ତାଜା ଖବର- କଣ ଭାରତରେ ପୁଣି ଲାଗୁହେବ ଲକଡାଉନ, ଏହି କଥାରୁ ମିଳୁଛି ସଂକେତ

ଗତ କିଛି ଦିନ ହେଲାଣି ସାରା ଦେଶରେ କରୋନା ଭାଇରସ ବ୍ୟାପୀ ଚାଲିଛି । ଏହି ମହାମାରୀ ରେ ବହୁତ ଲୋକ ମୃତ୍ୟୁ ବରଣ ମଧ୍ୟ କରି ସାରିଲେଣି । ଏହି ମହାମାରୀ ଦିନକୁ ଦିନ ବଢିବାରେ ଲାଗିଛି ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଭେକ୍ସିନ କିମ୍ବା ଔଷଧ ବାହାରି ନାହିଁ । ଭାରତ ସରକାରଙ୍କ ଅନୁସାରେ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାର ସାମୁଦାୟିକ ବିସ୍ତାରର ପରିସ୍ଥିତି ଆସିନାହିଁ । କିନ୍ତୁ କିଛି ବିଶେଷଜ୍ଞ ଏଥିରେ ସନ୍ତୁଷ୍ଟ ନାହାଁନ୍ତି । କରୋନା ସଂକ୍ରମଣର ନିମ୍ନଲିଖିତ ଚରଣ ଅଛି ।

ପ୍ରଥମ ପର୍ଯ୍ୟାୟ

ଏହା କୌଣସି ବି ଭାଇରସର ପ୍ରଥମ ପାହାଚ ଅଟେ । ଏଥିରେ କୌଣସି ବ୍ୟକ୍ତି ସେତବେଳେ ସଂକ୍ରମିତ ହୋଇଥାଏ ଯେତବେଳେ ସେ ଭାଇରସର ଉତ୍ସରେ ପହଞ୍ଚି ଥାଏ ଏବଂ ଏହାପରେ ସେ ସେହି ଭାଇରସର ବାହକ ହୋଇଯାଇ ଥାଏ ।

ଦ୍ଵିତୀୟ ପର୍ଯ୍ୟାୟ

ଏହାକୁ ସ୍ଥାନୀୟ ସଂକ୍ରମଣ ମଧ୍ୟ କୁହାଯାଇ ଥାଏ । ଏଥିରେ ଭାଇରସର ଉତ୍ସରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ଯେତବେଳେ ନିଜ ପରିବାର ଏବଂ ସମ୍ପର୍କୀୟଙ୍କ ସମ୍ପର୍କରେ ଆସିଥାନ୍ତି ସେତବେଳେ ସେହି ଲୋକମାନଙ୍କୁ ମଧ୍ୟ ଭାଇରସ ସଂକ୍ରମଣ ହୋଇ ଯାଇଥାଏ ।

ତୃତୀୟ ପର୍ଯ୍ୟାୟ

ଏହି ଅବସ୍ଥାକୁ ସାମୁଦାୟିକ ସଂକ୍ରମଣ ବୋଲି କୁହାଯାଇଥାଏ । ଏଥିରେ ସଂକ୍ରମଣ ସ୍ଥାନୀୟ ସ୍ତରରେ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଅନ୍ୟ ବ୍ୟକ୍ତି କିମ୍ବା ବସ୍ତୁ ଦ୍ଵାରା କୌଣସି ବ୍ୟକ୍ତି ଦେହରେ ଶୃଙ୍ଖଳା ଆକାରରେ ଶୀଘ୍ର ବ୍ୟାପିଯାଇ ଥାଏ ॰ ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କୁ ସଂକ୍ରମଣର ଉତ୍ସ ବିଷୟରେ କିଛି ଜଣାଯାଇ ନଥାଏ । ଉତ୍ସ ବିଷୟରେ କୌଣସି ସୂଚନା ନଥିବାରୁ ଏହାକୁ ଚିହ୍ନିବା ଅସମ୍ଭବ ହୋଇଯାଇ ଥାଏ ।

