ମେଷ ରାଶିର ଲୋକଙ୍କ ପାଇଁ ଏହି ଅକ୍ଟୋବର ମାସଟି ଅନେକ ଉପାୟରେ ସକାରାତ୍ମକ ଫଳ ପ୍ରଦାନ କରିବାକୁ ଯାଉଛି । ଏହି ମାସରେ ଆପଣ କାର୍ଯ୍ୟରେ ଭାଗ୍ୟ ପୂର୍ଣ୍ଣ ସହଯୋଗ ପାଇବେ । ପୁରୁଣା ସ୍ଥଗିତ ରହିଥିବା କାର୍ଯ୍ୟ ଏହି ସମୟରେ ପୂରଣ ହେବାକୁ ଲାଗିବ । କ୍ଯାରିୟର ଦୃଷ୍ଟିରୁ ଅକ୍ଟୋବର ମାସଟି ମେଷ ରାଶିର ଲୋକଙ୍କ ପାଇଁ ବେଶ ଅନୁକୂଳ ରହିବ । ଯେଉଁ ଲୋକମାନେ ଏହି ମାସରେ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି କିମ୍ବା ଭଲ ଚାକିରି ଖୋଜୁଛନ୍ତି ସେମାନେ ଉପକୃତ ହୋଇପାରିବେ ।
ମାସର ଦ୍ଵିତୀୟାର୍ଦ୍ଧରେ ମଙ୍ଗଲ ଆପଣଙ୍କ ତୃତୀୟ ଘରେ ଗମନାଗମନ କରିବା ଯୋଗୁଁ ଯାହା ଆପଣଙ୍କ କ୍ଯାରିୟର କ୍ଷେତ୍ରରେ ଲାଭଦାୟକ ସିଦ୍ଧ ହେବ । ଏହି ସମୟରେ ଆପଣଙ୍କ ଆତ୍ମବିଶ୍ଵାସ ବୃଦ୍ଧି ହେବ, ଯାହା ଆପଣଙ୍କ କାର୍ଯ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇପାରେ । ଯେଉଁମାନେ ସମ୍ପତ୍ତି ସହ ଜଡିତ ବ୍ୟବସାୟ କରନ୍ତି କିମ୍ବା ମେଡ଼ିସିନ କ୍ଷେତ୍ର ସହ ଜଡିତ ଅଟନ୍ତି ସେମାନଙ୍କ ପାଇଁ ମାସଟି ଅତ୍ୟନ୍ତ ଅନୁକୂଳ ରହିଛି । ସେହିପରି ଆର୍ଥିକ ଜୀବନ ଦୃଷ୍ଟିରୁ ମଧ୍ୟ ଅକ୍ଟୋବର ମାସଟି ମେଷ ରାଶିଙ୍କ ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ ।
ମାସର ପ୍ରଥମାଧ୍ୟାୟରେ ଆୟୋଜିତ କରିଥିବା କିଛି ଶୁଭ କାର୍ଯ୍ୟ ପାଇଁ ଆପଣଙ୍କୁ ତାଙ୍କ ଖର୍ଚ୍ଚ କରିବାକୁ ପଡିପାରେ । ମାସର ଦ୍ଵିତୀୟାର୍ଦ୍ଧରେ ଆପଣ ନିଜ ଭାଇ ଓ ଭଉଣୀଙ୍କ ଠାରୁ ଆର୍ଥିକ ସହାୟତା ପାଇବେ । ଏହି ଅବଧି ମଧ୍ୟରେ ଆପଣ ହଠାତ କୌଣସି ସ୍ଥାନରୁ ଟଙ୍କା ପାଇପାରନ୍ତି, ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ଅଧିକ ମଜବୁତ କରିବ ।
ଏହା ବ୍ଯତୀତ ଆପଣ ନିଜ ପରିବାରରୁ ଆର୍ଥିକ ସହାୟତା ମଧ୍ୟ ପାଇପାରିବେ । ଏହି ସମୟ ମଧ୍ୟରେ ଆପଣଙ୍କ ପ୍ରେମ ଜୀବନ ମଧ୍ୟ ସୁଖଦ ହେବାର ସମ୍ଭାବନା ରହିଛି । ଆପଣ ନିଜ ସାଥିଙ୍କ ନିକଟତର ହୋଇପାରିବେ ଓ ପରସ୍ପରକୁ ବହୁତ ଭଲଭାବେ ବୁଝିବାରେ ସକ୍ଷମ ହେବେ । ସାଥିଙ୍କ ସହ ଆପଣ କୌଣସି ସ୍ଥାନକୁ ଯିବାକୁ ମଧ୍ୟ ଯୋଜନା କରିପାରନ୍ତି । ଯାହା ଆପଣଙ୍କ ସମ୍ପର୍କକୁ ଆହୁରି ମଧୁର କରିବ ।
କିନ୍ତୁ ବିବାହିତ ଲୋକଙ୍କ ପାଇଁ ମାସଟି ସାମାନ୍ଯ ଅସୁବିଧାଜନକ ହୋଇପାରେ । କୌଣସି ଛୋଟ କଥାକୁ ନେଇ ଜୀବନସାଥିଙ୍କ ସହ ବିବାଦ ଉପୁଜିପାରେ । ତେଣୁ ନିଜ କ୍ରୋଧକୁ ନିୟନ୍ତ୍ରଣ ରଖି ସାଥିଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଏହି ସମୟରେ ଆପଣଙ୍କ ପାରିବାରିକ ଜୀବନ ସୁଖମୟ ହେବ ଓ ପରିବାରରେ କୌଣସି ଶୁଭ କାର୍ଯ୍ୟର ମଧ୍ୟ ଆୟୋଜନ ହୋଇପାରେ ।
ପରିବାରର ସଦସ୍ୟଙ୍କ ମଧ୍ୟରେ ଆନ୍ତରିକତା ବୃଦ୍ଧି ପାଇବ ଯାହା ଆପଣଙ୍କ ମନକୁ ବେଶ ପ୍ରଫୁଲ୍ଲିତ କରିବ । ଘରର ଗୁରୁଜନଙ୍କ ବିନା ଆନୁମତି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ନଚେତ ଘରେ ବିବାଦ ଦେଖା ଦେଇପାରେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ । ହେଲେ ଆପଣଙ୍କୁ ସାମାନ୍ଯ ଅଧିକ ପରିଶ୍ରମ କରିବାକୁ ପଡିବ । ମାସ ଆରମ୍ଭରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ପରେ କୌଣସି ସ୍ୱାସ୍ଥ୍ୟ ସମସ୍ଯା ଦେଖା ଦେଇପାରେ ।
ତେଣୁ ନିଜ ଜୀବନଶୈଳୀ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ । ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତିଦିନ ସ୍ନାନ ଜଳରେ କଳା ରାଶି ମିଶାଇ ସ୍ନାନ କରନ୍ତୁ ଓ ଭଗବାନ ହନୁମାନଙ୍କ ଚାଳିଶା ପାଠ କରନ୍ତୁ ଯାହା ଅଶୁଭ ରହିଛି ଖଣ୍ଡନ ହୋଇ ଶୁଭଫଳ ପ୍ରାପ୍ତି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।