ଅପମାନର ପ୍ରତିଶୋଧ କେମିତି ନେବେ- Krishna Vani

ଭଗବାନ ଶ୍ରୀ କୃଷ୍ଣ ହେଉଛନ୍ତି ସୁଖ ଦୁଖର ଦେବତା ଯାହାଙ୍କୁ ଆରାଧନା କରିଲେ ମଣିଷ ଜୀବନରେ ସୁଖ ଶାନ୍ତିର ଆଗମନ ହୋଇଥାଏ । ଶ୍ରୀ କୃଷ୍ଣ କହିଛନ୍ତି ଯେ କୌଣସି ସମୟ ସମାନ ହୋଇ ରହେ ନାହି । ସମୟ ଅନୁସାରେ ମଣିଷର ଭାଗ୍ୟ ପରିବର୍ତ୍ତନ ହୋଇଥାଏ । ଦୁଃଖ ସୁଖ ପ୍ରତ୍ୟକ ମଣିଷ ଜୀବନରେ ଲାଗି ରହିଥାଏ । ସେଥିପାଇଁ ମଣିଷ ଏହି ପରିସ୍ଥିତିକୁ ସାହସର ସହ ସାମନା କରିବା ପାଇଁ ନିଜ ମନକୁ ବୁଝାଇ ଦେବା ଉଚିତ । ମଣିଷର ଭାଗ୍ୟ ପରିବର୍ତ୍ତନ ହେବାକୁ ଥିଲେ ବା ତା ଜୀବନରେ କିଛି ଖୁସି ଆସିବାର ଥିଲେ ଈଶ୍ବରଙ୍କ ଠାରୁ କିଛି ସଙ୍କେତ ମିଳିଥାଏ । ଏହି ସଙ୍କେତ ଭଲ ବା ଖରାପ ମଧ୍ୟ ହୋଇଥାଏ ।

ଏହାକୁ ନ ଜାଣିପାରି ମନୁଷ୍ୟ ଅନେକ ଭୁଲ ମଧ୍ୟ କରିଥାଏ । କିଛି ଲୋକ ମାନେ ନିଜ ଅପମାନକୁ ଅତି ସହଜରେ ଭୁଲି ପାରନ୍ତି ନାହି । ସେମାନେ ଅପମାନର ପ୍ରତିଶୋଧ ନେବା ପାଇଁ ଅନେକ ଖରାପ କାମ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଭଗବାନ ଶ୍ରୀ କୃଷ୍ଣଙ୍କ ମତରେ କିଭଳି ଭାବେ ଅପମାନର ପ୍ରତିଶୋଧ ନେବାକୁ ହୁଏ ସେହି ବିଷୟରେ କହିବାକୁ ଯାଉଛୁ ।

କୌଣସି ସ୍ଥାନରେ ନିଆଁ ଜଳୁଥିଲେ ତାକୁ ଲିଭାଇବା ପାଇଁ ଆଉ ଏକ ଅଗ୍ନି ସାହାଜ୍ଯ କରିପାରେ ନାହି । ଗୋଟିଏ ଅଗ୍ନି ଆଉ ଗୋଟିଏ ଅଗ୍ନି ସହ ମିଶିଗଲେ ଅଧିକ ପ୍ରଜ୍ଵଳିତ ହୋଇଥାଏ ଯାହାକୁ ରୋକିବା ଅସମ୍ଭବ ହୋଇଥାଏ । ଯଦି ଆପଣ କୌଣସି କାରଣ ପାଇଁ କାହା ଠାରୁ ଅପମାନ ହୋଇଛନ୍ତି ତେବେ ତାହାର ପ୍ରତିକାର ପ୍ରତିଶୋଧ ହୋଇ ନ ଥାଏ । କାରଣ ପ୍ରତିଶୋଧର ଅଗ୍ନି ଅପମାନର ଅଗ୍ନି ଠାରୁ ଅଧିକ ଭୟଙ୍କର ହୋଇଥାଏ ।

ଏହାର ନିରାକରଣ ହେଉଛି ଯେ ଆପଣ ନିଜକୁ ଏତେ ଭଲ ବା ନିଜ ଆତ୍ମବିଶ୍ଵାସକୁ ଅଧିକ ଶକ୍ତିଶାଳୀ କରି ଦିଅନ୍ତୁ ଯାହା ଫଳରେ ଆପଣଙ୍କ ଶତ୍ରୁ ମାନେ ଆପଣଙ୍କର ଅପମାନ କରିବେ ନାହି କି ଆପଣଙ୍କୁ ଅସାମାନ ହେଲା ଭଳି କୌଣସି କାମ କରିବେ ନାହି । ଏହାର ଅନ୍ୟ ଏକ ମାଧ୍ୟମ ହେଉଛି ଆପଣ ନିଜକୁ ଯେତେ ଦୂର ସମ୍ଭବ ଶାନ୍ତ ରଖିବାକୁ ଚେଷ୍ଟା ଜାରି ରଖନ୍ତୁ । ଯଦି ଆପଣ ପ୍ରତିଶୋଧ ନେବାକୁ ଚାହୁଛନ୍ତି ବା ଶତ୍ରୁକୁ ହରାଇବାକୁ ଚେଷ୍ଟା କରୁଛନ୍ତି ତେବେ ନିଜକୁ ମଧ୍ୟ ପ୍ରତିଶୋଧର ନିଆଁରେ ଜଳେଇବାକୁ ହେବ ।

ପ୍ରତେକ ମଣିଷର ପ୍ରତିଶୋଧର ଅଗ୍ନି ତାକୁ ହିଁ ସେହି ନିଆଁରେ ଜଳାଇ ଭସ୍ମ କରି ଦେଇଥାଏ । ଆପଣ ନିଜ ଜୀବନରେ କେବେ ବି ଏହି ଭୁଲ କରନ୍ତୁ ନାହି । ସଦାବେଳେ ଚେଷ୍ଟା କରନ୍ତୁ ଜୀବନର ଯେଉଁ ପରିସ୍ଥିତି ହେଉ ନା କାହିଁକି ସେହି ଜଟିଳ ବା ସହଜ ପରିସ୍ଥିତିକୁ ଅତି ଶାନ୍ତର ସହ ସାମନା କରିବାକୁ ଚେଷ୍ଟା କରନ୍ତୁ । ଏହା ଫଳରେ ଆପଣ ନିଜ ଜୀବନର କର୍ମ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।