ଦିଲ୍ଲୀ ସରକାର କେନ୍ଦ୍ରର ମୋଦୀ ସରକାରଙ୍କ ଉପରେ ଦାୟୀତ୍ଵ ଦେଲେ

ରାଷ୍ଟ୍ରୀୟ ରାଜଧାନୀରେ କରୋନା ବୃଦ୍ଧି ମାମଲାକୁ ନେଇ ଦିଲ୍ଲୀ ସରକାର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟନ୍ଦ୍ର ଜେନ ଗତ ମଙ୍ଗଳବାର ଦିନ କହିଛନ୍ତି କି ଜାତୀୟ ରାଜଧାନୀରେ ବର୍ତ୍ତମାନ ପର୍ଯ୍ୟନ୍ତ ସାମନାକୁ ଆସିଥିବା ୫୦ପ୍ରତିଶତ ମାମଲାର ସ୍ରୋତ ଜଣାପଡି ନାହିଁ । ସତ୍ୟନ୍ଦ୍ର ଜେନ କହିଛନ୍ତି କୀ ଏହା ଘୋଷଣା କରିବା କେନ୍ଦ୍ର ସରକାରଙ୍କ ଉପରେ ଥିଲା କୀ କେଉଁ ସହର ସାମୁଦାୟିକ ସଂକ୍ରମଣ ଚରଣରେ ପ୍ରବେଶ କରିସାରିଛି ସେଗୁଡିକୁ ଚିହ୍ନଟ କରି ତା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ।

ଏହା ସହିତ ଜେନ କହିଛନ୍ତି କି ସ୍ଥାନୀୟ ପ୍ରଶାସନ ଅନୁସାରେ ଦିଲ୍ଲୀରେ ସଂକ୍ରମଣ ତୃତୀୟ ପର୍ଯ୍ୟାୟକୁ ବଢୁଛି । ଏହା ସହିତ ଅନେକ ସହରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳୁଛି । ତେବେ ଏହି ପରିସ୍ଥିତିକୁ ଆଖି ଆଗରେ ରଖୀ ଆଗକୁ ଲକଡାଉନ ପୁଣି ହେବାର ସମ୍ଭାବନା କୁ ଏଦ୍ଦ ହେବ ନାହିଁ । ତେବେ ଏହା କେବଳ ଅଧିକ ସଂକ୍ରମିତ କ୍ଷେତ୍ରକୁ ଟାର୍ଗେଟ କରାଯାଇ ସେଠି ଲାଗୁ କରାଯାଇ ପାରେ । ସେ କହିଛନ୍ତି ଏମ୍ସର ନିର୍ଦେଶକ ରଣଦୀପ ଗୁଲେରିୟା କହିଛନ୍ତି କି କେନ୍ଦ୍ର ଏହାର ଘୋଷଣା କରିନାହିଁ ।

ସାରାଦେଶରେ ଗତ ୨୪ଘଣ୍ଟାରେ ୧୧୧୫୬ ନୂଆ ମାମଲା ସାମନାକୁ ଆସିଛି ଏବଂ ୩୫୭ ଲୋକଙ୍କର ମୃତ୍ୟୁହୋଇଯାଇଛି । ଭାରତରେ କରୋନା ପଜେଟିଭ ମାମଲାର ସମୁଦାୟ ସଂଖ୍ୟା ୨୮୭୦୬୧ ହୋଇଯାଇଛି, ଯେଉଁଥିରୁ ୧୩୭୯୨୭ ସକ୍ରିୟ ମାମଲା ଅଟେ । ଦେଶ ସାରା ବର୍ତ୍ତମାନ ପର୍ଯ୍ୟନ୍ତ ୧୪୧୦୦୬ ଲୋକ ଠିକ ହୋଇଯାଇଛନ୍ତି ଏବଂ ୮୧୧୩ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।