Varsha-Anubhav ପାରିବାରିକ ପାରିବାରିକ ବିବାଦରେ ପଡିଲା ପୂର୍ଣ୍ଣଛେଦ ! ଅନୁଭବଙ୍କ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ

ବହୁଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ବର୍ଷା ଏବଂ ଅନୁଭବଙ୍କ ବୈବାହିକ ତଥା ପାରିବାରିକ ବି-ବା-ଦ ମାମଲାର ଅନ୍ତ ହୋଇଛି । ପରିବାର ଅଦାଲତର କନସିଲେସନ କେନ୍ଦ୍ରରେ ଚୂଡାନ୍ତ ସ୍ଥିତିରେ ମାମଲା ରହିଛି । ଧାର୍ଯ୍ୟ ସମୟରେ ଶୀଘ୍ର ଶୁଣାଣି ଶେଷ କରିବାକୁ ସାଂସଦ ଅନୁଭବ ମହାନ୍ତିଙ୍କ ମାନନୀୟ ଓଡିଶା ହାଇକୋର୍ଟଙ୍କୁ ଆବେଦନ କରିଥିଲେ । ତେଣୁ ମାମଲାକୁ ଶେଷ କରିଛନ୍ତି ଓଡିଶା ହାଇକୋର୍ଟ । ପରିବାର ଅଦାଲତର ଶେଷ ପର୍ଯ୍ୟାୟରେ ମାମଲା ପହଞ୍ଚି ଥିବାରୁ ବର୍ତ୍ତମାନ ଯାହା ଶୁଣାଣି ହେବ ପରିବାର ଅଦାଲତରେ ହିଁ ଶୁଣାଣି ହେବ ।

ଏହି ସବୁକୁ ଦୃଷ୍ଟିରେ ରଖି ଅନୁଭବଙ୍କ ଆବେଦନ ସ୍ଵୀକାର କରି ମାନ୍ୟବର ହାଇକୋର୍ଟ ଏହି ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହାଇକୋର୍ଟଙ୍କ ନିର୍ଦେଶନାମା ଆସିନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଆସିବା ପରେ ହିଁ ହାଇକୋର୍ଟ ଏଥିରେ ମାମଲାର ଶୁଣାଣି କରିବା ନେଇ କଣ କହିଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡିବ । ଏହି ଷ୍ଟାର ଦମ୍ପତ୍ତିଙ୍କ ଏହି ପାରିବାରିକ ବିବାଦକୁ ନେଇ ପ୍ରଥମେ ଦିଲ୍ଲୀର ପଟିୟାଲା ହାଉସ ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ।

ସେଥିରେ ସେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡପତ୍ର ଦେବାକୁ ଚାହିଁଥିଲେ ଓ ଦୀର୍ଘ ସମୟ ଧରି ସେମାନଙ୍କ ମଧ୍ୟରେ କୌଣସି ସ୍ଵାମୀ-ସ୍ତ୍ରୀ ସମ୍ପର୍କ ନଥିବା କଥା ସେ କାରଣ ସ୍ୱରୂପ ଦର୍ଶାଇ ଥିଲେ । ଏହାପରେ ଏହି ମାମଲାକୁ ଓଡିଶା ହାଇକୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟକୁ ଆବେଦନ କରିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ତାଙ୍କ ଆବେଦନକୁ ଗ୍ରହଣ କରି ଏହି ମାମଲାକୁ ଓଡିଶାର କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରା ଯାଇଥିଲା ।

ବର୍ଷ ମଧ୍ୟ ତାଙ୍କ ପକ୍ଷରୁ ପରିବାର ଅଦାଲତରେ ଏକ ମାମଲା ଦର୍ଜ କରିଥିଲେ । ସେଥିରେ ସେ ପତ୍ନୀର ଅଧିକାର ପାଇବା ପାଇଁ ପ୍ରେୟାର କରିଥିଲେ । ୱମେନ ଫ୍ରମ ଡୋ-ମେ-ଷ୍ଟି-କ ଭା-ଓ-ଲେ-ନ୍ସ ୨୦୦୫ ର ସେକ୍ସନ ୧୨, ୧୭, ୧୮, ୧୯ ଓ ୨୨ ରେ ମା-ମ-ଲା ରୁ-ଜୁ କରିଛନ୍ତି ବର୍ଷା । ତେବେ ପରିବାର ଅଦାଲତରେ ଶୁଣାଣି ହେବା ପରେ ଯାଇ ସ୍ପଷ୍ଟ ହେବ ଏହି ଷ୍ଟାର ଦମ୍ପତ୍ତି ପୁନର୍ବାର ଏକାଠି ରହିବେ କି ସେମାନଙ୍କ ବିବାହ ବିଚ୍ଛେଦ ହେବ ।

କିନ୍ତୁ ହାଇକୋର୍ଟରେ ଯେଉଁ ମାମଲା ଥିଲା ସେହି ମାମଲାଟି ଆଜି ଶେଷ ହୋଇଛି । ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।