ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କଲେ ସରକାର – ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ଦେଲେ ସୂଚନା

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ବନ୍ଦ ଡାକରା ଯୋଗୁଁ ହେଉଥିବା ଭାରତ ବନ୍ଦ ପାଇଁ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ । ଦୁଇ ଦିନିଆ ଭାରତ ବନ୍ଦ ଡାକରା ହୋଇଥିବା ବେଳେ ବୁଧବାର ଦିନ ସ୍କୁଲ ବନ୍ଦ ରହିବ କି ନାହିଁ ସେ ବିଷୟରେ କିଛି ସୂଚନା ଦେଇ ନାହାନ୍ତି ପ୍ରଦୀପ୍ତ ମହାପାତ୍ର ।

ରାଜ୍ୟ ସରକାରଙ୍କ ସ୍କୁଲ ଛୁଟି ଘୋଷଣା ପୂର୍ବରୁ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଆର୍ଥିକ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକ ଆସନ୍ତା ୮ ଓ ୯ ତାରିଖରେ ଦୁଇ ଦିନିଆ ଧର୍ମଘଟ କରିବେ । ୮ ତାରିଖ ସକାଳ ୬ଟାରୁ ୧୦ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ଏହି ଧର୍ମଘଟ ହେବ । ଏହି ଧର୍ମଘଟ ଜରିଆରେ ମୋଦି ସରକାରଙ୍କୁ ସତର୍କବାଣୀ ଦିଆଯିବ । ଧର୍ମଘଟରେ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଟୁ, ଏଆଇୟୁଟିୟୁସି ଭଳି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ କର୍ମଚାରୀ ସଂଘ, ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ସଂଘ ସମେତ ଜାତୀୟ ସ୍ତରର ବିଭିନ୍ନ ସ୍ୱାଧୀନ ଶ୍ରମିକ ଓ କର୍ମଚାରୀ ସଂଗଠନ ଏଥିରେ ଯୋଗଦେବେ ।

ଟ୍ରେଡ ୟୁନିୟନର ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ବିଜେଡ଼ି । କଂଗ୍ରେସ ମଧ୍ୟ ଭାରତ ବନ୍ଦ ଡାକରାରେ ସହମତ ବୋଲି ସୂଚନା ମିଳିଛି । ତେବେ ରାଜ୍ୟରେ କିନ୍ତୁ ସିଧାସଳଖ ଭାବେ କେହି ଭାରତ ବନ୍ଦ ଡାକରାରେ ଯୋଡ଼ିହେବେ ନାହିଁ । ସଂଗଠନ ସହ ଯେଉଁମାନେ ଜଡ଼ିତ ସେମାନେ ଭାରତ ବନ୍ଦ ପାଳନରେ ସାମିଲ ହୋଇପାରନ୍ତି । ଏହି ଦୁଇ ଦିନ ଧରି କେବଳ ସରକାରୀ ବ୍ୟାଙ୍କ ଗୁଡିକର କାର୍ଯ୍ୟ ବନ୍ଦ ରହିବ । ପ୍ରାଇଭେଟ୍ ବ୍ୟାଙ୍କ ଗୁଡିକର କାର୍ଯ୍ୟ ସୂଚାରୁରୂପେ ଜାରି ରହିବ ।

ଏହି ଭାରତ ବନ୍ଦ ଯୋଗୁ ହେଉଥିବା ସ୍କୁଲ ବନ୍ଦ ପାଇଁ ଆପଣଙ୍କ ମତାମତ ନିଶ୍ଚୟ କମେଣ୍ଟ ରେ ଦିଅନ୍ତୁ । ଶେୟାର କରି ଏହି ସୁଚନାଟି ସମସ୍ତଙ୍କ ନିକଟରେ ପହଞ୍ଚାନ୍ତୁ । ଆମ ସହିତ ଯୋଡି ହେବା ପାଇଁ ପେଜକୁ ଲାଇକ କରନ୍ତୁ ।