ଆଜି ଆମେ ବଲିଉଡ୍ ଷ୍ଟାର ଦବଙ୍ଗ ଖାନ ସଲମାନ ଖାନଙ୍କ ବିଷୟରେ ଜାଣିବା କି ଏହି ଅଭିନେତା କେଉଁ କାରଣରୁ ମିଡିଆରେ ଚର୍ଚ୍ଚାରେ ରହିକଥାନ୍ତି । ସେ ସବୁବେଳେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଯାଆନ୍ତି । ସଲମାନ ବଲିଉଡ ର ଏକ ମାତ୍ର ଏମିତି କଳାକାର ଅଟନ୍ତି ଯିଏ ଅନ୍ୟମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ସବୁବେଳେ ଆଗକୁ ଆସିଥାନ୍ତି । ସଲମାନ ତାଙ୍କ ବାପା ସଲିମ ଖାନଙ୍କ ପରି କାମ କରିଥାନ୍ତି । ସଲିମ୍ ଖାନ ବହୁତ ବଡ ଦୟାଳୁ ଥିଲେ ବୋଲି ବହୁବର୍ଷ ପୂର୍ବରୁ ଗୋଟିଏ ଝିଅକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଥିଲେ । ଯେଉଁ ଝିଅର କଥା ଆମେ କହୁଛୁ ସେ ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଅଟନ୍ତି।
କହିଦେଉଛୁ କି ସଲିମ ଖାନଙ୍କର ୩ଟି ପୁଅ ଓ ୨ଟି ଝିଅ ଅଟନ୍ତି । ସଲମାନ ଖାନଙ୍କ ଦୁଇଟି ଭାଇ ଅରବାଜ ଖାନ ଓ ସୋହେଲ ଖାନ ଏବଂ ଦୁଇ ଭଉଣୀ ଅର୍ପିତା ଖାନ ଓ ଅଲବିରା ଖାନ ଅଟନ୍ତି। ଭାଇ ଭଉଣୀଙ୍କ ସ୍ନେହଭାବ ଦେଖି ସମସ୍ତେ ଭାବୁଥିଲେ ଅର୍ପିତା ଖାନ ସଲମାନଙ୍କ ନିଜ ଭଉଣୀ ହୋଇଥିବେ । କିନ୍ତୁ ଏହି ସତ୍ୟ ନୁହେଁ, ତାଙ୍କୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରାଯାଇଥିଲା ।
ଏହି କାରଣରୁ ଅର୍ପିତା ଖାନଙ୍କୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଥିଲେ
ସଲମାନ ଖାନଙ୍କ ବାପା ମା ପ୍ରତିଦିନ ସକାଳୁ ବୁଲିବାକୁ ଯାଆନ୍ତି । ଦିନେ ସେ ବୁଲାବୁଲି କରି ଫେରୁଥିବା ସମୟରେ ବାଟରେ ଦେଖିଲେ ଯେ ଜଣେ ଭିକାରୀ ରାସ୍ତା କଡରେ ମରି ପଡିଛି ଓ ତା ନିକଟରେ ଗୋଟିଏ ଛୋଟ ଝିଅଟିଏ ବସିଛି । ସେହି ଝଟିକୁ ଦେଖି ସଲିମ ଖାନଙ୍କ ମନରେ ବହୁତ ଦୟା ଆସିଥିଲା ଓ ସେ ସେହି ଝିଅଟିକୁ ନିଜ ସାଙ୍ଗରେ ନେଇ ଘରକୁ ଆସିଥିଲେ।
ସେ ଝିଅଟିର ନାମ ଅର୍ପିତା ଖାନ ଦେଲେ । ଆଜି ସେ ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନଙ୍କ ନାମରେ ପରିଚିତ । ସଲିମ ଖାନ ତାଙ୍କ ପୁଅ ଝିଅଙ୍କ ମଧ୍ୟରେ କେବେ ବି ଭେଦଭାବ କରୁନଥିଲେ । ସେ ସମସ୍ତଙ୍କୁ ସମାନ ଭାବରେ ଦେଖୁଥିଲେ । ଏହା ପରେ ସଲିମ ଖାନଙ୍କ ଦ୍ୱିତୀୟ ପତ୍ନୀ ହେଲେନ ଅର୍ପିତାଙ୍କ ଦାୟିତ୍ତ୍ଵ ନେଇଥିଲେ । ଆଜି ଯିଏ ଅର୍ପିତାଙ୍କୁ ଦେଖୁଛି ସେ ତାର ଭାଗ୍ୟକୁ ପ୍ରଶଂସା କରୁଛି । ଏମିତି ବହୁତ କମ ଅନାଥ ଶିଶୁ ଅଛନ୍ତି ଯାହାଙ୍କ ଭାଗ୍ୟରେ ଏମିତି ବହୁତ କମ ଥାଏ । ଏବେ ଅର୍ପିତାଙ୍କ ବିବାହ ଆୟୁଷ ଶର୍ମାଙ୍କ ସହିତ ହୋଇଯାଇଛି ଓ ତାଙ୍କର ୨ଟି ସନ୍ତାନ ହୋଇଛନ୍ତି ।