ଆଜିର ରାଶିଫଳ, 24 ନଭେମ୍ବର 2022, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୪ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୪ ନଭେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

୧-ମେଷ

ଆଧ୍ୟାତ୍ମିକ ଓ ବୌଦ୍ଧିକ କ୍ଷମତା ପ୍ରାପ୍ତ କରିବେ । ଅଧ୍ୟୟନ, ଅନୁସନ୍ଧାନ, ଧ୍ୟାନ, ପ୍ରାର୍ଥନା ଆଦି ପାଇଁ ସମୟ ଉପଯୁକ୍ତ ଅଟେ । ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ । ଦୁର୍ବଳ ବା ବୃଦ୍ଧ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢେଇବେ । ଆତ୍ମବିଶ୍ଵାସ ଓ ମନବଳ ଦୃଢ ହେବ । ଗୁରୁ-ଗୁରୁଜନ ଓ ମାତା-ପିତାଙ୍କ ଆଶୀର୍ବାଦ ସ୍ନେହ ପ୍ରାପ୍ତ ହେବ । ଧୈର୍ଯ୍ୟ, ସାହସ ଓ ବୁଦ୍ଧିମତା ଯୋଗେ ପ୍ରଶଂସା ପାଇବେ । କାର୍ଯ୍ୟକ୍ଷେତ୍ରରେ ନୂତନ ପଦକ୍ଷେପ ନେବା ଫଳରେ ଆଶାତୀତ ଲାଭ ପାଇବେ । ପ୍ରତିସ୍ପର୍ଦ୍ଧା ଓ ପ୍ରତିଯୋଗିତାରେ ବିଜୟଶ୍ରୀ ହେବ । ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ ।

୨-ବୃଷ

ଲେଖନ, କଳା ଓ ସମ୍ପାଦନ ଆଦିରେ ଜଡିତ ବ୍ୟକ୍ତିଙ୍କର ଉନ୍ନତି ହେବ । ବନ୍ଧୁ ମିତ୍ରଙ୍କ ଆଗମନ ହେବା ଫଳରେ ଶୁଭ ସମାଚାର ପ୍ରାପ୍ତି ହେବ । ଭାଗୀଦାରୀଙ୍କ ସହିତ ଲାଗିରହିଥିବା ବିବାଦ ବା ମତଭେଦର ନିରାକରଣ ହୋଇଯିବା ଯୋଗେ ବ୍ୟାପାର ବା କାରବାରରେ ବହୁତ ଭଲ ଲାଭ ହେବ । କୌଣସି ମାଙ୍ଗଳିକ ପ୍ରୟୋଜନ ଓ ଉତ୍ସବରେ ଯୋଗଦାନ କରିବେ । ପ୍ରତିଯୋଗୀତା, ପରୀକ୍ଷା ଓ ପ୍ରତିସ୍ପର୍ଦ୍ଧାରେ ସଫଳତା ମିଳିବ । କର୍ମ ଓ ବ୍ୟବସାୟରେ ନୂଆ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଧୈର୍ଯ୍ୟ ଓ ସାହସ ଦ୍ଵାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ।

୩-ମିଥୁନ

ଘରକରଣା କୌଣସି ନୂତନ ବସ୍ତୁ କ୍ରୟ କରିପାରନ୍ତି । ବଂଧୁଙ୍କଠାରୁ ଶୁଭ ସମାଚାର ଶୁଣି ବା ଶୁଭ ସନ୍ଦେଶ ପାଇ ମନ ଉତ୍ସୁକ ହେବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ହୋଇଥିବାରୁ ପ୍ରତିଯୋଗୀତା, ପରୀକ୍ଷା ଓ ପ୍ରତିସ୍ପର୍ଦ୍ଧାର ନିର୍ଣ୍ଣୟ ଆପଣଙ୍କ ସପକ୍ଷରେ ଯିବ । ମିତ୍ର ଓ ସହଯୋଗୀଙ୍କ ଦ୍ଵାରା ଆଶାତୀତ ଲାଭ ପ୍ରାପ୍ତ ହେବ । କର୍ମଖେତ୍ରରେ କୌଣସି ଆଶ୍ଚର୍ଯ୍ୟ ଜନକ କଥା ଶୁଣି ଚକିତ ହେବେ । ପ୍ରେମ-ପ୍ରସଙ୍ଗରେ ନିଶ୍ଚିତ ରୂପରେ ସଫଳତା ମିଳିବ । ବ୍ୟବସାୟରେ ପରିଶ୍ରମ ଓ କଷ୍ଟର ପୁରା ଲାଭ ମିଳିବ । ମହିଳା ମାନଙ୍କର ଭୌତିକ ସୁଖ-ସୁବିଧା ସାଧନର ବୃଦ୍ଧି ହେବ ।

