ଏହି ତାରିଖରୁ ଆରମ୍ଭ ହେବ ନବରାତ୍ରି, ଜାଣନ୍ତୁ କିପରି କରିବେ ମାଙ୍କର ପୂଜା

ଶାରଦୀୟ ନବରାତ୍ରି ଧୁମଧାମ ସହିତ ପାଳନ କରାଯାଇଥାଏ ଓ ସବୁ ବର୍ଷ ନବରାତ୍ରି ଅକ୍ଟୋବର କିମ୍ବା ସେପ୍ଟେମ୍ବର ମାସରେ ହିଁ ଆସିଥାଏ । ଏହି ବର୍ଷ ମାନେ ୨୦୧୯ରେ ଶାରଦୀୟ ନବରାତ୍ରି ୨୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି ଯାହାକି ୭ ଅକ୍ଟୋବରକୁ ଶେଷ ହେବ । ନବରାତ୍ରିର ଉତ୍ସବକୁ ହିନ୍ଦୁମାନେ ବହୁତ ଧୁମଧାମରେ ସହ ପାଳନ କରିଥାନ୍ତି ଓ ଏହି ସମୟରେ ମାତା ପାର୍ବତୀଙ୍କୁ ୯ଟି ରୂପର ପୂଜା କରାଯାଇ ଥାଏ ।

ସବୁ ବର୍ଷ ଆସିଥାଏ ୪ ଥର ନବରାତ୍ରି

ସବୁ ବର୍ଷ ଚାରି ଥର ନବରାତ୍ରି ଆସିଥାଏ ଯେଉଁଥିରେ ଦୁଇଟି ଗୁପ୍ତ ହୋଇଥାଏ ଓ ଦୁଇଟି ପ୍ରକଟ ନବରାତ୍ରି ହୋଇଥାଏ । ଗୁପ୍ତ ନବରାତ୍ରି ସମୟରେ ମାଙ୍କର ପୂଜା ଗୁପ୍ତ ରୂପରେ କରାଯାଇଥାଏ ଓ ଏହି ନବରାତ୍ରିର ପୂଜା ରାତିରେ ହୋଇଥାଏ । ଯେତେବେଳେ କି ପ୍ରକଟ ନବରାତ୍ରିର ସମୟରେ ପୂଜା ସକାଳ ସମୟରେ ହୋଇଥାଏ ।

କେଉଁ ନବରାତ୍ରି ହୋଇଥାଏ ଗୁପ୍ତ

ମାଘ ମାସ ଓ ଆଷାଢ ମାସରେ ଆସୁଥିବା ନବରାତ୍ରି ଗୁପ୍ତ ନବରାତ୍ରି ହୋଇଥାଏ । ଯେତେବେଳେ କି ଆଶ୍ଵିନ ମାସରେ ଆସୁଥିବା ନବରାତ୍ରି ପ୍ରକଟ ନବରାତ୍ରି ହୋଇଥାଏ ।

ଜାଣନ୍ତୁ କେଉଁ ଦିନ କେଉଁ ଦେବୀଙ୍କର ହୋଇଥାଏ ପୂଜା

ଶାରଦୀୟ ନବରାତ୍ରିର ପ୍ରଥମ ଦିନ ଶୈଲପୁତ୍ରୀର ପୂଜା ହୋଇଥାଏ । ଦ୍ଵିତୀୟ ଦିନ ବ୍ରହ୍ମଚାରିଣୀ, ତୃତୀୟ ଦିନ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନ କୁଷ୍ମାଂଡା, ପଞ୍ଚମ ଦିନ ସ୍କଂଦମାତା, ଷଷ୍ଠ ଦିନ କାତ୍ୟାନୀ, ସପ୍ତମ ଦିନ କାଲରାତ୍ରି, ଅଷ୍ଟମ ଦିନ ମହାଗୌରୀ, ନବମ ଦିନ ସିଦ୍ଧିଦାତ୍ରୀଙ୍କର ପୂଜା ହୋଇଥାଏ ।

ଶାରଦୀୟ ନବରାତ୍ରି ସମୟରେ ଏହିଭଳି ଭାବରେ କରାଯାଏ ପୂଜା

ଶାରଦୀୟ ନବରାତ୍ରି ସମୟରେ ପୁରା ୯ ଦିନ ପର୍ଯ୍ୟନ୍ତ ମାଙ୍କର ପୂଜା କାରା ଯାଇଥାଏ । କେତେକ ଲୋକମାନେ ପ୍ରଥମ ଓ ଶେଷ ନବରାତ୍ରି ଦିନ ବ୍ରତ ବି ରଖିଥାନ୍ତି । ଯେତେବଳେ କି କିଛି ଲୋକମାନେ ପୁରା ୯ ଦିନ ଯାକ ବ୍ରତ ରଖିଥାନ୍ତି ।

ଏହିଭଳି କରନ୍ତୁ ପୂଜା

·    ନବରାତ୍ରିର ପ୍ରଥମ ଦିନ ଆପଣ ସ୍ନାନ କରି ଘରର ମନ୍ଦିରରେ ମାଙ୍କର ଚୌକି ସ୍ଥାପିତ କରନ୍ତୁ । ଏହା ପରେ ଏହି ଚୌକି ଉପରେ ଆପଣ ନାଲି ରଙ୍ଗର କପଡା ବିଛାଇ ଦିଅନ୍ତୁ । ଏହା ପରେ ତାହା ଉପରେ ମାତାଙ୍କର ମୂର୍ତି ରଖନ୍ତୁ ।

·    ମୂର୍ତି ସାମନାରେ ଆପଣ ନଡିଆ ଓ କଳସ ସ୍ଥାପିତ କରନ୍ତୁ ।

·    ଏହା ପରେ ଆପଣ ଚୌକି ଉପରେ ଚାଉଳ ସାହାର୍ଯ୍ୟରେ ସ୍ୱାସ୍ତିକର ଚିହ୍ନ କରନ୍ତୁ ଓ ଏହା ପାଖରେ ଏକ ଘିଅର ଦୀପ ଲଗାନ୍ତୁ ।

·    ଏହା ପରେ ପୂଜା କରନ୍ତୁ ଓ ଆରତୀ କରନ୍ତୁ ।

·    ଏହିଭଳି ଆପଣ ଦିନକୁ ଦୁଇ ଥର ପୂଜା କରନ୍ତୁ । ପୂଜା ପରେ ଆପଣ ବ୍ରତ ରଖିବାର ସଂକଲ୍ପ ନିଅନ୍ତୁ ।

·    ମନେ ରଖନ୍ତୁ ମାଙ୍କ ସାମନାରେ ଜଳୁଥିବା ଦୀପ ୯ ଦିନ ପର୍ଯ୍ୟନ୍ତ ଜଳିବ ଦରକାର ।

·    ୯ ଦିନ ପରେ ଆପଣ କନ୍ୟାମାନଙ୍କୁ ଭୋଜନ କରାଇ ନିଜର ବ୍ରତ ଭାଙ୍ଗି ପାରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।