ହାର୍ଟ ଆଟାକ ଭଳି କେତେକ ରୋଗକୁ ଦୂରରେ ରଖିଥାଏ ପଣସ, ଜାଣନ୍ତୁ ଏହାର ଲାଭ

ଆଜିକାଲି କାମର ଅଧିକ ପ୍ରଭାବ ଓ କାମରେ ଅଧିକ ବ୍ୟସ୍ତ ରହିବା କାରଣରୁ ଲୋକମାନେ ବ୍ଲଡ ପ୍ରେସର ଓ ହାର୍ଟଟାକ ଭଳି ରୋଗରେ ପୀଡିତ ହେଉଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ଏହି ସମସ୍ତ ରୋଗକୁ କଣ୍ଟ୍ରୋଲରେ ରଖି ପାରିବେ । କହିବାକୁ ଗଲେ ପଣସ ଏକ ଏମିତି ଜିନିଷ ଅଟେ ଯେଉଁଥିରେ କ୍ୟାଲସିୟମ, ପୋଟାସିୟମ, ଆୟରନ, ଜିଙ୍କ, ଥାଇମିନ, ନିୟାସିନ, ରାଇବୋଫ୍ଲେୱିନ, ଭିଟାମିନ ଏ, ଭିଟାମିନ ସୀ, ଭିଟାମିନ B6 ପୌଷ୍ଟିକ ତତ୍ୱ ମିଳିଥାଏ ।

ଏଥିରେ କ୍ୟାଲୋରି ଅଧିକ ନ ଥାଏ ଓ ଫାଇବରର ମାତ୍ରା ବି ଭରପୁର ରହିଥାଏ । ସେଥିପାଇଁ ଏହାର ସେବନ ଦ୍ଵାରା ଆପଣଙ୍କୁ ଏକ୍ସଟ୍ରା କ୍ୟାଲୋରିର ଚିନ୍ତା କରିବା ଦରକାର ନାହିଁ । ତେବେ ଆସନ୍ତୁ ଜାଣିବା ପଣସ ଦ୍ଵାରା ହେଉଥିବା ଲାଭ ବିଷୟରେ ।

ବ୍ଲଡ ପ୍ରେସର –

ପଣସ ହାଇ ବ୍ଲଡ ପ୍ରେସର ରୋଗୀମାନଙ୍କ ପାଇଁ ଭଲ ହୋଇଥାଏ । ବ୍ୟକ୍ତିମାନଙ୍କ ଶରୀରରେ ସୋଡିୟମର ମାତ୍ରା ଅଧିକ ହୋଇ ଯିବା କାରଣରୁ ହାଇ ବ୍ଲଡ ପ୍ରେସର ହୋଇଥାଏ । ପଣସରେ ପୋଟାସିୟମ ଥାଏ । ଏହା ଶରୀରରେ ସୋଡିୟମର ସ୍ତରକୁ କମ କରିବାରେ ସାହାର୍ଯ୍ୟ କରିଥାଏ ଓ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ ରଖିଥାଏ ।

ଏନର୍ଜୀରେ ଭରପୁର ପଣସ –

ପଣସରେ ଫ୍ରକ୍ଟୋଜ ଓ ସୁକ୍ରୋଜ ଥାଏ । ସେଥିପାଇଁ ପାଚିଲା ପଣସ ଖାଇବା ଦ୍ଵାରା ବି ଆପଣଙ୍କ ବ୍ଲଡରେ ସୁଗାର ବଢି ନ ଥାଏ । ପଣସରେ କୋଲେସ୍ଟ୍ରଲ କମ ଥାଏ କିନ୍ତୁ ଏହା ଏନର୍ଜୀରେ ଭରପୁର ହୋଇଥାଏ । ପାଚିଲା ପଣସର ରସକୁ ବାହାର କରି ପାଣିରେ ଗରମ କରି ଦିଅନ୍ତୁ ଓ ଏହାକୁ ଥଣ୍ଡା କରି ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଇଂଷ୍ଟାନ୍ଟ ଏନର୍ଜୀ ମିଳିବ ।

ହୃଦୟ ପାଇଁ ଲାଭଦାୟକ –

ପଣସର ସେବନ ଦ୍ଵାରା ଆପଣ ହୃଦୟ ଜନିତ ରୋଗରୁ ବି ଦୂରରେ ରହି ପାରିବେ । ଏହି ଫଳରେ ଭିଟାମିନ B6 ଥାଏ ଯାହା ବ୍ଲଡରେ ହୋମୋସିସ୍ଟୀନ ସ୍ତରକୁ କମ କରିଥାଏ । ଯାହା ଦ୍ଵାରା ହାର୍ଟଟାକ ଓ ସ୍ଟ୍ରୋକର ଭୟ କମ ହୋଇଯାଏ । ପଣସରେ କ୍ୟାଲୋରି ବହୁତ କମ ଥାଏ । ସେଥିପାଇଁ ହୃଦୟ ଜନିତ ରୋଗରେ ପୀଡିତ ଥିବା ବ୍ୟକ୍ତିମାନଙ୍କ ପାଇଁ ପଣସ ସେବନ ଭଲ ହୋଇଥାଏ । ପଣସରେ ପୋଟାସିୟମ ଥାଏ । ସେଥିପାଇଁ ଏହା ହାଇ ବ୍ଲଡ ପ୍ରେସର ରୋଗୀମାନଙ୍କ ପାଇଁ ବି ଲାଭଦାୟକ ଅଟେ ।

ହାଡ ଗୁଡିକୁ ମଝବୁତ –

ପଣସରେ କ୍ୟାଲସିୟମ, ମ୍ୟାଗ୍ନେଶିୟମ ବି ପ୍ରଚୁର ମାତ୍ରାରେ ଥାଏ । ସେଥିପାଇଁ ଏହା ହାଡ ପାଇଁ ଲାଭଦାୟକ ଅଟେ । ଏହା ଛଡା ପଣସରେ ପୋଟାସିୟମ ବି ହୋଇଥାଏ ଯାହା ଶରୀରରେ କ୍ୟାଲସିୟମକୁ ରୋକିବାରେ ସାହାର୍ଯ୍ୟ କରିଥାଏ । କ୍ୟାଲସିୟମ ଓ ମ୍ୟାଗ୍ନେଶିୟମ ଦ୍ଵାରା ହାଡ ଗୁଡିକ ମଝବୁତ ହୋଇଥାଏ ।

ପେଟ ସମସ୍ୟା ପାଇଁ –

ପଣସରେ ଫାଇବର ଭରପୁର ମାତ୍ରାରେ ଥାଏ । ଯାହା ଶରୀରର ମଳକୁ ନରମ କରିଦିଏ । ଏହା ଦ୍ଵାରା ଆପଣଙ୍କ ପାଚନ ପ୍ରକ୍ରିୟା ଠିକ ରହିଥାଏ ଓ ପେଟ ବି ସଫା ରହିଥାଏ । ପଣସ ଶରୀରର ଅନ୍ତ ଗୁଡିକ ପାଇଁ ବି ଭଲ ଅଟେ । ଏହାର ସେବନ ଦ୍ଵାରା ପାଇଲ୍ସରୁ ବି ଆରାମ ମିଳିଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।