ଅନ୍ୟ ମାନଙ୍କ ନଜରରେ କେବେ ବି ଭଲ ହେବାକୁ ଚେଷ୍ଟା କରନ୍ତୁ ନାହିଁ- Chanakya Niti

ବିନା ପରିଶ୍ରମରେ କୌଣସି କାର୍ଯ୍ୟ ହୋଇ ପାରିବେ ନାହିଁ । କାରଣ ଏହା ହେଉଛି ବିଧିର ବିଧାନ । ଯଦି ଆମେ ବିନା କଷ୍ଟରେ ସବୁ ପାଉଥାନ୍ତି ତେବେ ଆମେ କର୍ମ କେଉଁଠି ପାଇଁ କରିବା । ସେଥିପାଇଁ କୁହାଯାଇଛି କର୍ମ ହିଁ ବଡ ଓ ଆମେ ସତ କର୍ମ କରି ବହୁତ ଆଗକୁ ବଢିବା ସହ ବହୁତ ଊର୍ଣ୍ଣତି ମଧ୍ୟ କରିପାରିବ । ଯଦି ଆମେ ଅସତ ଉପାୟରେ କାର୍ଯ୍ୟ କରି ଧନ ଉପାର୍ଜନ କରିବା ତେବେ ଏହା ଆମ ପାଖରେ ବହୁତ କମ ଦିନ ପର୍ଯ୍ୟନ୍ତ ରହିଥାଏ ।

ଆପଣ ଯେଉଁ କାର୍ଯ୍ୟ କରିବାକୁ ଚାହୁଞ୍ଚନ୍ତି ସେଥିରେ ଆପଣ ଯଦି ବହୁତ ଡେରି କରନ୍ତି ତେବେ ସେଥିରେ ନିଜେ ବହୁତ କଷ୍ଟ ମଧ୍ୟ ମିଳିବ । କାରଣ ସେହି କର୍ମ ଯେପର୍ଯ୍ୟନ୍ତ ନହେଇଛି ସେହି ସମୟ ପର୍ଯ୍ୟନ୍ତ ସବୁ ବେଳେ ଚିନ୍ତାରେ ରହିବେ । ଆପଣ ଯେଉଁ ଭଳି ଊର୍ଜା ନେଇ କାମ କରିବେ ସେହି ଭଳି ଊର୍ଜାରେ ଆପଣଙ୍କର ଭବିଷ୍ୟତ ଗଢିବେ । ଆମ ମନରେ ଯେଉଁ ଭଳି ବିଚାର କରିଥାଉ ସେହି ଭଳି ଅସ୍ତିତ୍ୟକୁ ଆମେ ଏହାର ପରବର୍ତୀ ସମୟରେ ଭୋଗ କରିଥାଊ । ଆପଣ ସବୁ ବେଳେ ମନେ ରଖିବା ଉଚିତ ସଦା ସର୍ବଦା ସବୁ ଜିନିଷରେ ସକରାତ୍ମକ ଚିନ୍ତା ରଖିବା ଉଚିତ ।

ନିଜେ କରୁଥିବା ବିଚାର ସବୁ ସମୟରେ ଠିକ ରହିବା ଦରକାର । ଏହାପରେ ଆପଣ ନିଜେ ଦେଖିବେ ନିଜର ମାର୍ଗ କିପରି ବହୁତ ସରଳ ହୋଇଯିବ ଓ ସରଳ ହୋଇଯିବ । ନିଜର ସବୁ ସମସ୍ୟା ଓ ଅସୁବିଧାକୁ ଦୂରରେ ରଖି ଆପଣ ଅନ୍ୟ ଜଣ ପାଇଁ କିଛି କରିବା ପାଇଁ ଚେଷ୍ଟା କରନ୍ତୁ । କିନ୍ତୁ କାହା ଆଗରେ ଆପଣ ଭଲ ବୋଲି ଦେଖାଇ ହେଲା ଭଳି କେବେ ହେଲେ କାର୍ଯ୍ୟ କରନ୍ତୁ ନାହିଁ ବା କଥା କୁହନ୍ତୁ ନାହିଁ ।

ସେଥିରେ ନିଜର କିଛି ମଧ୍ୟ ଲାଭ ହେବ ନାହିଁ । କାରଣ ଆପଣ ନିଜେ ଜାଣିଛନ୍ତି ଆପଣ ଠିକ କରିଛନ୍ତି ନା ଭୁଲ । କାରଣ ଶାସ୍ତ୍ରରେ କୁହାଯାଇଛି କି ନିଜ ମନ ନିଜ ଗୁରୁ । ଆପଣ ପ୍ରତ୍ୟକ କ୍ଷେତ୍ରରେ କିଛି ନା କିଛି କାର୍ଯ୍ୟ କରୁଥିବେ ସେଥିରେ ଆପଣ ଭୁଲ ନା ଠିକ ଆପଣ ନିଶ୍ଚିନ୍ତ ରୂପେ ଜାଣିଛନ୍ତି ଏହା କଣ ଅଟେ । ଆପଣ ଏକୁଟିଆ ଆସିଛନ୍ତି ଓ ଏକୁଟିଆ ଯିବେ ।

କିଛି ସାଙ୍ଗରେ ନେଇ ଯିବେ ନାହିଁ । ହେଲେ ଆପଣ ଯେଉଁ ଭଳି କର୍ମ ଏଠାରେ କରିବେ ସେହି ଭଳି ଫଳ ଭୋଗ କରିବେ । ଯଦି ଆପଣ ସବୁ ଜିନିଷରେ ସୁଧାର ଆଣିବା ପାଇଁ ଚହୁଁଛନ୍ତି ତେବେ ଯେଉଁ ଜିନିଷ ଚାଲି ଯାଇଛି ସେହି ଜିନିଷକୁ ଆଉ କେବେ ହେଲେ ମନେ ପକାନ୍ତୁ ନାହିଁ ତାକୁ ପଛରେ ଛାଡି ଆଗକୁ କିପରି ବଢିବେ ସେହି ଚିନ୍ତା କରନ୍ତୁ ।

କିନ୍ତୁ ଦେଖାଇ ହୋଇ ନୁହେଁ । କାରଣ ସେଥିରେ କିଛି ଫଳ ମିଳିବ ନାହିଁ । ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି ସେଥିରେ ବିଶ୍ଵାସ ରଖି କାର୍ଯ୍ୟ କରନ୍ତୁ । ଆପଣ କର୍ମ କରି ଚାଳନ୍ତୁ । ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି ସେହି କର୍ମର ଫଳ ପାଇବା ଆସା ଛାଡି ଦିଅନ୍ତୁ ସବୁ ବେଳେ କର୍ମ ଉପରେ ହିଁ ଧ୍ୟାନ ଦିଅନ୍ତୁ ।

କେବେ ହେଲେ ଫଳର ଆସା ରଖନ୍ତୁ ନାହିଁ । ଏହାର ଫଳ କେବଳ ନିୟତି ହାତରେ ଅଛି ଏହାକୁ କେହି ବଦଳାଇ ପାରିବେ ନାହିଁ । କିନ୍ତୁ ଏହା ନିଜର ସତ କର୍ମ ଦ୍ଵାରା ଆପଣ ଏହାକୁ ବଦଳାଇ ପାରିବେ । ଭଲ କର୍ମ ନିଜ ପାଇଁ ଭଲ ଫଳ ଆଣିଦେବ ।