ପୁଅ ପାଇଁ କରିଥିଲେ ୩୫ କିଲୋ ଓଜନ କମ, ଡାନ୍ସ କରାଇଥିଲା ତାଙ୍କୁ ମୁକେଶ ଅମ୍ବାନୀଙ୍କ ପତ୍ନୀ, ଜାଣନ୍ତୁ ନିତା ଅମ୍ବାନୀଙ୍କ ବିଷୟରେ ୧୦ ଟି ରୋଚକ କଥା

ଭାରତର ସବୁଠୁ ବଡ ବିଜନେସମ୍ୟାନ ଓ ଧନୀ ବ୍ୟକ୍ତିଙ୍କର ପତ୍ନୀ ନିତା ଅମ୍ବାନୀଙ୍କୁ ଆପଣ ସମସ୍ତେ ଜାଣିଛନ୍ତି । ସେ ରିଲାୟ୍ଯାନ୍ସ ଫାଉନ୍ଡେଶନର ଫାଉଣ୍ଡର ହେବା ସହିତ ଆଇପିଏଲର ଟିମ ମୁମ୍ବାଇ ଇଣ୍ଡିଆନ୍ସର ମାଲିକାନି ବି ଅଟନ୍ତି । ଜଣେ ଧନୀ ମହିଳା ହେବା ସତ୍ବେ ବି ନିତା ଦେଶ ଓ ଜନତାଙ୍କ ପାଇଁ ବହୁତ ଭଲ ଭଲ କାମ କରୁଥାନ୍ତି । ପ୍ରାୟତଃ ଲୋକମାନେ ନିତାଙ୍କୁ ମୁକେଶ ଅମ୍ବାନୀଙ୍କର ପତ୍ନୀ ଓ ଏକ ସୁନ୍ଦର ମହିଳା ରୂପରେ ଜାଣିଛନ୍ତି ।

କିନ୍ତୁ ବହୁତ କମ ଲୋକମାନେ ନିତାଙ୍କର ଜୀବନ ଓ କ୍ୟାରିୟର ବିଷୟରେ ଜାଣିଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ନିତା ଅମ୍ବାନୀଙ୍କର ଜୀବନ ସହ ଜଡିତ ଏମିତି କଥା ବିଷୟରେ କହିବୁ ଯାହାକୁ ବହୁତ କମ ଲୋକମାନେ ଜାଣିଛନ୍ତି ।

୧. ନିତା ଅମ୍ବାନୀଙ୍କର ଜନ୍ମ ୧ ନଭେମ୍ବର ୧୯୬୩ରେ ମୁମ୍ବାଇର ଏକ ମଧ୍ୟମବର୍ଗର ପରିବାରରେ ହୋଇଥିଲା । ତାଙ୍କର ପିତାଙ୍କର ନାମ ରବୀନ୍ଦ୍ରଭାଇ ଦଲାଲ ଓ ମାତାଙ୍କର ପୁର୍ଣିମା ଦଲାଲ ଅଟେ । ତାଙ୍କର ଭଉଣୀ ମମତା ଦଲାଲ ଏକ ସ୍କୁଲ ଟିଚର ଅଟନ୍ତି ।

୨. ନିତା ବଡ ହୋଇ ଏକ ପ୍ରୋଫେସନାଲ ଭରତନାଟ୍ୟମ ଡାନ୍ସର ହେବାକୁ ଚାହୁଁଥିଲେ । ଏଥିପାଇଁ ସେ ପିଲାବେଳେ ହିଁ ଟ୍ରେନିଗ ନେବା ଆରମ୍ଭ କରି ଦେଇଥିଲେ । ଆଜି ବି ସେ ନିଜର ପରିବାରର କୌଣସି ବି ଫଙ୍କସନରେ ଭରତନାଟ୍ୟମ କରୁଥିବାର ନଜର ଆସିଥାନ୍ତି । ସ୍କୁଲ ପରେ ନିତା ନରସି ମୋଜି କଲେଜ ଅଫ କମର୍ସରେ ଡିଗ୍ରୀ ହାସଲ କରିଲେ ।

୩. ଦିନେ ନିତା ଯେତେବେଳେ ଏକ ଡାନ୍ସ ପରଫାର୍ମ୍ନ୍ସ ଦେଉଥିଲେ ସେହି ସମୟରେ ହିଁ ଧୀରୁଭାଇ ଅମ୍ବାନୀଙ୍କୁ ନିତାଙ୍କ ମଧ୍ୟରେ ନିଜର ବୋହୁ ନଜର ଆସିଥିଲା ଓ ସେ ନିତାଙ୍କର ପିତାଙ୍କୁ ନିଜ ପୁଅ ପାଇଁ ନିତାଙ୍କର ହାତ ମାଗିଥିଲେ ।

