ପିଏମ କଲେ ମୁଖ୍ୟମନ୍ତ୍ରୀଙ୍କ ସହ ଚର୍ଚ୍ଚା, ଜାଣନ୍ତୁ ଲକଡାଉନ ବଢିବା ଓ ଉଠାଇବାକୁ ନେଇ କିଏ କଣ କହିଲେ, ନବାନ ପଟ୍ଟନାୟକ କହିଲେ ଏମିତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫ୍ରେସିଙ୍ଗ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ସହିତ  ଲକ୍ଡାଉନ ବିଷୟରେ ଚର୍ଚା କରିଛନ୍ତି । ଲକ୍ଡାଉନ ବିଷୟରେ ହିମାଚଳ ଓ ମେଘାଳୟକୁ ଛାଡି ଅନ୍ୟ ସମସ୍ତ ରାଜ୍ୟ ଲକ୍ଡାଉନ ଉଠାଇବା ପାଇଁ  ଆଲୋଚନା କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତିକୁ ଲକ୍ଷ କରି ଲକ୍ଡାଉନ ଦ୍ଵାରା ରୋକିବାର ପ୍ରୟାସ  କରାଯାଉଛି । କେନ୍ଦ୍ର ସରକାର ୨୦ ଏପ୍ରିଲ ଠାରୁ ଗୃହ ମନ୍ତ୍ରାଳୟ ଦ୍ୱାରା କୋହଳ ଓ ୩ ମେ ପରେ କଣ ରଣନୀତି କରାଯିବ ତାହା ଉପରେ ଚର୍ଚ୍ଚା କରିଛନ୍ତି ।

ବୈଠକରେ ଉପସ୍ଥିତ ଥିଲେ ଏହି ମନ୍ତ୍ରୀମାନେ

ଖବର ଅନୁସାରେ ବୈଠକରେ ଗୃହ ମନ୍ତ୍ରୀ ଅମିତ ଶାହ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଧନଙ୍କ ବ୍ୟତୀତ ପ୍ରଧାନ ମନ୍ତ୍ରୀ କାର୍ଯ୍ଯାଳୟ ଏବଂ ଅନ୍ୟ ସମ୍ବନ୍ଧର ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ  ଆଦିତ୍ୟନାଥ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ କେରଳର ମୁଖ୍ୟମନ୍ତ୍ରୀ ପି ବିଜୟନଙ୍କ ସହିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ବୈଠକରେ ଭାଗ ନେଇଥିଲେ । ପ୍ରାୟତଃ ସମସ୍ତ ଅଧିକାରୀ ମାନ ରେଡଜୋନ ଗୁଡିକରେ ଲକଡାଉନ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ହେଲେ ଅନ୍ୟ ଜାଗା ଗୁଡିକରେ ଲକଡାଉନ ଉଠାଯାଉ କିମ୍ବା କୋହଳ କରାଯିବା ନେଇ ପ୍ରସ୍ତାବ ଦେଇଥିଲେ ।

ଆର୍ଥିକ ପ୍ୟାକେଜର ସାହାଯ୍ୟ

କରୋନା ଭାଇରସକୁ ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଜି ଭିଡିଓ କନ୍ଫ୍ରେସିଙ୍ଗ ଜରିଆରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲ ସାମିଲ ହୋଇଥିଲେ। ଏହି ଚର୍ଚାରେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ସାମିଲ ଥିଲେ । ଏଥିରେ ଆର୍ଥିକ ପ୍ୟାକେଜ ର ଦାବି ପ୍ରମୁଖ ଥିଲା ।

୩ ମଇ ପରେ ଆଗକୁ  ଲକ୍ଡାଉନ ବଢାଇବା ଉପରେ ନିସ୍ପତି

ମେଘାଳୟର ମୁଖ୍ୟମନ୍ତ୍ରୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲକ୍ଡାଉନ ବଢାଇବା ପାଇଁ କହିଲେ । କରୋନା ଭାଇରସକୁ ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଡିଓ କନ୍ଫ୍ରେସିଙ୍ଗରେ କେରଳର ମୁଖ୍ୟମନ୍ତ୍ରୀ ପି ବିଜୟନ ସାମିଲ ହୋଇଥିଲେ ।  ସେ ଲିଖିତ ଦ୍ୱାରା ନିଜର ବାର୍ତ୍ତା ଦେଇଥିଲେ ।

ପର୍ଯ୍ୟଟନ ଓ ତୀର୍ଥଯାତ୍ରୀ ପ୍ରଭାବିତ

ଉତ୍ତରାଖଣ୍ଡର ସିଏମ କହିଲେ କି ପର୍ଯ୍ୟଟନ ଓ ତୀର୍ଥଯାତ୍ରୀ ଲକ୍ଡାଉନରେ ବହୁତ ପ୍ରଭାବିତ ହୋଇଛନ୍ତି । ସମସ୍ତ ସତର୍କତାମୂଳକ ପଦକ୍ଷେପ ଉପରେ ଧ୍ୟାନ ଦେଇ ବାଣିଜ୍ୟ ଏବଂ ବ୍ୟବସାୟିକ କାର୍ଯ୍ୟକଳାପଗୁଡିକ ଏକ ପର୍ଯ୍ୟାୟ ଅନୁଯାୟୀ ଆରମ୍ଭ ହେବା ଉଚିତ୍ | ଧୀରେ ଧୀରେ ସ୍ଥିତିକୁ ସୁଧାରିବା  ସହିତ ଲୋକମାନଙ୍କ ଜୀବନକୁ ମଧ୍ୟ ସୁଧାରିବାକୁ ହେବ । ମିଜୋରାମର ମୁଖ୍ୟମନ୍ତ୍ରୀ କହିଲେ କି ଲକ୍ଡାଉନ ପରେ କେନ୍ଦ୍ରର ନିର୍ଦେଶର କିପରି ପାଳନ କରାଯିବ ।

ପିପିଇ ସହିତ ଚିକିତ୍ସା ଉପକରଣର ଦାବି- 

ପୁଡୁଚେରିର ମୁଖ୍ୟମନ୍ତ୍ରୀ ବି. ନାରାୟଣସାମୀ ରାଜ୍ୟର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯୋଦ୍ଧାଙ୍କ ସୁରକ୍ଷା ଉପକରଣ (ପିପିଇ) ଓ ଅନ୍ୟ ଚିକିତ୍ସା ଉପକରଣ ଯୋଗାଇ ଦେବା ପାଇଁ କେନ୍ଦ୍ରକୁ ଦାବି କରିଛନ୍ତି । ସେ ୩ ମେ ପରେ ଲକଡାଉନ ସେସ ହେବା ପରେ ଉଦ୍ୟୋଗ ଆରମ୍ଭ କରିବାର ଇଚ୍ଛା ଜାହିର କାଲେ ଓ କୋବିଡ-୧୯ ରେ ଲଢିବା ପାଇଁ ଭାରତ ସରକାରଙ୍କ ଠାରୁ ଆର୍ଥିକ ସହାୟତା ମାଗିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଡାଉନ ବଢାଇବା ପାଇଁ ନିଜର ମତାମତ ରଖିଲେ-

ଆମ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ କି ସେ ଲକ୍ଡାଉନ ବଢାଇବାର ସପକ୍ଷରେ, କିନ୍ତୁ କହିଥିଲେ କି ଏହା ମହତ୍ବପୂର୍ଣ୍ଣ ଅଟେ କି ଆର୍ଥିକ ଗତିବିଧି ଗୁଡିକର ଅନୁମତି ଦିଆଯାଉ।