ଅନଲାଇନରେ ବହି ଅର୍ଡର କରିଥିଲେ ଯୁବକ, ହେଲେ ପାର୍ସଲ ଭିତରୁ ଯାହା ବାହାରିଲା ନା… ସମସ୍ତେ ଆଶ୍ଚର୍ଯ୍ୟ !

ଜଣେ ଯୁବକ ଅନଲାଇନରେ ବହି ଅର୍ଡର କରିଥିଲେ । ଡେଲିଭେରି ବୟ ପ୍ଯାକେଜ ଆଣି ଘରେ ଦେଇଗଲେ । ହେଲେ ଏହାକୁ ଖୋଲିବା ପରେ ଯୁବକଜଣକ ଏକଦମ ଆଶ୍ଚର୍ଯ୍ୟ ହୋଇଗଲେ । ବ୍ୟସ୍ତବହୁଳ ଜୀବନ ଭିତରେ ଆଜିକାଲି ଅଧିକାଂଶ ଲୋକ ଅନଲାଇନ ସପିଙ୍ଗ କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଖାଇବା ଓ ନିତ୍ୟ ବ୍ୟବହାର୍ଜ୍ୟ ସାମଗ୍ରୀ ଠାରୁ ନେଇ ଘରଭଡା ମଧ୍ୟ ଅନଲାଇନରେ ଉପଲବ୍ଧ ହେଲାଣି ।

ହେଲେ ଅନଲାଇନ ଅର୍ଡର କରୁଥିବା ବେଳେ ଆପଣ ଅର୍ଡର କରୁଥିବା ସାମଗ୍ରୀ ବଦଳରେ ବିକ୍ରେତା ଯଦି ଅନ୍ୟକିଛି ଦେଇ ଦେବେ ଆପଣ କଣ କରିବେ କେବେ ଚିନ୍ତା କରିଛନ୍ତି କି ? ଜଣେ ଯୁବକଙ୍କ ସହ ଏଭଳି ଏକ ଘଟଣା ଘଟିଛି । ଯୁବକଜଣକ ଅନଲାଇନ ସପିଙ୍ଗ କରି ଯେଉଁ ପରିସ୍ଥିତିର ସାମ୍ନା କରିଛନ୍ତି ଆପଣ ନିହାତି ଜାଣି ରଖିବା ଦରକାର । ଇ-କମର୍ଶ ସାଇଟ ଆମାଜନରୁ ଏକ ବହି ଅର୍ଡର କରିଥିଲେ କସିସ ନାମକ ଜଣେ ଯୁବକ ଓ ଡେଲିଭେରି ବୟ ମଧ୍ୟ ପାର୍ସଲ ଆଣି ଘରେ ଦେଇ ଯାଇଥିଲେ ।

ହେଲେ ପାର୍ସଲ ଖୋଲିବା ପରେ କସିସ ଦେଖିଥିଲେ କି, ସେ ମଗାଇଥିବା ବହି ବଦଳରେ ସେହି ପ୍ଯାକେଜରେ ଅନ୍ୟ ଏକ ବହି ଥିଲା । ଆଉ ସେହି ବହିରେ ଲେଖାଥିଲା, ଲୁକିଙ୍ଗ ଫର୍ ଲଡୁ ? ଏହାର ଅର୍ଥ ଆପଣ ମିଠା ଖାଇବାକୁ ଚାହୁଁଛନ୍ତି କି ? ଏହାସହ ଏକ ଚିଠି ମଧ୍ୟ ସେଥିରେ ଥିଲା ।

ସେଥିରେ ଲେଖାଥିଲା କି, ଆପଣ ଅର୍ଡର କରିଥିବା ବହି ଆମ ପାଖରେ ଉପଲବ୍ଧ ନାହିଁ । ତେଣୁ ଏବେ ପାଇଁ ଏହି ପୁସ୍ତକଟିକୁ ଆପଣ ଉପଭୋଗ କରନ୍ତୁ । ଆପଣ ଅର୍ଡର କରିଥିବା ପୁସ୍ତକ ଆମ ପାଖରେ ଉପଲବ୍ଧ ହେଲେ ଆମେ ଆପଣଙ୍କ ପାଖକୁ ତାହା ପଠାଇ ଦେବୁ । ଆଉ ସେତିକି ବେଳେ ଆପଣଙ୍କୁ ମିଳିଥିବା ଏହି ପୁସ୍ତକଟିକୁ ଆପଣ ଫେରସ୍ତ କରିଦେବେ । କେବଳ ଏତିକି ନୁହେଁ ବରଂ ଏନେଇ ଆମାଜନରେ ନେଗେଟିଭ ରେଟିଙ୍ଗ ନଦେବା ପାଇଁ ମଧ୍ୟ ବିକ୍ରେତା ତାଙ୍କୁ ଚିଠିରେ ଅନୁରୋଧ କରିଛନ୍ତି ।

ଯୁବକଜଣକ ଏହି ଚିଠିର ଏକ ଫଟୋ ଟ୍ବିଟରରେ ଶେୟାର କରିବା ପରେ ବର୍ତ୍ତମାନ ଏହା ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।