ଅଣ୍ଟା ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି ? -Dr. Simanchala Mahapatra

ସାଧାରଣତ ଦେଖିବାକୁ ଗଲେ ଆଜିକାଲି ଅଣ୍ଟା ବ୍ୟଥା ଅଧିକାଂଶ ଲୋକଙ୍କ ଠାରେ ଦେଖା ଯାଉଛି । ଆଜିକାଲି ଲୋକ ମାନେ ନିଜର ନୀତିଦିନିଆ କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେଇ ପାରୁ ନାହାନ୍ତି । କିଛି ଲୋକ ମାନେ ୧୦ ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଗୋଟିଏ ଜାଗାରେ ବସି ରହୁଛନ୍ତି ।

କିଛି ସମୟ କାମ କରିବା ପରେ ୧୫ ମିନିଟ ବା ୩୦ ମିନିଟ ଯାଏ ଚଲାବୁଲା କରିଥାନ୍ତି । ଏପରି ଅଧିକ ସମୟ ବସିବା ଦ୍ଵାରା ଅଣ୍ଟା ଯନ୍ତ୍ରଣା ଅଧିକ ହୋଇଥାଏ । ଯାହା ଫଳରେ ସେମାନେ ନିଜର କିଛି କାମ କରିବା ପାଇଁ ଅନ୍ୟ ଉପରେ ନିର୍ଭର କରିଥାନ୍ତି । ଯେଉଁ ଲୋକ ମାନେ ଅଧିକ ଆକ୍ଟିଭ ଥାନ୍ତି ସେମାନଙ୍କ ଠାରେ ଅଧିକ ଅଣ୍ଟା ଯନ୍ତ୍ରଣା ଦେଖାଯାଏ ।

ଯେଉଁ ମାନେ ଅଧିକ ଯାତ୍ରା କରିଥାନ୍ତି ବା ଘର କାମରେ ବ୍ୟସତ ରହିଥାନ୍ତି ସେମାନେ ଅତି କାମ ବୟସରେ ଅଣ୍ଟା ଯନ୍ତ୍ରଣାର ଶିକାର ହୋଇଥାନ୍ତି । ଅନ୍ୟ କ୍ଷେତ୍ରରେ ଦେଖିବାକୁ ଗଲେ ବୟସ୍କ ବ୍ୟକ୍ତିଙ୍କ ଠାରେ ଅଧିକାଂଶ ଏହି ସମସ୍ଯା ଦେଖାଯାଏ । କାରଣ ବୃଦ୍ଧ ଅବସ୍ଥାରେ ଶରୀରରେ କ୍ୟାଲସିୟମର କମି ଯୋଗୁ ଅଣ୍ଟା ସମସ୍ଯା ହେବ ସହ ଆହୁରି ଅନେକ ରୋଗ ଦେଖାଯାଏ ।

ଏହି ସମସ୍ଯାର ନିବାରଣ ପାଇଁ ପ୍ରଥମେ ରାଇସ ଥେରାପି ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଥାନ୍ତି । ରାଇସ ଥେରାପିର ୩ ସପ୍ତାହରେ ପରେ ଭଲ ନ ହେଲେ ଏହା ପରେ ଅଲଗା ଟ୍ରିଟମେଣ୍ଟ କରାଯାଏ । ଯଦି ରାଇସ ଥେରାପିରେ ଏହା ଭଲ ନ ହୁଏ ତେବେ ସିଟି ସ୍କ୍ଯାନ, ଏମାରାଇ, ଏକ୍ସରେ, ବ୍ଲଡ଼ ଟେଷ୍ଟ ଆଦି ପରୀକ୍ଷା କରଯାଏ । ଏହି ସମସ୍ଯାର କାରଣ ହେଉଛି ମଶଲ, ଇନଫେକସନ, ସ୍ପଣ୍ଡଲାଇଜ, କ୍ୟାନ୍ସର ଆଦି ଯୋଗୁ ମଧ୍ୟ ହୋଇଥାଏ । ଇନଫେକସନ ହେଉଛି ଅଧିକ ଗୁରୁତ୍ଵପୂର୍ଣ୍ଣ ।

ଏହା ଅନେକ ପ୍ରକାରର ହୋଇଥାଏ ଯେମିତିକି ଟ୍ଯୁମର କ୍ଳୋସିସ, ସେପ୍ଟିକ ଇଂଫେକସନ, ଆରଥାତାଇଶ, ଆଣ୍ଟାଲାଇଜିଙ୍ଗ ସ୍ପଣ୍ଡଲାଇଜ ଇତ୍ୟାଦି । ସ୍ପଣ୍ଡଲାଇଜ ଇଂଫେକସନ ହୋଇଥିଲେ ମେଡ଼ିସିନ ଲାଇଫ ଟାଇମ ନେବାକୁ ପଡିଥାଏ । ସେପ୍ଟିକ ଇଂଫେକସନ ହୋଇଥିଲେ ନିହାତି ଅପରେସନ କରିବାକୁ ପଡିଥାଏ ।

ଯେଉଁ ମାନଙ୍କର ଅଧିକ ଅନ୍ତ୍ୟା ସମସ୍ଯା ରହିଥାଏ ସେମାନଙ୍କୁ ଫିଜିଓଥେରାପି କରାଯାଏ । ଯେଉଁ ଲୋକର ସର୍ଜିକାଲ ରୋଗ ରହିଛି ସେ ରାତିରେ ଅଧିକ ଯନ୍ତ୍ରଣା ଯୋଗୁ ସୋଇପାରୁ ନ ଥିବ ବା ଗୋଡ ପାରାଲିସିସ ବା ଝିମଝିମ ହୋଇଥିବ କିମ୍ବା ଝାଡା ଓ ପରିସ୍ରା କରିବା ସମୟରେ କଷ୍ଟ ଅନୁଭବ ହେଉଛି ତେବେ ଏହି କ୍ଷେତ୍ରରେ ସର୍ଜରୀ କରିବା ଜରୁରୀ ହୋଇଥାଏ ।

ସବୁ ସର୍ଜରୀ ସଫଳ ହୋଇନଥାଏ । ଏହାର ନିରାକରଣ ପାଇଁ ଓଜନ କମେଇବା ଦରକାର ହୋଇଥାଏ । କାରଣ ଯେଉଁ ମାନଙ୍କର ଅଧିକ ଓଜନ ହୋଇଥାଏ ବା ଗର୍ଭବତୀ ମହିଳା ମାନେ ମଧ୍ୟ ଅଣ୍ଟା ସମସ୍ୟାର ଶିକାର ହୋଇଥାନ୍ତି । ଯଦି ବ୍ୟକ୍ତି ଠିକ ସମୟରେ ଶୋଊ ନ ଥିବା ବା ଠିକ ଭାବେ ବସୁ ନଥିବ ତେବେ ଅଣ୍ଟା ସମସ୍ୟା ଅଧିକ ହୋଇଥାଏ । ତେଣୁ ଏହି ସମସ୍ଯା ଦୂର କରିବା ପାଇଁ ବ୍ୟାୟାମ ବା ଯୋଗ କରିବା ନିହାତି ଜରୁରୀ ଅଟେ । ଯେତେ ସମ୍ଭବ ଓଜନ ଜିନିଷ ନ ଉଠେଇବା ଦରକାର । ଯେଉଁ ମାନେ କାମରେ ଆକ୍ଟିଭ ଥିବେ ତେବେ ସେମାନେ ସାବଧାନର ସହ କାମ କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।