କଣ IPL 2022 ରେ CSK ପାଇଁ ଖେଳିବେ ଧୋନୀ ? ପଢନ୍ତୁ ପୁରା ଖବର !

ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ ୨୦୨୨ରେ ଖେଳିବେ ନା ନହିଁ ଏହାକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ଅନିଶ୍ଚିତତା ଦେଖାଯାଉଛି । ସମସ୍ତଙ୍କ ମନରେ ଏହା ପ୍ରଶ୍ନ ଆସୁଛି ଓ ଆସନ୍ତା ଆଇପିଏଲରେ ଧୋନୀ ଖେଳିବେ ନା ନାହିଁ । କହିଦେଉଛୁ କି ଏହି ବର୍ଷର ଆଇପିଏଲ ମ୍ୟାଚ ଭାରତରେ ଚାଲିଥିଲା । କିନ୍ତୁ କରୋନା କାରଣରୁ ଏହାକୁ ସ୍ଥଗିତ କରି ଦିଆଯାଇ ଥିଲା ଓ ବର୍ତ୍ତମାନ ଏହାର ଅବଶିଷ୍ଟାନ୍ସ ମ୍ୟାଚକୁ UAEରେ ଖେଳା ଯାଉଛି ।

ଯେଉଁଠି ଧୋନୀଙ୍କର ଟିମ ଚେନ୍ନାଇ ସୁପର କିଙ୍ଗ ଭଲ ପ୍ରଦର୍ଶନ କରୁଛି । ସେଥିପାଇଁ ଧୋନୀଙ୍କ ଟିମ ବର୍ତ୍ତମାନ ହିଁ ପ୍ଲେ ଅପକୁ ଚାଲି ଯାଇଛନ୍ତି । ଯାହାକି ଏକ ଖୁସି ଖବର ଅଟେ ସମସ୍ତ ଚେନ୍ନାଇ ଫ୍ୟାନମାନଙ୍କ ପାଇଁ । କିନ୍ତୁ ଅନ୍ୟ ପଟେ ଧୋନୀଙ୍କର ପ୍ରଦର୍ଶନକୁ ନେଇ ବର୍ତ୍ତମାନ ଚେନ୍ନାଇର ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇ ଦେଇଛି । ଧୋନୀ ୱିକେଟ ପଛରେ ଭଲ ପ୍ରଦର୍ଶନ କରୁଛନ୍ତି କିନ୍ତୁ ୱିକେଟ ଆଗରେ ତାଙ୍କର ପ୍ରଦର୍ଶନ ସେହିଭଳି କିଛି ଖାସ ନୁହେଁ ।

ତାଙ୍କର ଫ୍ୟାନମାନେ ଓ ଚେନ୍ନାଇ ମ୍ୟାନେଜମେଣ୍ଟର ସଦସ୍ୟମାନେ ବହୁତ ଚିନ୍ତିତ ଅଛନ୍ତି ଧୋନୀଙ୍କ ବ୍ୟାଟିଙ୍ଗକୁ ନେଇ । ଆସନ୍ତା ଆଇପିଏଲ ସିଜିନରେ ସେ ଖେଳିବା ନା ନାହିଁ ଏହାକୁ ନେଇ ବର୍ତ୍ତମାନ ସମସ୍ତେ ଚର୍ଚା କରୁଛନ୍ତି । ଚେନ୍ନାଇ ସୁପର କିଙ୍ଗର ଟ୍ଵିଟ ଏହି ଚର୍ଚାକୁ ଆହୁରି ଅଧିକ ଜୋର କରି ଦେଇଛି ।

ଏଥିରେ ଚେନ୍ନାଇର ମ୍ୟାନେଜମେଣ୍ଟ ଧୋନୀଙ୍କ କିଛି ମତକୁ ନେଇ ଟ୍ଵିଟ କରି କହିଛନ୍ତି କି ଆସନ୍ତା ସିଜିନରେ ମୋତେ ହଳଦିଆ ଜର୍ସିରେ ଦେଖିବାକୁ ପାଇବେ । କିନ୍ତୁ ମୁଁ ଚେନ୍ନାଇ ସୁପର କିଙ୍ଗ ପାଇଁ ଖେଳିବି ନାହିଁ ଏହା ଜଣା ନାହିଁ । ଆସନ୍ତା ଦିନରେ ବହୁତ ଅନିଶ୍ଚିତତା ଆସୁଛି । ଆଇପିଏଲରେ ଦୁଇଟି ନୂଆ ଟିମ ମଧ୍ୟ ଭାଗ ନେବେ । ସେଥିପାଇଁ ଖେଳାଳିମାନଙ୍କୁ ରଖିବା ପାଇଁ ନୂଆ ନିୟମ ସବୁ କଣ ହୋଇପାରେ ସେହି ସମ୍ପର୍କରେ ମଧ୍ୟ କିଛି ଜଣା ନାହିଁ । ଚେନ୍ନାଇର ଏହି ଟ୍ଵିଟ ପରେ ସମସ୍ତେ ଧୋନୀଙ୍କୁ ନେଇ ଚର୍ଚା ଆରମ୍ଭ କରିଦେଇଛନ୍ତି ।

ଧୋନୀଙ୍କୁ ଟିମରେ ସ୍ଥାନ ମିଳିବ କି ନାହିଁ ଏହାକୁ ନେଇ ବର୍ତ୍ତମାନ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । ଯଦି ଧୋନୀଙ୍କୁ ଟିମ ମଧ୍ୟରେ ସ୍ଥାନ ନ ମିଳେ ତେବେ ତାଙ୍କୁ ଟିମ ମ୍ୟାନେଜମେଣ୍ଟରେ ସ୍ଥାନ ମିଳିପାରେ । ଯାହାକୁ ଧୋନୀ ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି । ଦଳରେ ସ୍ଥାନ ନ ମିଲଲେ ବି ହଳଦିଆ ଜର୍ସିରେ ତାଙ୍କୁ ଦେଖିବାକୁ ମିଳିବ । ପରବର୍ତ୍ତୀ ସିଜିନରେ ଚେନ୍ନାଇ ଟିମ ଧୋନୀଙ୍କୁ ଏକ ବଡ ଦାୟିତ୍ଵ ଦେଇପାରେ ବୋଲି ଚର୍ଚା କରାଯାଉଛି । ଅନ୍ୟ ପଟେ ବିସିସିଆଇ ଧୋନୀଙ୍କ ସମସ୍ତ ଅଭିଜ୍ଞାତାକୁ ଦେଖି UAEରେ ଚଳିତ ବର୍ଷ ଆଗାମୀ ଟି ୨୦ ବିଶ୍ଵକପ ପାଇଁ ଟିମ ଇଣ୍ଡିଆର ମେଣ୍ଟର ରୂପରେ ନିଯୁକ୍ତି କରାଯାଇଛି ।