ଆସନ୍ତା ମାସ ଏହି ୩ ଟି ରାଶି କୁ ସାମନ୍ନା କରିବାକୁ ପଡିପାରେ ଅନେକ ଅସୁବିଧା, ସମସ୍ୟାକୁ ଟାଳିବା ପାଇଁ କରନ୍ତୁ ଏହି ଉପାୟ

ଜୁଲାଇ ମାସ ଶେଷ ହେବା ଉପରେ ଅଛି ଓ ଅଗଷ୍ଟ ମାସ ଆରମ୍ଭ ହେବାର ଅଛି । ଏମିତିରେ ଆଜି ଆମେ ଆପଣଙ୍କୁ ତିନୋଟି ଏମିତି ରାଶି ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କ ପାଇଁ ଏହି ଅଗଷ୍ଟ ମାସ ବହୁତ ଖରାପ ହେବାର ଅଛି । ଏମାନଙ୍କୁ ଏହି ମାସରେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡିପାରେ । କିନ୍ତୁ ଆମେ ଆପଣଙ୍କୁ ଏହି ସମସ୍ତ ସମସ୍ୟାରୁ ବଞ୍ଚିବାର ଉପାୟ ବିଷୟରେ ବି କହିଦେବୁ ।

ମିଥୁନ ରାଶି :

ଏହି ରାଶିର ଲୋକମାନଙ୍କୁ ଅଗଷ୍ଟ ମାସରେ ବହୁତ ବଡ ଧନହାନୀ ହେବାର ଯୋଗ ଅଛି । ଏହି ଧନର କ୍ଷତି ଆପଣଙ୍କୁ କୌଣସି ରୂପରେ ବି ହୋଇପାରେ । ଯେମିତି କି ଆପଣ ଯଦି କେଉଁଠି ଟଙ୍କା ନିବେଶ କରିଛନ୍ତି ତାହା ବୁଡି ଯିବ, ଚାକିରି ଚାଲିଯିବ, ବିଜନେସରେ ହାନି ହେବ, ଚୋରୀ ହେବ ଓ ଜିନିଷ ହଜିଯିବ । ସେଥିପାଇଁ ମିଥୁନ ରାଶିର ଲୋକମାନେ ଅଗଷ୍ଟ ମାସରେ ଟଙ୍କା ମାମଲାରେ ଅଳ୍ପ ସତର୍କ ରୁହନ୍ତୁ ।

କିନ୍ତୁ ଏହି ଧନହାନିରୁ ବଞ୍ଚିବା ପାଇଁ ଏକ ଉପାୟ ବି ଅଛି ଯାହାର ଅନ୍ତର୍ଗତ ଆପଣଙ୍କୁ ଅଗଷ୍ଟ ମାସର ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ନାମରେ ବ୍ରତ ରଖିବାର ଅଛି ଓ ତାଙ୍କ ସାମ୍ନାରେ ଘିଅର ଦୀପ ବି ଜଳାଇବାର ଅଛି ।

ସିଂହ ରାଶି :

ଅଗଷ୍ଟ ମାସ ସିଂହ ରାଶିମାନଙ୍କ ପାଇଁ ଦୁର୍ଭାଗ୍ୟ ନେଇ ଆସିବ । ଏହି ମାସରେ ଆପଣଙ୍କ ଉପରେ ସମସ୍ୟାର ପାହାଡ ଭାଙ୍ଗିବ । ଆପଣଙ୍କର ଚିନ୍ତା ଶେଷ ହିଁ ହେବ ନାହିଁ । ଆପଣ ଯେଉଁ କାମ କରିବେ ସେଥିରେ ବାଧା ଉତ୍ପନ୍ନ ହୋଇ ହେଉଥିବ । କିନ୍ତୁ ଏହି ସମସ୍ତ ଅସୁବିଧାକୁ ଟାଳିବା ପାଇଁ ରାସ୍ତା ବି ଅଛି । ଏଥିପାଇଁ ଆପଣ ଅଗଷ୍ଟ ମାସର ପ୍ରତ୍ୟେକ ଶନିବାର ଦିନ ଶନି ମନ୍ଦିର ଯାଆନ୍ତୁ ଓ ଶନି ଦେବଙ୍କୁ କଳା ରାଶି ସହିତ ସୋରିଷ ତେଲର ଦୀପ ଲଗାନ୍ତୁ । ଏହି ଦିନରେ ଉପବାସ ବି ରଖନ୍ତୁ ।

ମୀନ ରାଶି :

ମୀନ ରାଶିର ଲୋକମାନଙ୍କର ଅଗଷ୍ଟ ମାସରେ ସ୍ୱାସ୍ଥ୍ୟ ଖରାପ ରହିବ । କାହା ସହିତ ଝଗଡା କରି ପାରନ୍ତି । ଏମିତିରେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିବା ଉଚିତ । ଅଗଷ୍ଟ ମାସରେ ଆପଣଙ୍କର ରାଗ ଆପଣଙ୍କୁ କ୍ଷତି ପହଞ୍ଚାଇବ । ସେଥିପାଇଁ ନିଜ ଉପରେ କାବୁ ରଖନ୍ତୁ । ଏହା ଛଡା ଆପଣ ଏହି ମାସରେ ଗଣେଶଙ୍କର ପୂଜାର୍ଚ୍ଚନା କରନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।