କୁମ୍ଭ ରାଶି (Aquarius) New Year 2023 ରେ ଘଟିବ ଏହି 6 ଭୟଙ୍କର ଘଟଣା, କୁମ୍ଭ ରାଶି ଲୋକ ଶୀଘ୍ର ଦେଖନ୍ତୁ…

ଜ୍ଯୋତିଷ ଅନୁଯାୟୀ 2023 ରେ କୁମ୍ଭ ରାଶି ଜାତକଙ୍କ ଭାଗ୍ୟରେ ହେବାକୁ ଯାଉଛି ବଡ ପରିବର୍ତ୍ତନ । ସେଥିମଧ୍ୟରୁ ଏମାନଙ୍କ ଭାଗ୍ୟରେ ଘଟିବାକୁ ଥିବା 6ଟି ବଡ ଘଟଣା ବିଷୟରେ ଆଜି ଆମେ କହିବୁ । ଏହି ରାଶିର ଲୋକ ବହୁତ ମନୁଆ ସ୍ଵଭାବର ହୋଇଥାନ୍ତି ଏବଂ ବେଶ ମିଶାଣିଆ ମଧ୍ୟ । ଏମାନଙ୍କ ମନକୁ କେହି ବୁଝିଲେ ଏମାନେ ସର୍ବସ୍ଵ ଦେଇ ଦିଅନ୍ତି । ଏହାସହ ପରୋପକାରୀ ଏବଂ ନ୍ୟାୟପ୍ରିୟ ମଧ୍ୟ ହୋଇଥାନ୍ତି ।

2023ରେ ଭଗବାନ ଶନିଦେବ ଦ୍ଵାଦଶ ଘରର ଦ୍ଵିତୀୟ ପର୍ଯ୍ୟାୟ ଛାଡି ପ୍ରଥମ ଘରେ ଗମନାଗମନ କରିବେ । ଫଳରେ ଆପଣଙ୍କର ଅଯଥା ଖର୍ଚ୍ଚ, ସମସ୍ଯା, ଦୂରଯାତ୍ରା ତଥା ଧାର୍ମିକ ଯାତ୍ରାରେ ବାଧା ଆଦି ଦୂର ହେବ । ଏବେଠାରୁ ଏସବୁ ଉପରେ ଆପଣଙ୍କ ନିୟନ୍ତ୍ରଣ ରହିବ । ଖର୍ଚ୍ଚ କମ୍ ହେବା ଯୋଗୁଁ ଆପଣ ଅଧିକ ମାତ୍ରାରେ ସଞ୍ଚୟ ମଧ୍ୟ କରିବେ । ଏହା ହେଉଛି ପ୍ରଥମ ଖୁସି ଖବର । ଦ୍ଵିତୀୟ ବଡ ଖବର ହେଉଛି, ଶାଣିଦେବ ପ୍ରଥମ ଘରେ ରହି ସପ୍ତମ ଘରକୁ ଦୃଷ୍ଟି ଦେବା ଯୋଗୁଁ 2023ରେ ଆପଣଙ୍କର ବିବାହ ଯୋଗ ବନୁଛି ।

ଦୀର୍ଘ ସମୟ ଧରି ଯଦି ବିବାହକୁ ନେଇ ଚିନ୍ତିତ ଥିଲେ ଏବେ ଆପଣଙ୍କ ଚିନ୍ତା ଦୂର ହେବ । ତୃତୀୟ ଘଟଣାଟି ହେଉଛି ଦେବଗୁରୁ ବୃହସ୍ପତି ଏପ୍ରିଲ 21ରେ ତୃତୀୟ ଘରେ ଗମନାଗମନ କରିବେ । ଫଳରେ ଆପଣଙ୍କ ଭାଗ୍ୟ ସ୍ଥାନରେ ଦେବଗୁରୁ ବୃହସ୍ପତିଙ୍କ ଦୃଷ୍ଟି ପଡିବ । ଏହି ସମୟରେ ଆପଣ କୌଣସି ଦାମୀ ଜିନିଷ କିମ୍ବା ସମ୍ପତ୍ତି କିଣିପାରନ୍ତି ଏବଂ କୌଣସି ଦୂର ସ୍ଥାନକୁ ଯାତ୍ରା କରପାରନ୍ତି ।

