକୁ ନେଇଗଲେ, ଯେଉଁଠି ତାଙ୍କୁ ଆଗ୍ରା କିଶୋର ପୁନାରବାସ କେନ୍ଦ୍ରକୁ ପଠାଇ ଦିଆଗଲା । ଥାନାଧ୍ୟକ୍ଷ ସୁରେଶ ଚନ୍ଦ୍ର ଶର୍ମାଙ୍କ ଅନୁସାରେ, ଛାତ୍ର ବିଲକୁଲ ପ୍ରଫେଶନଲ ଅପରାଧୀ ଭଳି ପ୍ରଧାନଶିକ୍ଷକକୁ ଫୋନ କରି ଟଙ୍କା ମାଗି ଥିଲା ଓ ଏହା ସହିତ ପ୍ରଧାନଶିକ୍ଷକର ଗୋଟିଏ ଗୋଟିଏ କାର୍ଯ୍ୟପ୍ରଣାଳୀ ଉପରେ ନଜର ବି ରଖୁଥିଲା । ଆରୋପି ଛାତ୍ରର ପୁରା ପରିବାର ଅଛି ।

ସେ ତିନି ଭାଇମାନଙ୍କ ମଧ୍ୟରେ ସବୁଠୁ ବଡ ଅଟେ ଓ ଘିରୋରର ପ୍ରାଇଭେଟ ବିଦ୍ୟାଳୟରେ କକ୍ଷା ୮ର ଛାତ୍ର ଅଟେ । ଦୁଇ ପରିବାର ପାଖପାଖି ହିଁ ରୁହନ୍ତି । ସେଥିପାଇଁ ଆରୋପି ଓ ପ୍ରଧାନଶିକ୍ଷକର ପରିବାରରେ ସମ୍ବନ୍ଧ ବି ଭଲ ଅଟେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।