୪-କର୍କଟ

କୋର୍ଟ-କଚେରୀ ମାମଲା ଓ ବିବାଦ ଆପଣଙ୍କ ସପକ୍ଷରେ ରହିବ । ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ । ବ୍ୟାପାରରେ ନୂଆ ଅର୍ଡର ବା ଏଗ୍ରୀମେଣ୍ଟ କରିପାରିବେ । ଅସହାୟ ଓ ନୀଚ ଲୋକଙ୍କୁ ସାହାର୍ଯ୍ୟ କରିବାକୁ ମନ ବଳାଇବେ । ପରିବାରରେ କୌଣସି ଶୁଭକାର୍ଯ୍ୟ ହେବ । ବ୍ୟାଙ୍କ, ବୀମା, ନିବେଶ ପରି ଆର୍ଥିକ ଗତିବିଧିରେ ସଫଳତା ପାଇବେ । ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ ।

୫-ସିଂହ

ଉଚ୍ଚାଧିକାରୀମାନେ ପ୍ରସନ୍ନ ରହିବେ । ଆୟ ଓ ପ୍ରତିଷ୍ଠାରେ ଅପ୍ରତ୍ୟାଶିତ ତେଜ ଆସିବ । ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ଧର୍ମକାର୍ଯ୍ୟରେ ନିୟୋଜିତ ହେବେ । ଅନେକ ଦିଗରୁ ଖୁସି ମିଳିବ । ପ୍ରେମୀ-ପ୍ରେମିକଙ୍କ ମଧୁର ମିଲନରେ କୌଣସି ବାଧାବନ୍ଧନ ନାହିଁ । ପୁରୁଣା ମିତ୍ରଙ୍କ ସହିତ ଭେଟ ହେବା ଫଳରେ ପରିବାରର ପୁରୁଣା ସମସ୍ୟା ସମାଧାନ ହୋଇଯିବ । ସାମାଜିକ କାର୍ଯ୍ୟରେ ଆଜି ଅଧିକ ସମୟ ବିତେଇ ପ୍ରଶଂସା ପାଇବେ । ରାଜନୀତି କ୍ଷେତ୍ରରେ ମଧ୍ୟ ଲୋକପ୍ରିୟତା ବୃଦ୍ଧି ହେବ ଓ କୌଣସି ଠାରୁ ଶୁଭ ସମାଚାର ଶୁଣିବାକୁ ମିଳିବ ।

୬-କନ୍ୟା

କର୍ମକ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ । ଦୂରଯାତ୍ରା କରିଲେ କଷ୍ଟ ସହିବାକୁ ପଡିବ । ବହୁତ କଷ୍ଟ ଓ କଠିନ ପରିଶ୍ରମ କଲେ ସଫଳତାପୂର୍ଣ୍ଣ ଫଳ ପ୍ରାପ୍ତ ହେବ । ପ୍ରେମୀ-ପ୍ରେମିକାଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ । କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଭେଟ ହୋଇ ଆଗକୁ ବଢିବାରେ ସହାୟତା ମିଳିବ । କଠିନ ପରିଶ୍ରମ କରି ନିଜର ପତିଆରା ବଜାୟ ରଖିବେ । ବ୍ୟାପାର ଓ କାରବାରରେ ବହୁତ ଲାଭ ପାଇବାର ଯୋଗଅଛି । ଭାଗୀଦାରୀଙ୍କ ସହିତ ଲାଗିରହିଥିବା ବିବାଦ ବା ମତଭେଦର ନିରାକରଣ ହୋଇଯିବ ।

