ଏହି ଗଛର ର ଫୁଲ ଦେଇଥାଏ ଏହି ୫ଟି ରୋଗରୁ ଉପସମ, ଖାଲି ବ୍ୟବହାର କରିବା ତରିକା ଜାଣିନିଅନ୍ତୁ

ଆଜିକାଲିର ବ୍ୟସ୍ତ ଭରା ଜୀବନରେ ଲୋକ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ଭୁଲିଯାଉଛନ୍ତି । ଯେଉଁଥିପାଇଁ ସେମାନେ ଅନେକ ରୋଗରେ ମଧ୍ୟ ପଡ଼ୁଛନ୍ତି । ଯେମିତିକି ଆପଣ ଜାଣିଥିବେ ଆଜିକାଲି ଘରେ ଘରେ ଡାଇବେଟିସ ଭଳି ରୋଗରେ ପୀଡିତ ହୋଇଥିବା ଲୋକ ଦେଖିବାକୁ ମିଳୁଛନ୍ତି । ଏହା ବ୍ୟତୀତ ଅନେକ ଛୋଟ ଛୋଟ ରୋଗରେ ମଧ୍ୟ ଲୋକେ ବହୁତ କଷ୍ଟ ପାଉଛନ୍ତି । ଯାହାପରେ ସେମାନେ ଏଲୋପାଥି ମେଡ଼ିସିନ ବ୍ୟବହାର କରନ୍ତି, ଯାହା ତୁରନ୍ତ ଆରମ ତ ଦିଏ କିନ୍ତୁ ପରେ ଏହାର ଖରାପ ପ୍ରଭାବ ମଧ୍ୟ ଆମେ ଅନୁଭବ କରିଥାଉ ।

ତେବେ ଆଜି ଆମେ ଏକ ଏଭଳି ଔଷଧ ବିଷୟରେ ଆପଣଙ୍କୁ କହିବୁ ଯାହା ସଂପୂର୍ଣ୍ଣ ଆୟୁର୍ବେଦିକ ଅଟେ ଓ ଯାହାର କୌଣସି ସାଇଡଇଫେକ୍ଟ ମଧ୍ୟ ନାହିଁ । ଆଜି ଆମେ ଆପଣଙ୍କୁ ମହତ୍ତ୍ୱପୂର୍ଣ୍ଣ ଓ ଦିବ୍ୟ ଗୁଣ ବାଲା ଔଷଧୀ ଅପରାଜିତା ବିଷୟରେ କହିବୁ । ଏହା ଭାରତରେ ସବୁ ସ୍ଥାନରେ ମିଳିଥାଏ । ଏହା ଦୁଇ ପ୍ରକାରର ମିଳିଥାଏ । ଗୋଟିଏ ନୀଳ ରଙ୍ଗର ଓ ଅନ୍ଯଟି ଧଳା ରଙ୍ଗର । ଆସନ୍ତୁ ଜାଣିବା ଏହାର ଔଷଧୀୟ ପ୍ରୟୋଗ କିପରି କରାଯାଏ ।

Image courtesy: Google

୧. ଏହି ଲତାର ମୂଳକୁ କାନରେ ବାନ୍ଧିବା ଦ୍ଵାରା ମୁଣ୍ଡବିନ୍ଧା ଭଲ ହୋଇଥାଏ । ଏହା ବ୍ଯତୀତ ସୂର୍ଯ୍ୟ ଉଦୟ ପୂର୍ବରୁ ଏହାର ମୂଳ ବା ଏହାର ତାଜା କଢର ରସ ହାରାହାରି ୮-୧୦ ବୁନ୍ଦା ବାହାର କରି ନାକରେ ପକାଇବା ଦ୍ଵାରା ମୁଣ୍ଡ ବିନ୍ଧା ଭଲ ହୋଇଥାଏ ।

୨. ଏହାର ମଞ୍ଜୀର ରସ ବାହାରକାରି ୪ ବୁନ୍ଦା ନାକରେ ପକାଇବା ଦ୍ଵାରା ଅର୍ଦ୍ଧକପାଳି ଭଲ ହୋଇଥାଏ ।

Image courtesy: Google

୩. ଏହା ଛୋଟ ପିଲାଙ୍କ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ । ଏହାର ମୂଳ ରୁ ପ୍ରସ୍ତୁତ ହୋଇଥିବା ସର୍ବତ ଅଳ୍ପ ଅଳ୍ପ ଚଟାଇବା ଦ୍ଵାରା କାଶ, ଶ୍ଵାସ ଭଲ ହୋଇଥାଏ ।

୪. ଏହି ଅପରାଜିତା ବାଳ ଝଡିବାକୁ ମଧ୍ୟ ବନ୍ଦ କରିଥାଏ । ଏଥିପାଇଁ ୧-୨ ଗ୍ରାମ ଏହାର ମଞ୍ଜିକୁ ଶୁଖାଇ ଚୂନା କରି ଦିନରେ ଦୁଇ ଥର ସେବନ କରିବା ଦ୍ଵାରା ବହୁତ ଲାଭ ମିଳିଥାଏ ।

Image courtesy: Google

୫. ଏହାର ଶୁଖାଯାଇଥିବା ଡାଳର ଚୂନ ହାରାହାରି ୧-୨ ଗ୍ରାମ ମାତ୍ରାରେ ଗରମ ପାଣି ବା କ୍ଷୀର ସହିତ ମିଶାଇ ଦିନରେ ୨-୩ ଥର ସେବନ କରିବା ଦ୍ଵାରା କୋଷ୍ଟକାଠିନ୍ୟ, ମୂତ୍ରାଶୟର ଜଳନ ଭଲ ହୋଇଥାଏ ।

୬. ଏହାର ମୂଳର ୫ ଗ୍ରାମ ଚୂନ କୁ ଚାଉଳ ଚୂନା ସହିତ ମିଶାଇ କିଛି ଦିନ ଲଗାତାର ପ୍ରାତଃ ସେବନ କରିବା ଦ୍ଵାରା ଷ୍ଟୋନ ମିଳାଇ ବାହାରକୁ ବାହାରି ଯାଇଥାଏ ।

Image courtesy: Google

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।