ନିଜ କୁକୁର ବିବାହରେ ୨କୋଟିରୁ ବି ଅଧିକ ଟଙ୍କା ଖର୍ଚ୍ଚ କରିଦେଲେ ଏହି ନବାବ, ଆଉ ତା ପରେ…

ଭାରତର ରାଜା ମହାରାଜା ମାନଙ୍କର ଜୀବନଶୈଳୀ ସବୁବେଳେ ଚର୍ଚାରେ ରହିଥାଏ । ରାଜା ଏବଂ ନବାବ ମାନଙ୍କର ଏମିତି ସୌକ ଥାଏ କି ଯାହା ବିଦେଶରେ ବି ତାଙ୍କର ଚର୍ଚା ହୋଇଥାଏ । ନିଜର ସୌକ କୁ ପୂରଣ କରିବା ପାରେ ସେମାନେ ଏତେ ଟଙ୍କା ଖର୍ଚ କରିଥାନ୍ତି କି ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆମ ଦେଶରେ ମଧ୍ୟ ସେମିତି କେତେକ ରାଜା ଅଛନ୍ତି । ଆମ ଦେଶରେ ଜଣେ ରାଜା ରୋଲ୍ସ ରୟଲକୁ ଅଳିଆ ଉଠାଇବା ପାଇଁ କାମରେ ଲଗାଇଲେ ତ ଅନ୍ୟ ଏକ ରାଜା ଦାମୀ ଡାଇମଣ୍ଡକୁ ପେପରୱେଟ ଭାବରେ ବ୍ୟବହାର କରୁଥିଲେ ।

ଏମିତି ସୌକ ରଖୁଥିବା ରାଜା ନବାବ ଙ୍କ ଭିତରେ ଥିଲେ ଜୁନାଗଡ ର ନବାବ ମହାବତ ଖାନ । ସେ କୁକୁର ମାନଙ୍କୁ ବହୁତ ଭଲ ପାଉଥିଲେ । ସେ ୮୦୦ ଟି କୁକୁର ପାଳି ଥିଲେ । ପ୍ରତ୍ୟକ କୁକୁରଙ୍କ ପାଇଁ ଅଲଗା କୋଠରି, ଟେଲିଫୋନ ଏବଂ ଚାକିରିର ବ୍ୟବସ୍ଥା ଥିଲା । ଯଦି କୌଣସି କୁକୁର ମରି ଯାଉଥିଲା ତାର ମଣିଷଙ୍କ ଭଳି ସବୁ ବିଧି ବିଧାନ ଅନୁସାରେ ଶବ ସତ୍କାର କରୁଥିଲେ । କିନ୍ତୁ ସବୁ କୁକୁର ଙ୍କ ଭିତରେ ତାଙ୍କର ଗୋଟିଏ ପ୍ରିୟ କୁକୁର ଥିଲା ଯାହାର ନାମ ରୋଶନା ଥିଲା ।

ତାଙ୍କର କୁକୁର ପ୍ରତି ଭଲ ପାଇବାକୁ ନେଇ ମହାନ ଇତିହାସକାର ଡାମିନିକ ଲାପିୟର ଏବଂ ଲେରୀ କାଲିନ୍ସ ନିଜ ବହି ‘ଫ୍ରିଡମ ଏଟ ମିଡନାଇଟ’ ରେ ବି ତାଙ୍କ ବିଷୟରେ ଲେଖିଛନ୍ତି । ମହାବତ ଖାନ ରୋଶନା ର ବିବାହ ବଡ ଧୂମ ଧାମରେ ବାବି ନାମକ କୁକୁର ସହିତ କରାଇ ଥିଲେ । ସୂଚନା ଅନୁସାରେ ସେହି ବିବାହରେ ସେ ଆଜି ହିସାବରେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ଖର୍ଚ କରିଥିଲେ ।

ଏହି ବିବାହରେ ସେ ରୋଶନାକୁ ସୁନାର ହାର, କଡା ଏବଂ ଆହୁରି ବି ଅନେକ ଗହଣା ପିନ୍ଧାଇ ଥିଲେ । ୨୫୦ କୁକୁର ତାଙ୍କୁ ରେଳ ଷ୍ଟେସନରେ ସ୍ଵାଗତ କରିଥିଲେ । ଏହି ବିବାହର ନିମନ୍ତ୍ରଣ ପତ୍ର ବଡବଡ ରାଜା ମହାରାଜା ଏବଂ ବ୍ୟବସାୟିଙ୍କୁ ପଠାଯାଇଥିଲା । କୁହାଯାଇଛି କି ଏହି ବିବାହରେ ବାୟସରୟ ଆସିବା ପାଇଁ ମନା କରିଦେଇ ଥିଲେ । ସୂଚନା ଅନୁସାରେ ଏହି ବିବାହରେ ଦେଢ ଲକ୍ଷରୁ ଅଧିକ ଅତିଥି ଆସିଥିଲେ ।