୭-ତୁଳା

ମାଲିମୋକଦ୍ଦମାରେ ବଂଧୁ ସହଯୋଗରେ ବିଜୟ ପ୍ରାପ୍ତ ହେବ । ଆର୍ଥିକ ମାମଲାରେ ସ୍ଥାୟିତ୍ଵ ଆସିବ । କାରବାରରେ ଲାଭ ହେବ । ଅଧା-ଅଧୁରାଥିବା କାର୍ଯ୍ୟ ପୂରଣ ହେବ । ଟିମ୍ ୱାର୍କ, ପ୍ରତିସ୍ପର୍ଦ୍ଧା ଓ ଦ୍ଵେଷର ସାମ୍ନା କରିବାକୁ ପଡିବ । ଶତୃମାନଙ୍କୁ ମିତ୍ର କରିବା ପାଇଁ ପ୍ରୟାସରତ ରହିବେ । କୌଣସି ଧର୍ମସ୍ଥଳ, ମନ୍ଦିର, ମଠକୁ ଯିବା ପାଇଁ ପୋଗ୍ରାମ୍ କରିବେ । ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ । ସାମୁହିକ ଗତିବିଧି ଦ୍ଵାରା ଆପଣ ସଫଳତା ହାସଲ କରିପାରିବେ । ଉଚ୍ଚାଧିକାରୀ ବ୍ୟକ୍ତିମାନେ ପ୍ରସନ୍ନ ରହିବେ । ରାଜନୈତିକ ଯାତ୍ରାରେ ପୁରାତନ ଶତୃମାନେ ମୁଣ୍ଡଟେକି ପାରନ୍ତି ।

୮-ବିଚ୍ଛା

କାମ-କାର୍ଯ୍ୟରେ ଗମ୍ଭୀରତା ପୂର୍ବକ ଧ୍ୟାନ ଦେଇ ବହୁତ ପଇସା ଇନକମ୍ କରିବେ । ଶତୃ ଓ ବିରୋଧୀମାନେ ଯେତେ ଚାହିଁଲେ ମଧ୍ୟ ଆପଣଙ୍କର କିଛି ଅହିତ ସାଧନ କରିପାରିବେ ନାହିଁ । କୀର୍ତ୍ତି ଓ ପ୍ରତିଷ୍ଠାକୁ ସ୍ପର୍ଶ ମଧ୍ୟ କରିପାରିବେ ନାହିଁ । ପରୋପକାର ବା ଲୋକକଲ୍ୟାଣ କାମରେ ବ୍ୟସ୍ତ ରହିବେ । କ୍ରୋଧିତ ହେଲେ ତିଆରି କରିଥିବା କାର୍ଯ୍ୟରେ ସଫଳ ହେବେ ନାହିଁ । ବ୍ୟବସାୟ ପାଇଁ ଆଖପାଖକୁ ଯାତ୍ରା କରିବାର ସମ୍ଭାବନା ଅଛି । ପୁରୁଣା ବନ୍ଧୁଙ୍କ ସହାୟତାରେ ଆର୍ଥିକସ୍ଥିତି ବଦଳିବ । ମିତ୍ର ସହଯୋଗୀମାନେ ସାହାଯ୍ୟ ସହଯୋଗ କରିବେ ।

୯-ଧନୁ

ସରକାରୀ କ୍ଷେତ୍ରରେ ଯଶ, କୀର୍ତ୍ତି, ମାନ-ସମ୍ମାନ ମିଳିବ । ନୂତନ ଦ୍ରବ୍ୟ କ୍ରୟ-ବିକ୍ରୟ କରି ଆଶାତୀତ ଲାଭ ପାଇବେ । ଲୋକକଲ୍ୟାଣ କର୍ମରେ ନିଜକୁ ନିୟୋଜିତ କରିବେ । କର୍ମକ୍ଷେତ୍ରରେ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସମ୍ପର୍କ ହେବା ଫଳରେ ଆଗକୁ ବଢିବାରେ ସହାୟତା ମିଳିବ । ନୂତନ କାମ ଆରମ୍ଭ କରିପାରିବେ । ଶେୟର୍ସ, ନିବେଶ ଆଦିରେ ଲାଭ ହେବ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ । ଚାକିରି କ୍ଷେତ୍ରରେ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟଭାର ହାତକୁ ନେବେ । ବ୍ୟବସାୟରେ ଅଚାନକ ଭାବରେ ପରିବର୍ତ୍ତନ ହୋଇପାରେ ଓ ଉଚିତ୍ ଲାଭ ମଧ୍ୟ ପ୍ରାପ୍ତି ହେବ ।