ଚତୁର୍ଥ ଘଟଣାଟି ହେଉଛି, ରାହୁଦେବ 23 ଅକ୍ଟୋବର 2023ରେ ଦ୍ଵିତୀୟ ଘରେ ମୀନ ରାଶିରେ ଗମନାଗମନ କରିବେ । ତେବେ ଏହା ଆପଣଙ୍କ ପାଇଁ ସାମାନ୍ଯ ଅଶୁଭ ହୋଇପାରେ । କାରଣ ରାହୁ ଦ୍ଵିତୀୟ ଘରେ ରହିଲେ ବ୍ୟକ୍ତିଙ୍କ ଜୀବନରେ ବାଦବିବାଦ ସୃଷ୍ଟି ହୋଇଥାଏ । ସେଥିପାଇଁ ଆପଣ ବିଶେଷ ସତର୍କ ରୁହନ୍ତୁ । ବିନା କାରଣରେ କାହାରି ସହ ଯୁକ୍ତିତର୍କ କରିବାରୁ ବଞ୍ଚିତ ରୁହନ୍ତୁ । ଏତିକି ବେଳେ ଦାନ୍ତ ସହ ଜଡିତ ସମସ୍ଯା ମଧ୍ୟ ଦେଖା ଦେଇପାରେ ।

ଏହାସହ ଆପଣଙ୍କୁ ନିଜ ଖାଦ୍ୟପେୟ, ହଜମ ପ୍ରକ୍ରିୟା ଓ ଲିଭର ଆଦିର ମଧ୍ୟ ବିଶେଷ ଯତ୍ନ ନେବାକୁ ହେବ । ଏପରିକି କାନ୍ଧ ଏବଂ ଶରୀରର ଅଙ୍ଗରେ ଆପଣ ଥକ୍କା ଅନୁଭବ କରିପାରନ୍ତି । ଯାହାକି ଅକ୍ଟୋବର 30 ପରେ ଦେଖା ଦେଇପାରେ । ଆମ ଜୀବନରେ ଉଭୟ ଶୁଭ ଅଶୁଭ ଘଟଣା ଲାଗି ରହିଥାଏ, ତେଣୁ ଆପଣ ଅଶୁଭ ବିଷୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ଓ ସତର୍କ ରହିବାକୁ ଚେଷ୍ଟା କରନ୍ତୁ ।

ତେବେ ପଞ୍ଚମ ଘଟଣାଟି ହେଉଛି, ଡିସେମ୍ବର 2023 ରେ ଆପଣଙ୍କ ଭାଗ୍ୟରେ ଶୁକ୍ରଦେବ ଗମନାଗମନ କରିବେ, ଯାହାକି ଆପଣଙ୍କ ପାଇଁ ଅଭୁତ ଶୁଭ ସମୟ ରହିବ । ଏହି ସମୟରେ ଆପଣଙ୍କର ପଦୋନ୍ନତି ହୋଇପାରେ ଏବଂ ଆପଣ କୌଣସି ବଡ ସଫଳତା ଲାଭ କରିପାରନ୍ତି । ପିତାଙ୍କ କ୍ଯାରିୟରରେ ବଡ ଉନ୍ନତି ହେବାସହ ସମ୍ପତ୍ତି ମଧ୍ୟ ଦୃଶ୍ୟମାନ ହୋଇପାରେ । ଡିସେମ୍ବରରେ ହେବାକୁ ଥିବା ଏହି ପରିବର୍ତ୍ତନ ଆପଣଙ୍କ ଜୀବନକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେବ ।

ଷଷ୍ଠ ତଥା ଶେଷ ଖୁସି ଖବର ହେଉଛି, ଏହି ସମୟରେ ଦେବଗୁରୁ ବୃହସ୍ପତି ଆପଣଙ୍କ ତୃତୀୟ ଘରେ, ଶନିଦେବ ଆପଣଙ୍କ ପ୍ରଥମ ଘରେ ଏବଂ ରାହୁଦେବ ଦ୍ଵିତୀୟ ଘରେ ରହିବା ସହ ଗୁରୁଦେବଙ୍କ ଦୃଷ୍ଟି ଆପଣଙ୍କ ଭାଗ୍ୟ ସ୍ଥାନରେ ରହିଛି । ଏକାଦଶ ଘରେ ମଧ୍ୟ ଗୁରୁଦେବଙ୍କ ଦୃଷ୍ଟି ରହିବ । ଫଳରେ ବର୍ଷଟି ଆପଣଙ୍କ ପାଇଁ ବେଶ ଭଲ ସାବ୍ୟସ୍ତ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।