୪. ବିବାହ ପୂର୍ବରୁ ମୁକେଶଙ୍କ ସହିତ କିଛି ସମୟ ବିତାଇବା ପାଇଁ ନିତା ତାଙ୍କୁ ନିଜର ଲଗ୍ଜରୀ କାର ଛାଡି ତାଙ୍କ ସହିତ ବସରେ ଯିବା ଆସିବା ପାଇଁ କହିଥିଲେ ।

୫. ବାହାଘରେ ପରେ ନିତା ଅମ୍ବାନୀ ପାତାଲଗଙ୍ଗା ପ୍ଲାଣ୍ଟର ଗ୍ରାମୀଣ ସ୍କୁଲରେ ଟିଚିଙ୍ଗ କରୁଥିଲେ । ଏହା ପରେ ସେ ୧୯୯୭ରେ ଜାମନଗର ଟାଉନଶିପ ଓ ସ୍କୁଲ ପ୍ରୋଜେକ୍ଟକୁ ଲିଡ କରିଥିଲେ । ଏହି ଟାଉନଶିପ ରିଲାୟ୍ଯାନ୍ସ ଗ୍ରୁପର କର୍ମଚାରୀମାନଙ୍କ ପାଇଁ ଥିଲା । ଏହା ପରେ ସେ ୨୦୧୦ରେ ନିତା ରିଲାୟ୍ଯାନ୍ସ ଫାଉନ୍ଡେଶନର ମୂଳଦୁଆ ରଖିଥିଲେ । ଏହି ଫାଉନ୍ଡେଶନ ଶିକ୍ଷା, ମହିଳା ସଶକ୍ତିକରଣ, ହେଲଥ କେୟାର, ଆର୍ଟ ଓ ଭାରତୀୟ ସଂସ୍କୃତି ସଂରକ୍ଷଣରେ କ୍ଷେତ୍ରରେ କାମ କରିଥାଏ । ଏହା ସହିତ ନିତା ଦେଶର ସବୁଠୁ ଭଲ ସ୍କୁଲ ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଳ ସ୍କୁଲର ଫାଉଣ୍ଡର ବି ଅଟନ୍ତି ।

୬. ନିତା ନିଜର ଛୋଟ ପୁଅର ଓଜନ କମ କରିବା ନିମନ୍ତେ ନିଜର ଛୋଟ ପୁଅକୁ ଜାଗୃତ କରିବା ପାଇଁ ସେ ନିଜର ୩୫ କିଲୋ ଓଜନ କମ କରିଥିଲେ ।

୭. ୨୦୧୬ରେ ନିତାଙ୍କୁ ଫୋର୍ବ୍ସ ମାଗାଜିନ ସବୁଠୁ ପ୍ରଭାବଶାଳି ମହିଳାର ଟାଇଟେଲ ବି ଦେଇଛି ।

୮. ନିତା ଭାରତର ପ୍ରଥମ ବ୍ରେଲି ନ୍ୟୁଜପେପରର ଫାଉଣ୍ଡର ବି ଅଟନ୍ତି । ଆପଣଙ୍କୁ କହିଦେଛୁ ଯେ ବ୍ରେଲିଲିପି ଖାସକରି ନେତ୍ରହୀନ ଲୋକମାନଙ୍କ ପାଇଁ ହୋଇଥାଏ ।

୯. ୪ ଜୁନ ୨୦୧୬ରେ ଇଣ୍ଟରନ୍ୟାସନାଳ ଓଲିମ୍ପିକ କମିଟିର ମେମ୍ବର ହୋଇଥିବା ପ୍ରଥମ ମହିଳା ବି ସେ ହୋଇଥିଲେ ।

୧୦. ଗ୍ରାସରୂଟ୍ସ ସ୍ପୋର୍ଟ୍ସରେ କନ୍ତ୍ରିବ୍ୟୁସନ ପାଇଁ ତାଙ୍କୁ ୨୦୧୭ରେ ରାଷ୍ଟ୍ରପତି ଦ୍ଵାରା ‘ରାଷ୍ଟ୍ରୀୟ ଖେଳ ପ୍ରୋସାହନ ପୁରଷ୍କାର’ ବି ମିଳିଥିଲା । ଏହା ଛଡା ତାଙ୍କୁ ନିଉୟର୍କର ମେଟ୍ରୋପୋଲିଟନ ମ୍ୟୁଜିୟମରେ ସମ୍ମାନିତ ବି କରାଯାଇଥିଲା ।