୧୦-ମକର

ସ୍ୱାସ୍ଥ୍ୟସମସ୍ୟା ସୁଧୁରିବା ଫଳରେ ଆଶାକରିଥିବା କାର୍ଯ୍ୟ ପୁରଣ କରିପାରିବେ । ଗୁରୁଜନଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ ଓ ଆଶୀର୍ବାଦ ମିଳିବ । ଆତ୍ମବିଶ୍ଵାସରେ ବୃଦ୍ଧି ହେବ । କୌଣସି ମହତ୍ଵପୂର୍ଣ୍ଣ ସୂଚନା, ସନ୍ଦେଶ, ଅର୍ଡର ବା ପେମେଣ୍ଟ ଆଦି ପ୍ରାପ୍ତ ହେବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଲାଭପ୍ରଦ ହେବ । ନୂତନବନ୍ଧୁଙ୍କ ଆଗମନ ହେବ । ଧର୍ମକାର୍ଯ୍ୟରେ ରୁଚି ବୃଦ୍ଧି ହେବ । ପ୍ରେମୀ-ପ୍ରେମିକାଙ୍କ ସାମଞ୍ଜସ୍ୟ ସୃଷ୍ଟି ହେବ । ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । କାହାକୁ ଉଧାର ଦେଇଥିବା ବା ଅଟକିଥିବା ଟଙ୍କା ମିଳିଯିବ ।

୧୧-କୁମ୍ଭ

ଜମି, ଯାନବାହାନ, ସମ୍ପତ୍ତି କ୍ରୟ ଓ ବିକ୍ରୟ କରିପାରିବେ । ଚାକିରିରେ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେବେ ଓ ସ୍ଥାନାନ୍ତରର ଭୟ ମଧ୍ୟ ରହିବ । ଶୁଭ ସମାଚାର ଶୁଣି ମାନସିକ ଚିନ୍ତା ଦୂର ହେବ । ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇ ମାଲିମୋକଦ୍ଦମାରେ ଜିତିବେ । ଧର୍ମ କାର୍ଯ୍ୟ ଓ ଶୁଭ କାର୍ଯ୍ୟରେ ଯୋଗଦାନ କରି କିଛି ଅର୍ଥ ମଧ୍ୟ ବ୍ୟୟ କରିପାରନ୍ତି । ଗୃହାପୋକରଣ ନୂତନ ଦ୍ରବ୍ୟ କ୍ରୟ କରିବେ । ଇଛାଶକ୍ତି ପ୍ରବଳ ମାତ୍ରାରେ ଜାଗ୍ରତ ହେବା ଫଳରେ ଅର୍ଥର ସମ୍ୟକ ବୃଦ୍ଧି ହେବ । ଅଚାନକ ପରିସ୍ଥିତିରେ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି ।

୧୨-ମୀନ

ଅଧିନସ୍ଥ କର୍ମଚାରୀ ଓ ସହକର୍ମୀଙ୍କ କାମ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ । ଆପଣଙ୍କ ପ୍ରୟାସରେ ସୁଖଦ ପରିଣାମ ଅବଶ୍ୟ ଆସିବ । ମାନସିକ ଚିନ୍ତା ଓ ମନ ବିଚଳିତରୁ ଶାନ୍ତି ଅନୁଭବ କରିବେ । କୌଣସି ଇଲୋକଟ୍ରନିକ ସାମଗ୍ରୀ ଓ ଘରର ଉପଯୋଗ ସାମଗ୍ରୀ କ୍ରୟ କରିପାରିବେ । ପୁରାତନ ରୋଗରୁ ଉପଶମ ମିଳିବ । ଅଚାନକ ଭାବରେ ଧନ ଲାଭ ହେବ । ନିଶ୍ଚିତ ରୂପରେ ଯୋଜନାବଦ୍ଧ କର୍ମରେ ସଫଳତା ମିଳିବ । କୌଣସି ସାମାଜିକ ଓ ମାଙ୍ଗଳିକ ଆୟୋଜନରେ ଯୋଗ ଦେବେ । ଶତୃ ଓ ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ ।