ଆମ ଦେଶରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବା ୨୦୨୧ରେ କୋରୋନା ମହାମାରୀର ଦିତୀୟ ଲହର ବହୁତ ଭୟଙ୍କର ରୂପ ନେଇଛି । କୋରୋନା ଭାଇରସର ପ୍ରକୋପ ଏତେ ମାତ୍ରାରେ ବଢିବାରେ ଲାଗିଛି ଯେ ଅନେକ ଲୋକଙ୍କର ଜୀବନ ଗଲାଣି । ଗତ ବର୍ଷ କୋରୋନାର ପ୍ରଥମ ଲହରେ ଯେତେ ଭୟଙ୍କର ହୋଇନଥିଲା ଚଳିତ ବର୍ଷ କୋରୋନାର ଦିତୀୟ ଲହରରେ କୋଟୋ କୋଟି ଲୋକ ମାନେ ପ୍ରା-ଣ ହ-ରା-ଉ-ଛ-ନ୍ତି । ଏହା ବ୍ଯତୀତ ଦେଶର ସବୁ ହସ୍ପିଟାଲ ମାନଙ୍କରେ ବେଡ ଅଭାବ ସହ ଅକ୍ସିଜେନର ମଧ୍ୟ ଅଭାବ ପରିଲକ୍ଷିତ ହେଉଛି ।
ଏହି ଭାଇରସକୁ ରୋକିବା ପାଇଁ ଆମ ଦେଶରେ ଟୀକାକରଣ ଲାଗୁ କରା ଯାଇଛି । ମେ ୧ରୁ ସବୁ କୋଭିଡ କେନ୍ଦ୍ର ମାନଙ୍କରେ ଟୀକାକରଣ କରା ଯାଉଥିଲେ ମଧ୍ୟ ଯେଉଁ ଲୋକ ମାନେ ଟୀକା ନେଇଛନ୍ତି ସେମାନଙ୍କୁ ପୁଣି ଥରେ କୋରୋନା ସଂକ୍ରମଣ ହେଉଛି ।
ସେଥିପାଇଁ କୋରୋନା ଆକ୍ରାନ୍ତ ଚିକିତ୍ସା ପାଇଁ ଭାରତ ସରକାର ଆମ ଦେଶର କମ୍ପାନୀର ଔଷଧକୁ ଅନୁମତି ଦେଇଛନ୍ତି । ଜରୁରୀକାଳିନ ପରିସ୍ଥିତିରେ ଏହି ଔଷଧର ବ୍ୟବହାର କରାଯିବ ବୋଲି ଜଣା ପଡିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଔଷଧ ବିଷୟରେ କହିବାକୁ ଯାଉଛୁ । ଭାରତ ସରକାରଙ୍କ ଡିଆରଡିଓଙ୍କ ଦ୍ଵାରା କୋରୋନାରୁ ରକ୍ଷା ପାଇବା ପାଇଁ ଏକ ଔଷଧ ପ୍ରସ୍ତୁତ କରା ଯାଇଛି । ଏହି ଔଷଧକୁ ଜରୁରୀକାଳିନ ପରିସ୍ଥିତିରେ ବ୍ୟବହାର କରାଯିବ ବୋଲି ଭାରତ ସରକାର ଅନୁମତି ଦେଇଛନ୍ତି ।
ହାଇଦ୍ରାବାଦର ରେଡି ଲ୍ୟାବ ସହ ଡିଆରଡିଓ ଏହି ଅଉଷଧକୁ ମିଟିତ ପ୍ରୟାସରେ ପ୍ରସ୍ତୁତ କରିଛନ୍ତି । ଯେଉଁ ମାନେ କୋରୋନାରେ ଗୁରୁତର ଆକ୍ରାନ୍ତ ହୋଇଥିବେ ସେମାନଙ୍କୁ ଏହି ଔଷଧ ଦିଆଯିବ । ଏହାର ଏକ ପ୍ଯାକେଟ ମିଳିବ ଯାହାକୁ ପାଣିରେ ମିଶାଇ ପିଇବାକୁ ପଡିବ । ଏହି ଔଷଧ ଶରୀରର ଭୂତାଣୁକୁ ନଷ୍ଟ କରିବାରେ ସାହାଜ୍ୟ କରିବ । ଯେଉଁ ମାନେ ଅକ୍ସିଜେନ ଉପରେ ନିର୍ଭର କରୁଥିବେ ସେମାନେ ମଧ୍ୟ ଏହାର ସେବନ କରି ପାରିବେ ।
୧୭ଟି ମେଡିକାଲରେ ୧୧୦ ଜଣ ରୋଗୀଙ୍କ ଉପରେ ଏହି ଔଷଧର ପ୍ରୟୋଗ କରା ଯାଇଥିଲା ଯାହା ଦ୍ଵାରା କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହି ଔଷଧର ନାଁ ରହିଛି 2ଡିଏକ୍ଷସୀ 2 ଗ୍ଳୁକୋଜ ବା 2 ଡିଜି ଅଟେ । ହାଇଦ୍ରାବାଦର ରେଡି କମ୍ପାନୀରେ ଏହି ଔଷଧର ପ୍ରସ୍ତୁତି ଆରମ୍ଭ ହୋଇଛି । ଡିଆରଡିଓର ବୈଜ୍ଞାନିକ ମାନେ ଗତ ବର୍ଷ ଏପ୍ରିଲ ମାସରେ ଏହି ଔଷଧର ପରୀକ୍ଷା କରିଥିଲେ ।
ପରୀକ୍ଷଣ ପରେ ଏହି ଔଷଧ କୋରୋନାକୁ ରୋକିବା ପାଇଁ ସଫଳ ହେଉଛି ବୋଲି ଜଣା ପଡିଥିଲା । ଦିତୀୟ ପର୍ଯ୍ୟାୟରେ ମେ ମାସରେ ଏହି ଔଷଧର ପରୀକ୍ଷଣ କରିବାକୁ ଅନୁମତି ମିଳିଥିଲା । ୨୦୨୦ ଡିସେମ୍ବରରୁ ମାର୍ଚ ୨୦୨୧ ପର୍ଯ୍ଯନ୍ତ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରା ଯାଇଥିଲା । ତୃତୀୟ ପର୍ଯ୍ୟାୟରେ ୨୭ଟି ହସପିଟାଲରେ ୨୨୦ ଜଣ କୋରୋନା ରୋଗୀ ସୁସ୍ଥ ହୋଇଥିଲେ ।
ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଆମ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।