Lata Mangeshkar ଙ୍କୁ କରା ଯାଇଥିଲା ହତ୍ୟା ଷଡଯନ୍ତ୍ର ! ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ! ସ॰କ୍ଷେପରେ ଜାଣନ୍ତୁ ଲତାଙ୍କ ଗୌରବମୟ ଜୀବନୀ !

ଥମି ଯାଇଛି ଭାରତର ସ୍ଵର ଲତା ମଙ୍ଗେସକରଙ୍କ ସ୍ଵର । ୯୨ ବର୍ଷ ବୟସରେ ଦୁନିଆରୁ ମେଲାଣି ନେଇଛନ୍ତି ସ୍ଵର ସମ୍ରାଜ୍ଞୀ । ୨୫ ହଜାରରୁ ଅଧିକ ଗୀତ ଗାଇ ତିନି ପିଢିଙ୍କୁ ନିଜ କଣ୍ଠ ସ୍ଵରରେ ମତୁଆଲା କରିଛନ୍ତି । ଶେଷରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ସେ ଆଖି ବୁଜି ଦେଇଛନ୍ତି । ସାରା ଭାରତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି । ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଜୀବନ ଆରମ୍ଭ ହୋଇଥିଲା ଇନ୍ଦୋର ସହରରୁ । ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଲତାଙ୍କ ଜନ୍ମ ହୋଇଥିଲା ।

ତାଙ୍କ ପିତା ଦିନାନାଥ ଜଣେ ମହାନ ମରାଠୀ ସଙ୍ଗୀତଜ୍ଞ ଥିଲେ । ପଣ୍ଡିର ଦିନାନାଥଙ୍କ ମୂଳ ସାଙ୍ଗିଆ ଥିଲା ହାଡିକାଲ । ଗୋଆର ମଙ୍ଗେଶ୍ରୁ ଆସିଥିବା ଦିନନାଥ କିନ୍ତୁ ନିଜ ସ୍ଥାନ ନାମ ଅନୁସାରେ ସାଙ୍ଗିଆକୁ ମଙ୍ଗେସକର ରଖିଥିଲେ । ଲତାଙ୍କୁ ପ୍ରଥମେ ହେମା ନାମ ଦିଆ ଯାଇଥିଲା । କିନ୍ତୁ ପରେ ତାଙ୍କ ପିତା ନାମ ବଦଳାଇ ଲତା ରଖିଥିଲେ । ପିଲାଟି ବେଳୁ ଲତା ସଙ୍ଗୀତ ଗହଣରେ ବଡ ହୋଇଥିଲେ । ୫ ବର୍ଷ ବୟସ ହୋଇଥିବା ବେଳେ ଥରେ ଲତା ନିଜ ସାନ ଭଉଣୀ ଉଷାଙ୍କୁ ତାଙ୍କ ସାଥିରେ ସ୍କୁଲ ନେଇ ଯାଇଥିଲେ ।

କିନ୍ତୁ ଶିକ୍ଷକ ତାଙ୍କୁ ସ୍କୁଲରେ ବସିବାକୁ ଅନୁମତି ଦେଇ ନଥିଲେ । ତେଣୁ ଲତା ରାଗିଯାଇ ଆଉ କେବେବି ସ୍କୁଲ ମାଟି ମାଡି ନଥିଲେ । ୧୯୪୨ ମସିହାରେ ପିତା ଦିନାନାଥଙ୍କ ଅକାଳ ମୃତ୍ୟୁ ସେମାନଙ୍କ ପରିବାରକୁ ଦୋହଲାଇ ରଖି ଦେଇଥିଲା । ତା’ ପରଠାରୁ ମାତ୍ର ୧୩ ବୟସରେ ପରିବାରର ବୋଝ ପଡିଥିଲା ଲତାଙ୍କ ଉପରେ ଓ ଆରମ୍ଭ ହୋଇଥିଲା ସଙ୍ଗୀତ ଏବଂ ସଂଘର୍ଷ । କ୍ଯାରିୟର ଆରମ୍ଭରେ ସେ କିଛି ହିନ୍ଦୀ ଏବଂ ମରାଠୀ ଫିଲ୍ମରେ ଅଭିନୟ କରିଥିଲେ । କିନ୍ତୁ ପରେ ସଙ୍ଗୀତ ପ୍ରତି ସେ ନିଜର ପୁରା ସମୟ ଦେଇଥିଲେ ।

