ମା ପରି କିଏ ହେବ ! ମା’ର ଏମିତି ମମତା କୋଟି କୋଟି ଲୋକଙ୍କୁ କନ୍ଦେଇ ଦେଲା, ଦେଖନ୍ତୁ Video

କୁହାଯାଏ କି ଦୁନିଆର ସବୁଠୁ ବଡ ଯୋ-ଦ୍ଧା ହେଉଛି ମାଆ । ଜଣେ ମାଆ ନିଜ ଛୁଆର ଜୀବନ ବଞ୍ଚାଇବା ପାଇଁ ଥରେ ବି ଚିନ୍ତା ନକରି ନିଜ ଜୀବନକୁ ବି-ପ-ଦ-ରେ ପକାଇ ଦିଏ । କାରଣ ଦୁନିଆର ପ୍ରତ୍ଯେକ ମାଆକୁ ନିଜ ଛୁଆ ନିଜ ଜୀବନ ଠାରୁ ମଧ୍ୟ ଅଧିକ ପ୍ରିୟ ହୋଇଥାନ୍ତି । ମଣିଷ ହେଉ ବା ପଶୁ ମାଆ ର ମମତା ସମସ୍ତଙ୍କ ମନରେ ସମାନ ରହିଥାଏ । ଆଜି ଆମେ ଆପଣଙ୍କ ପାଇଁ ମା’ର ମମତାର ନିଦ୍ଦର୍ଶନର କିଛି ଉଦାହରଣ ଆପଣଙ୍କୁ ଦେଖାଇବୁ ଯାଉଛି । ଯାହା ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ ।

ଅଧିକ ବର୍ଷା ହେତୁ ଏହି ମା କୁକରର ଛୁଆ ନାଳ ଭିତରେ ଫସି ଯାଇଛନ୍ତି । ସେଠାରେ ତାଙ୍କ ପାଇଁ ନିଃଶ୍ଵାସ ନେବାକୁ ମଧ୍ୟ ଜାଗା ନାହିଁ । କିନ୍ତୁ ମା ସାଥିରେ ଥିଲେ ଭୟ କଣ । ଛୁଆଙ୍କୁ ବଞ୍ଚାଇବା ପାଇଁ ମା କୁକୁର ନିଜ ଗୋଡରେ ମାଟି ତାଡିବା ଆରମ୍ଭ କରି ଦେଇଥିଲା । ଆଉ ଜଣେ ବ୍ୟକ୍ତି ଗାଡରୁ ପାଣି ବାହାର କରିବାରେ ତାକୁ ସାହାଯ୍ୟ କରିଥିଲେ । କଡା ମେହନତ କରି ସଂକୀର୍ଣ୍ଣ ଗାଡ ମଧ୍ୟରେ ପଶି ମା କୁକୁର ଶେଷରେ ତା ଛୁଆଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା ।

ସିଂହକୁ ଜଙ୍ଗଲର ରାଜା କୁହାଯାଏ । କିନ୍ତୁ ମା’ର ମମତା ଆଗରେ ଅନେକ ସମୟରେ ରଜକୁ ମଧ୍ୟ ହାର ମାନିବାକୁ ପଡିଥାଏ । ଏହି ଭିଡିଓରେ ଗୋଟିଏ ସିଂହ ଜେବ୍ରା ଶି-କା-ର ପାଇଁ ତାଙ୍କ ପଛରେ ଦୌଡିଥିଲା ଓ ଗୋଟିଏ ଜେବ୍ରା ଛୁଆକୁ ନିଜ ଝାମ୍ପରେ ଧରି ପକାଇଥିଲା । କିନ୍ତୁ ସିଂହ ଜେବ୍ରା ଛୁଆର ଜୀବନ ନେବା ପୂର୍ବରୁ ତା ମାଆ ସେଠାରେ ପହଞ୍ଚି ଯାଇଥିଲା । ଆଉ ବାହାଦୁରି ଦେଖାଇ ସିଂହ ଠାରୁ ନିଜ ଛୁଆର ଜୀବନ ବଞ୍ଚାଇ ଆଣିଥିଲା । ସିଂହ ପଞ୍ଝାରୁ ଖସିବା ମାତ୍ରେ ମା ପୁଅ ସେଠାରୁ ଦୌଡି ପଳେଇଥିଲେ ।

ମା’କୁ ନିଜ ଛୁଆ ପାଇଁ କାହା ସାମନାରେ ହାତ ପତେଇବାକୁ ପଡିଲେ ମଧ୍ୟ ସେ ପଛକୁ ହଟେନାହିଁ । କାରଣ ତା ଛୁଆର ଦୁଃଖ ଠୁ ବଳି ଏହି ଦୁନିଆରେ ଆଉ କୌଣସି ଦୁଃଖ ନଥାଏ । ଏହି କଥାକୁ ଦର୍ଶାଉଥିବା ଏହି ଭିଡିଓ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ । ଏଥିରେ ଗୋଟିଏ ମା କୁକୁର ନିଜ ଛୁଆକୁ ବଞ୍ଚାଇବା ପାଇଁ ରାସ୍ତାରେ ଯାଉଥିବା ଗାଡିଗୁଡିକ ସାମନାରେ ଭୋକି ଭୋକି ଅଟକାଇବାକୁ ଚେଷ୍ଟା କରୁଛି ।

ଯେମିତି ଗାଡିରୁ କେହି ଆସି ତା ଛୁଆକୁ ବଞ୍ଚାଇବା ପାଇଁ ଚେଷ୍ଟା କରିବ । ଗାଡି ନ ଅଟକିବାରୁ ମାଆ ଆହୁରି ଅଧିକ କାକୁତି ମିନତି ହେବା ଭଳି ଗାଡି ସାମନାରେ ଆସି ଯାଉଛି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।