ଆଣ୍ଠୁଗଣ୍ଠି ବିନ୍ଧା ଓ ଅଣ୍ଟା ବିନ୍ଧା ମାତ୍ର 2 ମିନିଟରେ ଭଲ ହେବ, ଏବେ ହିଁ ପ୍ରୟୋଗ କରି ଦେଖନ୍ତୁ ଆୟୁର୍ବେଦିକ ଗୁଣରେ ଭରପୁର ଏହି ଚମତ୍କାରୀ ପତ୍ର

ଆଗକାଳରେ ଲୋକମାନେ ବହୁତ ବୟସ ହେବା ଯାଏଁ ସୁସ୍ଥସବଳ ରହୁଥିଲେ । କିନ୍ତୁ ଆଜିକାଲି ଖରାପ ଜୀବନଶୈଳୀ, ଖାଦ୍ୟପେୟ ଓ ବ୍ୟାୟାମର ଅଭାବ ଯୋଗୁଁ ଲୋକଙ୍କ ଠାରେ ସମୟ ପୂର୍ବରୁ ବାର୍ଦ୍ଧକ୍ୟ ଦେଖା ଦେଉଛି । ବୟସ ପୂର୍ବରୁ ଆଣ୍ଠୁଗଣ୍ଠି ଓ ଅଣ୍ଟା ସମସ୍ଯା, ଚର୍ମ କୁଞ୍ଚନ, ଆଖିତଳ କଳା ପଡିବା ଓ ଚୁଟି ପାଚିବା ଭଳି ଅନେକ ସମସ୍ଯା ଦେଖା ଦେଉଛି । ତେବେ ଏହି ସବୁ ସମସ୍ଯାକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ପାଇଁ ନେଇ ଆସିଛୁ ଏକ ଚମତ୍କାରୀ ଘରୋଇ ଉପଚାର ।

ଅନେକଙ୍କ ମନରେ ପାନକୁ ନେଇ ବହୁତ ଭୁଲ ଧାରଣା ରହିଛି । କିନ୍ତୁ ଆୟୁର୍ବେଦରେ ପାନପତ୍ରକୁ ଏକ ଚମତ୍କାରୀ ପତ୍ର ରୂପେ ମାନାଯାଏ । ଯଦି ଆପଣଙ୍କୁ ଆଣ୍ଠୁଗଣ୍ଠି, ଅଣ୍ଟା ଓ ହାତରେ କଷ୍ଟ ହେଉଛି, କିଛି କାମ କରିବାକୁ ମନ ହେଉନି, ଶରୀରରେ ବହୁତ ଅଧିକ ଦୁର୍ବଳତା ଦେଖାଦେଉଛି, ଶରୀରରେ କ୍ୟାଲସିୟମ ଓ ରକ୍ତର ଅଭାବ ରହିଛି ତେବେ ପାନପତ୍ରର ଏହି ସହଜିଆ ପ୍ରୟୋଗ କରନ୍ତୁ । ପ୍ରଥମେ ରାତିରୁ ଏକ ତମ୍ବା ପାତ୍ରରେ ପାଣି ଭର୍ତ୍ତି କରି ରଖନ୍ତୁ ଓ ସକାଳୁ ଉଠି ସେହି ପାଣିକୁ ହାଲୁକା ଉଷୁମ କରି ଧୀରେ ଧୀରେ ପିଇ ନିଅନ୍ତୁ ।

ତମ୍ବାପାତ୍ର ପାଣି ମଧ୍ୟ ଆଣ୍ଠୁଗଣ୍ଠି ସମସ୍ୟା ପାଇଁ ଲାଭଦାୟକ ହୋଇଥାଏ । ଏହାପରେ ଏକ ମିଠା ପାନପତ୍ର ନେଇ ଚାଉଳ ଦାନା ସଦୃଶ ଚୂନ ନେଇ ସେଥିରେ ଲଗାନ୍ତୁ ଓ ଏହାକୁ ଧୀରେ ଧୀରେ ଚୋବାଇ ଖାଇ ଢୋକି ନିଅନ୍ତୁ । ଦିନେ ଛାଡି ଦିନେ ଏହାର ପ୍ରୟୋଗ କରନ୍ତୁ ।

ପାନରେ ବ୍ୟବହାର ହେଉଥିବା କଡା ମସଲା ଆମ ଶରୀର ପାଇଁ କ୍ଷତିକାରଣ ହୋଇଥାଏ । ତେଣୁ ସେସବୁର ପ୍ରୟୋଗ ଭୁଲରେ ମଧ୍ୟ କରନ୍ତୁ ନାହିଁ । ଏହାସହ କେବଳ କିଡନୀରେ ଷ୍ଟୋନ ହୋଇଥିବା ଲୋକଙ୍କୁ ଛାଡି ଅନ୍ୟ ସମସ୍ତେ ଚୂନର ବ୍ୟବହାର କରିପାରିବେ ।

ମାସକରେ ମାତ୍ର ୧୫ ଦିନ ଏହି ଉପଚାର ପ୍ରୟୋଗ କରନ୍ତୁ ଏବଂ ଧ୍ୟାନ ରଖିବେ ଏକ ମାସରୁ ଅଧିକ ଏହାକୁ ସେବନ କରିବେ ନାହିଁ । ଏହାର ପ୍ରୟୋଗ ଏହିଭଳି ଭାବେ କରିବା ଦ୍ଵାରା ଶରୀରରେ କ୍ୟାଲସିୟମର ଅଭାବ ଥିଲେ, ରକ୍ତର ଅଭାବ ଥିଲେ, ଅଙ୍ଗପ୍ରତ୍ୟଙ୍ଗରେ ପୀଡା ହେଉଥିଲେ, ଗଣ୍ଠିଆ ସମସ୍ଯା ଥିଲେ ସେସବୁ ମୂଳରୁ ଶେଷ ହୋଇଯାଏ ।

ଖଟରେ ପଡିଥିବା ବ୍ୟକ୍ତି ମଧ୍ୟ ଏହାର ପ୍ରୟୋଗ ଦ୍ଵାରା ଭଲ ହୋଇଥାଏ । ଯଦି ପୁରୁଷଙ୍କ ଠାରେ ଆଭ୍ଯନ୍ତରୀଣ ସମସ୍ଯା ରହୁଛି ତେବେ ସେମାନେ ପାନପତ୍ର ନେଇ ସେଥିରେ ଶୁଦ୍ଧ ମହୁ ଲଗାଇ ଦିଅନ୍ତୁ । ଏହାପରେ ଏକ ରସୁଣ କୋଲକୁ ଚୋପା ଛଡେଇ ଛେଚି ଦିଅନ୍ତୁ ଏବଂ ସେହି ପତ୍ରରେ ଲଗାଇ ଦିଅନ୍ତୁ ।

ଏହାକୁ ସେହିଭଳି ଦିନେ ଛାଡି ଦିନେ ସେବନ କରନ୍ତୁ ଏବଂ ଏକ ଗ୍ଳାସ ପାଣିରେ ତ୍ରିଫଳା ଚୂର୍ଣ୍ଣ ମିଶା ସେବନ କରିବା ଦ୍ଵାରା ଲାଭବାନ ହେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।