ଏସିଆର ସବୁଠୁ ବଡ ରେଡଲାଇଟ ଏରିଆ ହେଉଛି ଭାରତର ଏହି ବଦନାମ ଗଳି, ଯେଉଁଠି ଝିଅ ଜନ୍ମ ହେଉ ହେଉ ହେଇଯାଏ ଦେହାଜୀବୀ, ଜାଣନ୍ତୁ ଏହା ପଛର ପ୍ରକୃତ କାହାଣୀ !

ଏଠି ଖୁଲମଖୁଲା ଚାଲେ ଦେହ ବେପାର । ଆଜିବି ଏଠି ଏହି ବ୍ୟବସାୟ ଉପରେ ବ୍ରେକ ଲଗାଇ ପାରିନି ଆଇନ । ସମାଜ ଯାହାକୁ ନୀଚ ଆଖିରେ ଦେଖେ ସେହି ବ୍ୟବସାୟକୁ ଆଦରି ନେଇଛନ୍ତି ଏଠାକାର ଲକ୍ଷ ଲକ୍ଷ ଯୁବତୀ ଏବଂ ମହିଳା । ଆମେ କହୁଛୁ କେବଳ ଭାରତ ନୁହେଁ ବରଂ ଏସିଆର ସବୁଠୁ ବଡ ରେଡଲାଇଟ ଏରିଆ ସୋନାଗାଛିର କଥା । କୋଲକାତାର ଏହି ବହୁଚର୍ଚ୍ଚିତ ଗଳିର ନାଁ ଆପଣ ନିଶ୍ଚୟ ଶୁଣିଥିବେ । ଏହା ଏମିତି ଏକ ସ୍ଥାନ ଯେଉଁଠି ପ୍ରତି ଘରୁ ଶୁଣିବାକୁ ମିଳେ ଦେହ ଥରାଇବା ଭଳି କାନ୍ଦ ।

ବଙ୍ଗଳାରେ ସୋନାଗାଛିର ଅର୍ଥ ହେଉଛି ସୁନାର ଗଛ । ଏହି ଏରିଆର ଅନେକ ଲୋକ ଦେହ ବ୍ୟବସାୟ କରି ଚଳିଥାନ୍ତି । ହାଓଡା ଷ୍ଟେସନରୁ ମାତ୍ର ୩କିମଣି ଗଲେ ପଡିଥାଏ ଏହି ବଦନାମ ଅନ୍ଧ ଗଳି । କୁହାଯାଏ କି ଦୀଘ ବର୍ଷ ତଳେ ସୁମିତ୍ରା ନାମକ ଜଣେ ମହିଳା ଏଠାରେ ପ୍ରଥମେ କିଛି ଦେହଜୀବୀଙ୍କୁ ରଖି କୋଠି ଚଲାଉଥିଲେ । ଅଞ୍ଚଳରେ ଏହି ବ୍ୟବସାୟ ଭଲ ଚଳିବାରୁ ଧୀରେ ଧୀରେ ନୂଆ ଘର ତିଆରି ହେଲା । କୋଠରି ବଢିବା ସାଙ୍ଗକୁ ବଢିଚାଲିଲା ଦେହଜେବୀ ଓ ଗ୍ରାହକଙ୍କ ସଂଖ୍ୟା ।

ତେବେ ସୋନାଗାଛି କିପରି ରେଡଲାଇଟ ଏରିଆ ହେଲା ତା’ର ସଠିକ ଇତିହାସ କାହା ପାଖରେ ନାହିଁ । କୁହାଯାଏ ସୋନାଗାଛିରେ ଦେହ ବ୍ୟବସାୟ କରୁଥିବା ଯୁବତୀ ଏବଂ ମହିଳା ପରିସ୍ଥିତିରେ ପଡି ଏଠାକୁ ଚାଲି ଆସିଥାନ୍ତି । କିନ୍ତୁ ଏହିଠାରୁ ଫେରିବା ଆଉ ସମ୍ଭବ ନୁହେଁ ବୋଲି ସେମାନେ କହିଥାନ୍ତି । ପ୍ରତି ଜୀବନ ପଛର ରହିଛି ଏକ ସ୍ଵତନ୍ତ୍ର କାହାଣୀ ।

ଅବଶ୍ୟ ସମୟ ଗଡିବା ସହ ଅନେକ ସ୍ଵେଚ୍ଛାସେବୀ ସଂଗଠନ ଏମାନଙ୍କ ପିଲା ମାନଙ୍କୁ ସମାଜରେ ମୌକ୍ୟ ସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଅନେକଙ୍କ ପାଇଁ ସୋନାଗାଛି ମନୋରଞ୍ଜନର ମୁଖ୍ୟସ୍ଥଳ ପାଲଟିଥିବା ବେଳେ ଆଉ କାହା ପାଇଁ ଘନ ଅନ୍ଧକାର ବ୍ଯତୀତ ଆଉ କିଛି ନୁହେଁ । ଏଠି ପ୍ରତିଦିନ ଟଙ୍କା ବଦଳରେ ସଉଦା ହୋଇଥାଏ ଦେହ ଆଉ ମନ । ଝିଅ ଜନ୍ମ ହେଉ ହେଉ ପାଲଟି ଯାଇଥାଏ ଦେହଜୀବୀ । ଦେହ ବିକିଲେ ଏଠି ଟଙ୍କା ମିଳେ ନଚେତ ଉପାସରେ ରହିବାକୁ ପଡେ ।

ବେଳେବେଳେ ସହିବାକୁ ପଡିଥାଏ ଅକଥନୀୟ କଷ୍ଟ । ଏହି ବଦନାମ ଗଳି ସୋନାଗାଛିରେ ଏବେ ପ୍ରାୟ ୧୨ ହଜାରରୁ ଅଧିକ ଦେହ ବ୍ୟବସାୟୀ ରହୁଛନ୍ତି । ଦେହ ବିକୁଥିବା ଝିଅର ପେଟକୁ ଏଥିପାଇଁ ଦାନା ମିଳୁଥିବା ବେଳେ ଏଥିକୁ ଆସୁଥିବା ଗ୍ରାହକଙ୍କୁ ଇଶ୍ଵର ବୋଲି ଭବିଥାନ୍ତି ଏଠାକାର ମହିଳା ।

କୋଲକାତାର ଏହି ବଦନାମ ଗଳି ସୋନାଗାଛି ଉପରେ “ବର୍ଣ୍ଣ ଇଣ୍ଟୁ ବଥେଲ” ଉପରେ ଏକ ଫିଲ୍ମ ମଧ୍ୟ ହୋଇଛି । ଯାହାକୁ ଅସ୍କାର ଆୱାର୍ଡ ମଧ୍ୟ ମିଳିଛି । ଯେଉଁ ବୟସରେ ଝିଅମାନେ ମା ଓ ପରିଜନଙ୍କ ଠାରୁ ଦୁନିଆର ରୀତିନୀତି, ପରମ୍ପରା, ଲାଜ୍ୟା ଓ ଶିଷ୍ଟାଚାର ଆଦି ଶିକ୍ଷା କରିଥାନ୍ତି ସେହି ବୟସରେ ଏଠାକାର ଝିଅମାନେ ନିଜକୁ କିଭଳି ବିକ୍ରି କରିବେ ସେହି ଶିକ୍ଷା ନେଇଥାନ୍ତି ବୋଲି କୁହାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।