ପୁଅକୁ ଜନ୍ମ ଦେବା ମାତ୍ରେ ହିଁ ଦୁନିଆ ଛାଡି ଚାଲିଗଲା ମା’, ଏବେ ପିଲାକୁ କୋଳରେ ଧରି କଲେଜ କୁ ପଢେଇବାକୁ ଯାଉଛନ୍ତି ପିତା, ପୁରା ଘଟଣା ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ଜଣେ ପିଲାର ଜୀବନରେ ମା ବାପାଙ୍କ ରହିବା ଅତ୍ୟନ୍ତ ଜରୁରୀ ଅଟେ । କାରଣ ପିଲା ପାଇଁ ପିତାମାତାଙ୍କ ସ୍ଵତନ୍ତ୍ର ସ୍ଥାନ ରହିଛି । କିନ୍ତୁ କେବେ କେବେ ପରିସ୍ଥିତି ଏପରି ହୋଇଯାଏ ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ହିଁ ସବୁ ଭୂମିକା ତୁଲାଇବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏହିପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ଜଣେ ପିତା ସହ ମା ର କର୍ତ୍ତବ୍ୟ ମଧ୍ୟ ତୁଲାଉଛନ୍ତି । କେବଳ ସେତିକି ନୁହେଁ, ସେ ଜଣେ ଶିକ୍ଷକ ମଧ୍ୟ ଏବଂ ଶିକ୍ଷକତା ମଧ୍ୟ ଖୁବ ସୂଚାରୁ ରୂପେ କରୁଛନ୍ତି ।

ପ୍ରସିଦ୍ଧ IAS ଅଫିସର ଅବନିଶ ଶରଣ ନିକଟରେ କିଛି ଫଟୋ ସୋ-ସି-ଆ-ଲ ମି-ଡି-ଆ-ରେ ସେୟାର କରି ଏହି ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେଇଥିଲେ । ଫଟୋରେ ଆପଣ ସ୍ପଷ୍ଟ ଦେଖି ପାରୁଥିବେ ଜଣେ ବ୍ୟକ୍ତି ଗୋଟିଏ ଛୋଟ ଶିଶୁକୁ ନିଜ ପେଟରେ ବା-ନ୍ଧି-ଥି-ବା ଅବସ୍ଥାରେ ପାଠ ପଢାଉଛନ୍ତି । ସେ ପିଲାଙ୍କୁ ଶିକ୍ଷା ଦେବା ସହ ନିଜ ଛୋଟ ଶିଶୁର ମଧ୍ୟ ଧ୍ୟାନ ରଖୁଛନ୍ତି । ଏହି ଫଟୋ ସେ-ୟା-ର କରି ଅବନିଶ ଲେଖିଛନ୍ତି, “ପିଲାକୁ ଜନ୍ମ ଦେବା ପରେ ସ୍ତ୍ରୀ ମୃ-ତ୍ୟୁ-ବ-ର-ଣ କରିଥିଲେ । କିନ୍ତୁ ସେ ଏକାକୀ ପିଲାର ଲାଳନପାଳନ କରିବା ସହ କଲେଜରେ ପାଠ ପଢାଉଛନ୍ତି ।”

ଏହିପରି ମାମଲାରେ ଅନେକ ଲୋକ ପିଲାର ପାଳନ ପୋଷଣ କରିବା ପାଇଁ କାର୍ଯ୍ୟରୁ ଛୁଟି ନେଇଯାନ୍ତି । କିନ୍ତୁ ସେ ସେପରି ନ କରି ପିଲାକୁ କୋଳରେ କଲେଜରେ ପାଠ ପଢେଇବାକୁ ଯାଉଛନ୍ତି । ତାଙ୍କୁ ଜଣେ ରିୟଲ ଲାଇଫ ହିରୋ ବୋଲି କହିଛନ୍ତି ଅବନିଶ ଶରଣ । ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଥିବା ଏହି ଫଟୋକୁ ସମସ୍ତେ ପ୍ରଶଂସା କରୁଛନ୍ତି । ସେ ଜଣେ ଉତ୍ତମ ପିତା ଏବଂ ଶିକ୍ଷକ ଦୁଇଟି ଭୂମିକା ଖୁବ ଭଲ ଭାବେ ନିଭାଉଛନ୍ତି ବୋଲି ଲୋକେ କହୁଛନ୍ତି । ଆଜିଆର ଭାରତୀୟ ପୁରୁଷଙ୍କୁ ତାଙ୍କ ଠାରୁ ପ୍ରେରଣା ନେଇ କିଛି ନା କିଛି ଶିଖିବା ଆବଶ୍ୟକ ରହିଛି ।

IAS ଅବନିଶ ଶରଣ ବିହାରର ସମଷ୍ଟିପୁର ଜିଲ୍ଲାର କେବଟା ଗ୍ରାମର ବାସିନ୍ଦା ଅଟନ୍ତି । ସେ ୨୦୦୯ ଛତିଶଗଡ ବ୍ୟାଚର IAS ଅଧିକାରୀ ଅଟନ୍ତି । ନିଜ ସରଲା ସ୍ଵଭାବ ଯୋଗୁଁ ଅବନିଶ ଖୁବ ଲୋକପ୍ରିୟ ଏବଂ ସୋ-ସି-ଆ-ଲ ମି-ଡି-ଆ-ରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ୨୦୧୭ ରେ ସେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲେ । କାରଣ ସେହି ସମୟରେ ସେ ବଲରାମପୁରର କଲେକ୍ଟର ଥିବା ଅବସ୍ଥାରେ ନିଜ ଝିଅ ବେଦିକାର ଦାଖିଲା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କରିଥିଲେ । ଏଥିପାଇଁ ଲୋକେ ତାଙ୍କର ଖୁବ ପ୍ରଶଂସା କରିଥିଲେ ।

ସାଧାରଣ ସ୍ଵଭାବ ଓ ଲୋକଙ୍କ ସାହାଯ୍ୟ ପାଇଁ ସର୍ବଦା ଆଗେଇ ଆସୁଥିବାରୁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ମଧ୍ୟ ସମ୍ମାନ ମିଳିଛି । ସେ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ସକ୍ରିୟ ରୁହନ୍ତି ଓ ନିଜ ଫଲୋର ମାନଙ୍କୁ ଅଧିକ ପାଠ ପଢିବା ପାଇଁ ଉପଦେଶ ଦିଅନ୍ତି । ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।