ସାରା ରାଜ୍ୟ ଲକଡାଉନ, ଜାଣନ୍ତୁ କଣ ରହିବ ଖୋଲା କଣ ବନ୍ଦ?

ଆମ ଦେଶରେ ଯେପରି ଭାବେ କୋରୋନା ମହାମାରୀ ବା ଭାଇରସ ବଢିବାରେ ଲାଗିଛି ତାହା ଏକ ଚିନ୍ତାର ବିଷୟ ହୋଇ ଗଲାଣି । କୋରୋନା ଯେ କେତେ ଲୋକଙ୍କର ଜୀବନ ନେଲାଣି ତାହାର ଗଣନା କରାଯାଇ ପାରିବ ନାହି । ଗତ ବର୍ଷ କାରୋନାର ପ୍ରଥମ ଲହର ନ ସରୁଣୂ ଚଳିତ ବର୍ଷ କୋରୋନାର ଦିତୀୟ ଲହର ଏତେ ମାତ୍ରାରେ ବଢିବାରେ ଲାଗିଛି ଯେ ତାର ପ୍ରକୋପରେ ଅନେକ ଲୋକ ମାନେ ପ୍ରତିଦିନ ଆକ୍ରାନ୍ତ ହେଉଛନ୍ତି । ଏହାର ନିରକରଣ ପାଇଁ କୋଭିଡ ଭ୍ଯାକ୍ସିନ ବାହାର କରା ଯାଇଛି । ଏହି ଟୀକା ୪୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ମାନେ ନେଇ ପାରିବେ । ଏହା ପରେ ୧୮ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ପାଇଁ ମେ ୧ରୁ ଟୀକା ଲାଗୁ କରା ଯାଇଛି ।

କିନ୍ତୁ କୋରୋନା ଭ୍ୟାକ୍ସିନ ନେବା ପରେ ଏହାର ପ୍ରଭାବ କେତେ ଦିନ ପର୍ଯ୍ୟନ୍ତ ରହିବ ତାହା କହି ହେଉ ନାହି । ବର୍ତ୍ତମାନ ରାଜ୍ୟ ସରକାର ଗତ ବର୍ଷ ଯେପରି ଭାବେ ପୁରା ରାଜ୍ୟରେ ଲକ ଡାଊନ, ସଟ ଡାଉନ ଓ ନାଇଟ କରଫୁ ଭଳି କଡା ନିୟମ ଲାଗୁ କରିଥିଲେ ଚାଲି ବର୍ଷ ମାନେ ୨୦୨୧ରେ ମଧ୍ୟ ଏହିଭଳି ନ୍ୟାୟ ଲାଗୁ କରା ଯାଇଛି ।

ମେ ୫ ବୁଧବାରରୁ ୧୯ ବୁଧବାର ସକଳ ପର୍ଯ୍ୟନ୍ତ ପୁଣି ଠାରେ ଲକ ଡାଉନ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହାର ପ୍ରଭାବ ଅନେକ ଲୋକଙ୍କ ଉପରେ ପଡିପାରେ । କିନ୍ତୁ କୋରୋନାକୁ ରୋକିବା ପାଇଁ ଓ ଜଣ ଗହଳି କମ କରିବା ପାଇଁ ଏହିଭଳି ନିୟମ ଲାଗୁ କରା ଯାଇଛି ।

ଶାକଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏଁ ଯେଉଁ ମାନଙ୍କର ଅତି ଆବଶ୍ୟକ ଜିନିଷ ଆଣିବାର ଥିବା ସେମାନେ ଆଣି ପାରିବେ । ଏହା ସହ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରାଯିବ । ହସ୍ପିଟାଲ ଓ ମେଡ଼ିସିନ ଦୋକାନ କ୍ଷୟଲ ରହିବ ।

ବାହାଘର ପାଇଁ ମଧ୍ୟ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ବସ, ଟ୍ରେନ ସବୁ ବନ୍ଦ ରହିବ । ଅନ୍ତରାଜ୍ଯ ବସ ଚଳାଚଳ ଉପରେ କଟକଣା ଜାରି ରହିବ । ଶିକ୍ଷା ଅନୁଷ୍ଠାନ ସବୁ ବନ୍ଦ ରହିବ । ଫିଜିକାଲ ବ୍ୟବସାୟ ଓ ମେଳା ଆଦି ସବୁ ବନ୍ଦ ରହିବ ।

ରିକ୍ସା ଓ ଟ୍ୟାକ୍ସି ଚାଲିବ ଯେଉଁଥିରେ ମାତ୍ର ୨ ଜଣ ଲୋକ ବସି ପାରିବେ ।  ସିନେମା ହଲ, ମାରକେଟ କମ୍ପ୍ଲେକ୍ସ, ଯାତ୍ରା ଅପେରା ଆଦି ବନ୍ଦ ରହିବ । ସେଲୁନ ଓ ବିୟୁଟି ପାର୍ଲର ଆଦି ବନ୍ଦ ରହିବ । ପନିପରିବା ଆଦି ଦରକାରୀ ଦୋକାନ ସବୁ ଖୋଲା ରହିବ ।

ବନ୍ଧୁଗଣ ଏହି ଖବରଟି ଅନ୍ୟ ସହ ଶେୟାର କରନ୍ତୁ ଓ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।