Interesting Gk Questions- ଅଣ୍ଡା ଦିଏ ନାହିଁ ଗଛରେ ଝୁଲେ, ଫଳମୂଳ ଖାଇ ରାତିରେ ବୁଲେ, କୁହ ତେବେ ମୁଁ କିଏ ?

ଆମ ଆଗରେ ଅନେକ ପ୍ରଶ୍ନ ଥାଏ ଯାହାର ଅର୍ଥ ଆମେ ଜାଣି ନଥାଉ । କିନ୍ତୁ ଆମେ ଏହାକୁ ସାଧାରଣ ଜୀବନରେ ଦେଖିବା ପାଇଁ ପାଇ ଥାଉ । କିନ୍ତୁ ଆମେ ଯଦି ଦେଖିବା ପାଇଁ ଯିବା ତ ଏହାର ଅର୍ଥ ଏକ ପହେଲି ଭଳି ଥାଏ । ଏହାର ଅର୍ଥ ଆପଣ ଉତାର ମଧ୍ୟରେ ପାଇ ଯିବେ । ତେବେ ଆସନ୍ତୁ ଜାଣିବା ଏହି ଭଳି କିଛି ପହେଲି ରେ ଥିବା ପ୍ରଶ୍ନ ର ଉତ୍ତର ।

(୧) ଅଣ୍ଡା ଦିଏ ନାହିଁ ଗଛରେ ଝିଲେ ଫଳ ମୂଳ ଖାଇ ରାତିରେ ବୁଲେ ଦାନ୍ତ ଅଛି ଥଣ୍ଟ ନାହିଁଟି କହିଲ ଦେଖି ଇଏ କୋଉ ପକ୍ଷୀଟି ?

ଉତ୍ତର – ବାଦୁଡି

(୨) ଅଣ କୋଇଲା ବାପା ପୁଅ କାହୁଁ ଆଇଲା ଏହାର ଅର୍ଥ କଣ ?

ଉତ୍ତର –  ଛତୁ

(୩) ଆଇଲାରେ କଳାପାହାଡ ବସିଲାରେ ମାଡି ଚାରି ସଂସାର ବୁଲି ଆଇଲିକେହି ନପାରିଲି ତଡି ଏହାର ଅର୍ଥ କଣ ?

ଉତ୍ତର – ରାତି

(୪) ଅବଧାନେ ଅବଧାନେ ଯାଇଥିଲେ କୋଉ ଗାଁ ଫଳ ଉପରେ ଫୁଲ ଅଛି କହି ଦିଅ ତାର ନାଁ ?

ଉତ୍ତର – ଲଙ୍କା ଆମ୍ବ

(୫) ଅଙ୍କ ମନ୍ତରେ ଅଙ୍କ ଆଗେ ଶୁନ କେତେ ଅନ୍ତର ?

ଉତ୍ତର – ନଅ

(୬) ଅରଡ ଚଢେଇ ବରଡ ପକ୍ଷୀ କେଉଁ ଚଢେଇର ୩ ଟି ଆଖି ?

ଉତ୍ତର – ନଡିଆ

(୭) ଅଳସୁଆ ନୁହେଁ ସେଇ ପିଲାଟି ଖୁଦ ଚାଉଳକୁ ନିଅଇ ଖୁଣ୍ଟି ପେଟ ପୁରିଗଲା ପରେ ଭବିଷ୍ୟତ ପାଇଁ ସଞ୍ଚି ରଖିଥାଏ ସେ କିଏ ଗାତରେ ତାର ?

ଉତ୍ତର – ପିମ୍ପୁଡି

(୮) ଅକାଳେ ବାବଜି ସକାଳେ ଦେଖା ସାରା ତାର ହଳଦୀ ମଖା ଆସିଲା ବସନ୍ତ ଋତୁ ଗଛ ବସି ଉଡି ଯାଇ ପୁଣି ଜାଣ କି ସେ ବାବାଜୀ କୁ ?

ଉତ୍ତର – ହଳଦୀ ବସନ୍ତ

(୯) ଅଶି ଗୋଡ ତାର ଆଶିକ ପଞ୍ଚରି ନିକୁଞ୍ଜ ବନରେ ଥାଏ ସୀତା ପଚାରିଲେ ଲକ୍ଷ୍ମଣ ଭାଇ ଏ ଜନ୍ତୁ କି ଫଳ ଖାଏ ?

ଉତ୍ତର – ସମୀପୋକ ଛତୁ ଖାଏ

(୧୦) ଅଇଲା ବଣ ଚଢେଇ ବସିଲା ଡେଣା ମେଲାଇ ଧାଇଲା ମାଛ ଖାଇଲା ନାହିଁ ?

ଉତ୍ତର – ଜାଲ ମାଛ

(୧୧) ଅରଟ କେଁ କଟର ପୋଖରୀ ଭିତରେ କରୁଛି ନାଟ ଚମରି ଚଢେଇ ଧରିଛି ଟାଣି ଶୁଖିଲା କାଠରୁ ବହୁଛି ପାଣି ?

ଉତ୍ତର – ତେଲି ଘଣା

(୧୨) ଅତନ କଲି ଜତନ କଲି ନପାରି ଫୋପାଡି ଦେଲି ?

ଉତ୍ତର – ଦାନ୍ତ କାଠି

(୧୩)  ଅମୁହାଁ ଦେଉଳ କରିଛି ଘର ତିଳ ଚୋପା ପରି କବାଟ ତାର ସଦାବେଳେ ଶେଠୀ ତାଲା ପଡିଛି ଦେବତା ଭିତରେ କାର୍ଯ୍ୟ କରୁଛି ?

ଉତ୍ତର – ଜୀବସ୍ରଷ୍ଟା

(୧୪) ଅତି ଦରକାରୀ ସକଳ ଦ୍ରବ୍ଯ ଲଗେଇ ଥାଏ ସେ ସେଠାରେ ଭାବ ଶେଷ ଘେନି ଯାଏ କିଏ ସେ ଯିବ ଛାଡି ଯାଇ ଥାଏ କେଉଁ ଦରବ ?

ଉତ୍ତର – ପାପ ପୁନ୍ୟ