ଏହି 8 ଲୋକଙ୍କ ଘରେ କେବେବି ଭୋଜନ କରିବା କଥା ନୁହେଁ, ଦରିଦ୍ରତା କେବେବି ପିଛା ଛାଡି ନଥାଏ -Garud Puran

ବନ୍ଧୁଗଣ ଗରୁଡ ପୂରାଣ ଅନୁସରେ ବ୍ୟକ୍ତି ନିଜର କର୍ମ ପାଇଁ ଭଲ ଓ ଖରାପ ଫଳ ପାଇଥାଏ । ବ୍ୟକ୍ତି ଯେଉଁ ଭଲ ବା ଖରାପ କାମ କରିଥାଏ ମୃ-ତ୍ୟୁ ପରେ ତାକୁ ଯମପୁରରେ ସେହିଭଳି ଦଣ୍ଡ ଭୋଗିବାକୁ ପଡିଥାଏ । ଆଜ୍ୟ ଆମେ ଆପଣ ମାନଙ୍କଉ ଗରୁଡ ପୁରାଣରେ କେଉଁ ୮ ଜଣ ଲୋକଙ୍କ ଘରେ ଭୋଜନ କରିଲେ ପାପର ଭାଗୀଦାର ହେବାକୁ ପଡିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଗରୁଡ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଚୋରୀ କରୁଥିବା ତା ଘରେ କେବେ ବି ଭୋଜନ କରିବା ଉଚିତ ନୁହେ । କାରଣ ଚୋରୀ ହୋଇଥିବା ଟଙ୍କାରେ ଭୋଜନ କରିଲେ ଅଶୁଭ ହୋଇଥାଏ । ତେଣୁ ଚୋରୀ କରିଥିବା ବ୍ୟକ୍ତିଙ୍କ ଘରେ ଭୋଜନ ଗ୍ରହଣ କରିଲେ ନିଜେ ମଧ୍ୟ ପାପର ଭାଗୀଦାରୀ ହେବାକୁ ପଡିଥାଏ ।

୨- ଯେଉଁ ବ୍ୟକ୍ତି ସୁଧ ଲଗାଇ ଲୋକଙ୍କ ଠାରୁ ଅଧିକ ଟଙ୍କା ଲୁଟ କରୁଥିବା ଗରୁଡ ପୂରଣ ଅନୁସାରେ ସେହି ବ୍ୟକ୍ତି ଘରେ ଭୋଜନ କରିବା ଅନୁଚିତ । କାହାର ପରିସ୍ଥିତିର ଫାଇଦା ଉଠାଇବା ଠିକ ନୁହେ ।

୩- ଯେଉଁ ବ୍ୟକ୍ତି ଘରେ କେହି ରୋଗରେ ପୀଡିତ ଥିବେ ସେହି ଘରେ ଭୋଜନ କରିଲେ ଆପଣ ବି ସେହି ରୋଗର ଶିକାର ହୋଇ ପାରନ୍ତି । ତେଣୁ ଏହିଭଳି ଘରେ ଭୋଜନ କରିବା ଅନୁଚିତ ।

୪- ଗରୁଡ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଅଧିକ କ୍ରୋଧୀ ହୋଇଥିବେ ତାଙ୍କ ଘରେ ଭୋଜନ ଗ୍ରହଣ କରିଲେ ସେହି କ୍ରୋଧ ଗୁଣ ଅନ୍ୟ ଉପରେ ପ୍ରଭାବ ପଡିଥାଏ । ତେଣୁ ଏଭଳି ବ୍ୟକ୍ତି ଘରେ ଭୋଜନ ଗ୍ରହଣ କରିବ ଅନୁଚିତ ।

୫- ଗରୁଡ ପୁରାଣ ଅନୁସାରେ କିନ୍ନର ମାନଙ୍କ ଘରେ ଭୋଜନ କରିବା ଅନୁଚିତ । କାରଣ ସେମାନେ ଦାନ ଧର୍ମରେ ଟଙ୍କା କମାଇଥାନ୍ତି ଯାହା କେହି ଭଲ ବା ଖରାପ ମନରେ ଦେଇଥାଏ ।

୬- ଗରୁଡ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ନିର୍ଦୟୀ ଅର୍ଥାତ ଯେଉଁ ବ୍ୟକ୍ତି ଅନ୍ୟ ପ୍ରତି ଅଧିକ କ୍ରୋଧିତ ହେଉଥିବ, କେବେ ବି ଅନ୍ୟ ଉପରେ ଦୟା କରୁ ନ ଥିବ, ନିରୀହ ପଶୁଙ୍କର ହ-ତ୍ୟା କରୁଥିବ ତେବେ ସେହି ଭଳି ଅମାନବୀୟ ବ୍ୟକ୍ତି ଘରେ ଭୋଜନ କରିବା ଉଚିତ ନୁହେ । କାରଣ ଏମାନେ ନିଜର ସୁଖ ପାଇଁ ଅନ୍ୟକୁ କଷ୍ଟ ଦେଇଥାନ୍ତି । ତେଣୁ ଏମାନଙ୍କ ଘରେ ଭୋଜନ ଗ୍ରହଣ କରିଲେ ବ୍ୟକ୍ତି ପାପୀ ହୋଇଥାଏ ।

୭- ଯେଉଁ ବ୍ୟକ୍ତି ନିଶା ଦ୍ରବ୍ୟ ବିକ୍ରି କରୁଥିବେ ସେହି ଭଳି ଘରେ ଭୋଜନ ଗ୍ରହଣ କରିବା ଉଚିତ ନୁହେ । କାରଣ ନିଶା କରିବା ପାପ ହୋଇଥିଲେ ଏମାନେ ନିଶ ଜିନିଷ ବିକ୍ରି କରି ଲୋକଙ୍କର ଜୀବନ ସହ ଖେଳିଥାନ୍ତି ।

୮- ଗରୁଡ ପୁରାଣ ଅନୁସାରେ ଯେଉଁ ସ୍ତ୍ରୀ ନିଜ ଘରକୁ ପର କରି ଅନ୍ୟ ପୁରୁଷ ସହ ସମ୍ପର୍କ ରଖିଥାଏ ସେହି ଘରେ ଭୋଜନ କରିବା ଉଚିତ ନୁହେ । ଏହିଭଳି ଘରେ ଭୋଜନ ଗ୍ରହଣ କରିଲେ ବ୍ୟକ୍ତି ପାପର ଭାଗୀଦାର ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।