୧୯୪୨ରେ ମାତ୍ର ୧୩ ବର୍ଷ ବୟସରେ ସେ ପ୍ରଥମ ଥର ପାଇଁ ଗୀତ ଗାଇଥିଲେ । କିନ୍ତୁ ପରେ କୌଣସି କାରଣରୁ ଏଡିଟିଂ ବେଳେ ସେହି ଗୀତକୁ ହଟାଇ ଦିଆ ଯାଇଥିଲା । ତେବେ ଏହାପରେ ଆଉ ସେହି ବର୍ଷ ଆଉ ଏକ ଫିଲ୍ମରେ ପ୍ରଥମ ଥର ପାଇଁ ଭାରତ ଲତାଙ୍କ ସ୍ଵର ଶୁଣିବାକୁ ପାଇଥିଲା । ଲତାଙ୍କ ସଙ୍ଗୀତ ଯାତ୍ରା ମଧ୍ୟ ଏତେ ସହଜ ନଥିଲା । କ୍ଯାରିୟର ଆରମ୍ଭରେ ତାଙ୍କୁ ମଧ୍ୟ ଅନେକ ପ୍ରତ୍ୟାଖ୍ୟାନର ସମୁଖୀନ ହେବାକୁ ପଡିଥିଲା ।

କିନ୍ତୁ ସଂଘର୍ଷ କରୁ କରୁ ଲତା ପାଲଟିଗଲେ ଭାରତର ସ୍ଵର । ଏହାପରେ ପାଖାପାଖି ୬ ଦଶକ ପର୍ଯ୍ୟନ୍ତ ଭାରତୀୟ ସଙ୍ଗୀତ ଜଗତରେ ଲତାଙ୍କ ରାଜ୍ ଚାଲିଥିଲା । ହିନ୍ଦୀ ସମେତ ପ୍ରାୟ ୩୬ଟି ଭାଷାରେ ଗୀତ ଗାଇଛନ୍ତି ଲତା । ଓଡିଆରେ ମଧ୍ୟ ତାଙ୍କର କେତେକ ଗୀତ ରହିଛି । ନିଜ କ୍ଯାରିୟରର ଶୀର୍ଷରେ ଥିବା ବେଳେ ଲତାଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ହୋଇଥିଲା ।

୧୯୬୨ ମସିହାରେ ଲତାଙ୍କୁ ରାସ୍ତାରୁ ହଟାଇବା ପାଇଁ ସ୍ଲୋ ପଏଜନ ଦିଆ ଯାଇଥିଲା । ଥରେ ନିଦାରୁ ଉଠିବା ପରେ ତାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହୋଇଥିଲା । ପରେ ଡାକ୍ତରୀ ଯାଞ୍ଚରୁ ତାଙ୍କୁ ସ୍ଲୋ ପଏଜନ ଦିଆ ଯାଇଥିବା ଜଣା ପଡିଥିଲା । ତେବେ ଏହି ଷଡଯନ୍ତ୍ର କିଏ ଏବଂ କାହିଁକି ରଚିଥିଲା ତାହା ଆଜି ମଧ୍ୟ ରହସ୍ୟମୟ ହୋଇ ରହିଛି । ଭାଇ ଭଉଣୀ ସେମାନଙ୍କ ପରିବାରକୁ ନେଇ ଲତାଙ୍କ ପରିବାର ।

ପରିବାର ପାଇଁ ସଂଘର୍ଷ କରିବା ମଧ୍ୟରେ ସେ ବିବାହ କରି ନଥିଲେ । ଲତାଙ୍କ ଦେହାନ୍ତ ପରେ ଭାରତ ତା’ର ସବୁଠୁ ପରିଚିତ ସ୍ଵର ହରାଇଛି । କିନ୍ତୁ ପ୍ରତ୍ଯେକ ଭାରତୀୟଙ୍କ ମନରେ ଚିରଦିନ ପାଇଁ ଲତା ଯେ ରହିବେ ଏଥିରେ କୌଣସି ସନ୍ଦେହ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।