ଜାଣନ୍ତୁ ସମ୍ପୂର୍ଣ୍ଣ ସତ କଣ ପାଇଁ ଲିପନ ନିକିତାଙ୍କୁ ମାରିଲେ ??

ଟେଲି ଅଭିନେତ୍ରୀ ନିକିତାଙ୍କର ମୁର୍ତ୍ୟୁର ଘଟଣାରେ ଆସିଛି ଏକ ନୂଆ ମୋଡ । ନିକିତାଙ୍କ ବାପା ନିକିତାଙ୍କର ଶଶୁର ଏବଂ ଶାଶୁଙ୍କ ନାମରେ ଚାଉଳିଆଗଞ୍ଜ ପୁଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରି ଛନ୍ତି । ଏହି ଅଭିଯୋଗକୁ ଗ୍ରହଣ କରି ପୁଲିସ ଅଧିକାରୀ ମାନେ ନିକିତାଙ୍କର ସ୍ଵାମୀଙ୍କୁ ଗିରଫତାର କରି ପୁଲିସ ଷ୍ଟେସନରେ ଅଟକ ରଖି ଛନ୍ତି ।

ନିକିତାଙ୍କ ବାପାଙ୍କ କହିବା ଅନୁସାରେ ପ୍ରକୃତ ଘଟଣାଟି ଏହା ହେଉଛି କି, ୨୦୧୬ ମସିହାର ନଭେମ୍ବର ମାସରେ ନିକିତା ଏବଂ ଲିପନ ସାହୁ ଭଲ ପାଇ ବାହା ହୋଇ ଥିଲେ । ବାହାଘରର ପାଖପାଖି ୬ ମାସରୁ ୭ ମାସ ପର୍ଯ୍ୟନ୍ତ ନିକିତା ନିଜର ଶାଶୁଘରେ ଖୁସିରେ ରହି ଥିଲେ । ଏହା ପରେ ଶାଶୁଘର ଏବଂ ତାଙ୍କ ମଧ୍ୟରେ ଅଶାନ୍ତି ହେବାରୁ ସେ ଭୁବନେଶ୍ଵରରେ ଗୋଟିଏ ଫ୍ଲାଟରେ ରହିବାକୁ ଲାଗିଲେ ।

କିନ୍ତୁ ଗତ ୬ ମାସ ହେବ ନିକିତା ଚାଉଳିଆଗଞ୍ଜ ଅନ୍ତର୍ଗତ ମହାନଦୀ ବିହାରରେ ଥିବା ନିଜ ପିତାଙ୍କ ଘରେ ରହୁଥିଲେ । ଲିପନ ସାହୁ ନିକିତାଙ୍କୁ ଦେଖା କରିବା ପାଇଁ ପ୍ରାୟତଃ ତାଙ୍କ ଶଶୁର ଘରକୁ ସପ୍ତାହରେ ୨ ରୁ ୩ ଥର ଆସୁ ଥିଲେ । ଗତ ଶୁକ୍ରବାର ଦିନ ମଧ୍ୟ ଲିପନ ନିକିତାଙ୍କ ଘରକୁ ଆସିଥିଲେ । କିଛି ସମୟ ପରେ ଘରେ କୌଣସି କାରଣରୁ ଦୁଇଜଣଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇ ଯାଇଥିଲା । ଏହା ପରେ ସେମାନେ ଘରର ଛାତ ଉପରକୁ ଯାଇ ଥିଲେ ।

କିଛି ସମୟ ପରେ ହିଁ ନିକିତାଙ୍କର ଚିତ୍କାର ଶବ୍ଦ ଆସିଥିଲା ଏବଂ ନିକିତା ତଳକୁ ଖସି ପଡି ଥିଲେ । ଏହା ପରେ ନିକିତାଙ୍କ ବାପା କାନ୍ଦି କାନ୍ଦି ଆଗକୁ କହିଲେ କି କୌଣସି ମା ନିଜର ଗୋଟିଏ ମାତ୍ର ଚାରି ମାସର ଛୋଟ ପିଲାକୁ ଛାଡି ଆତ୍ମହତ୍ୟା କରି ପାରିବ ନାହିଁ ।

ସେଥି ପାଇଁ ସେ ଲିପନକୁ ଦୋଷୀ ବୋଲି କହି ଛନ୍ତି ଏବଂ ସେ ହିଁ ମୋର ଝିଅକୁ ମାରି ଦେଇଛି । ମୋ ଝିଅକୁ ନ୍ୟୟ ମିଳିବା ଦରକାର ।

ତେବେ ବନ୍ଧୁମାନେ ଆପଣ କଣ କହୁଛନ୍ତି ଲିପନ କଣ ସତରେ ତାଙ୍କର ସ୍ତ୍ରୀଙ୍କୁ ମାରି ଦେଇଛନ୍ତି ନା ଏହା ଏକ ଦୁର୍ଘଟଣା ଥିଲା । ବନ୍ଧୁମାନେ ଏହି ବିଷୟରେ ଆପଣ ମାନଙ୍କର ମତାମତ କଣ ତଳେ ଥିବା କାମେଣ୍ଟ ବକ୍ସରେ ଲେଖନ୍ତୁ ।