ଦିନ ଗଡିବା ସହ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ନାମରେ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ଆଉ ଏବେ ପୁଣି ଏକ ଲୋମଟାଙ୍କୁର କାହାଣୀ ସାମ୍ନାକୁ ଆସିଛି । ଲିଙ୍ଗରାଜ ଆଜାଡ ନାମକ ଜଣେ ସାମାଜିକ ଏହି କାହାନୀକୁ ସାମ୍ନାକୁ ଆଣିଛନ୍ତି । ତାଙ୍କ ଫେସବୁକ ପୋଷ୍ଟରୁ ଜଣାପଡୁଛି ଯେ, କୁଆଡେ ପ୍ରତିଶୋଧ ନେବା ପାଇଁ ନାଗୁଣୀ ପାଲଟି ଯାଇଥିଲେ ଅର୍ଚ୍ଚନା । ତାଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ କୁଆଡେ ଏହି ମାୟାଜାଲ ବିଛାଇଥିଲେ ଅର୍ଚ୍ଚନା ।
ଯେଉଁ ପ୍ରଭାବଶାଳୀ ଲୋକଙ୍କ ପାଇଁ ସେ ଦୁଷ୍କର୍ମର ଶିକାର ହୋଇଥିଲେ ସେମାନଙ୍କୁ ହିଁ ସେ ଲୁଟୁଥିଲେ । ବର୍ତ୍ତମାନ ଅର୍ଚ୍ଚନାଙ୍କ ମାମଲାରେ ଏମିତି କିଛି ଚର୍ଚ୍ଚା ଜୋର ଧରିଛି । ଆଜ୍ଞା ହଁ, ଅର୍ଚ୍ଚନାଙ୍କୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କ ଜୀବନର ଏହି ଅକୁହା କାହାଣୀ ଏବେ ସାମ୍ନାକୁ ଆସିଛି । ତେବେ କାହାଣୀଟି ହେଉଛି, ଏକ ଘରୋଇ କମ୍ପାନୀ ବିରୋଧରେ ଜମିହରା ମାନଙ୍କ ଆନ୍ଦୋଳନର ସୂତ୍ରଧର ସାଜିଥିବା ଅର୍ଚ୍ଚନାଙ୍କ ବାପାଙ୍କୁ ମାଫିଆମାନେ କିଣି ପାରି ନଥିଲେ ।
ତେଣୁ ଅର୍ଚ୍ଚନାଙ୍କ ବାପାଙ୍କ ମନୋବଳକୁ ଭାଙ୍ଗିବା ପାଇଁ ନିରୀହ ନାବାଳିକା ଅର୍ଚ୍ଚନାକୁ ଅପହରଣ କରି ନିଆଯାଇ ତା’ସହ ଦୁଷ୍କର୍ମ କରିଥିଲେ । ଏହି ଘଟଣାରୁ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଅର୍ଚ୍ଚନାଙ୍କୁ ଫୁଲନ ଦେବୀ ସହ ତୁଳନା କରିଛନ୍ତି । ଫୁଲନ ଦେବୀ ଯେମିତି ସଂଘର୍ଷର କାହାଣୀ ଲେଖିଥିଲେ ଅର୍ଚ୍ଚନା ବି ଠିକ ସେମିତି ପ୍ରତିଶୋଧ ପାଇଁ ଏଭଳି କାହାଣୀ ରଚିଛି ।
ଏକ ଘରୋଇ ଶିଳ୍ପସଂସ୍ଥା ପ୍ରତିଷ୍ଠା ହେବା ପାଇଁ ସେତେବେଳେ ଅନେକ ନିରୀହ ଲୋକଙ୍କର ଜମି ହରଣ କରାଯାଇଥିଲା । ସେଥିରେ ଅର୍ଚ୍ଚନାଙ୍କ ବାପା ସୁରେନ୍ଦ୍ରନାଥ ନାଗଙ୍କ ଜମି ମଧ୍ୟ ଥିଲା । ତେଣୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଉଚିତ କ୍ଷତିପୂରଣ ସାଙ୍ଗକୁ ଚାକିରି ଓ ରହିବା ପାଇଁ ଘର ଦେବାକୁ ଦାବି କରିଥିଲେ କମିଟି । ଆଉ ସେହି କମିଟିର ସଭାପତି ଥିଲେ ଅର୍ଚ୍ଚନାଙ୍କ ବାପା । ଏହି ସାଲିସବିହୀନ ଲଢେଇ ଯୋଗୁଁ ଦୁଷ୍କର୍ମର ଶିକାର ହୋଇଥିଲେ ଅର୍ଚ୍ଚନା ।
ରାଜୁ, ସୂର୍ଯ୍ୟ ଓ କରଣ ଭଳି ଅସମାଜିକ ଯୁବକମାନେ ସୁରେନ୍ଦ୍ରଙ୍କ ନାବାଳିକା ଝିଅ ଅର୍ଚ୍ଚନାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିଲେ । ଏହାପରେ ୮ ଅକ୍ଟୋବର ୨୦୦୮ରେ ଲାଞ୍ଜିଗଡ ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା । ପୋଲିସ ସମସ୍ତଙ୍କୁ ଗିରଫ କରିଥିବା ବେଳେ ଥାନାରେ ଆତ୍ମସମର୍ପଣ କରିଥିଲା ରାଜୁ ।
ହେଲେ ଏସବୁ କୁଆଡେ ଲୋକ ଦେଖାଣିଆ କରିଥିଲା ପୋଲିସ । କୋର୍ଟରେ ପୋଲିସ ଚାର୍ଜସିଟ୍ ଏମିତି ତଥ୍ୟ ଦାଖଲ କରାଯାଇଥିଲା ଯେଉଁଥି ପାଇଁ ଅଭିଯୁକ୍ତମାନେ ସହଜରେ ଜାମିନ ପାଇ ଯାଇଥିଲେ । ଏହାପରେ ଘରଛାଡି ମୁମ୍ବାଇ ପଳେଇଥିଲେ ଅର୍ଚ୍ଚନା । ସାମାଜିକକର୍ମୀଙ୍କ ସହ ମିଶି ଅର୍ଚ୍ଚନାଙ୍କୁ ତାଙ୍କ ବାପା ଯେତେ ଖୋଜିଥିଲେ ବି ପାଇ ନଥିଲେ । ପରେ ଅର୍ଚ୍ଚନା ଓଡିଶା ଆସିଥିଲେ ମଧ୍ୟ ଘର ସହ ଆଉ ସେତେଟା ସମ୍ପର୍କ ରଖି ନଥିଲେ ।
ଗୋଟିଏ ପରେ ଗୋଟିଏ ନିଶାନା ଲଗେଇ ତାଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ସେ କୁଆଡେ ପ୍ରତିଶୋଧ ନେଇଥିଲେ । ଯାହା ଏହି ସାମାଜିକକର୍ମୀଙ୍କ ପୋଷ୍ଟରୁ ସ୍ପଷ୍ଟ ବାରି ହୋଇପଡୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।