ଏହି ଲୋକମାନଙ୍କୁ ଭୁଲରେ ବି କରିବା କଥା ନୁହେଁ ଅମୃତଭଣ୍ଡାର ସେବନ, କାରଣ ଜାଣିଲେ ହେଇଯିବେ ଆଶ୍ଚର୍ଯ୍ୟ

ଅମୃତଭଣ୍ଡାକୁ ଆପଣ ଫଳ ବି କହି ପାରିବେ ଓ ପନିପରିବା ବି କହି ପାରିବେ । କାରଣ ଆପଣ ଅମୃତଭଣ୍ଡାକୁ ପାଚିଲା ସେବନ କରି ପାରିବେ ଓ ତରକାରୀ କରି ବି ଖାଇ ପାରିବେ । ଅମୃତଭଣ୍ଡା ସାଧାରଣତଃ ସବୁଜ ହୋଇଥାଏ କିନ୍ତୁ ପାଚି ଗଲା ପରେ ଏହା ହଳଦିଆ ରଙ୍ଗର ହୋଇଯାଏ । ଏହାକୁ ଆପଣ କଞ୍ଚା ଓ ପାଚିଲା ଉଭୟ ରୂପରେ ଉପଯୋଗ କରି ପାରିବେ । ଏହା ସହିତ ଆପଣ ଅମୃତଭଣ୍ଡା ଗଛକୁ ନିଜ ଘର ପାଖରେ ଅତି ସହଜରେ ଲଗାଇ ବି ପାରିବେ ।

ଅମୃତଭଣ୍ଡାରେ ମ୍ୟାଗ୍ନେସିୟମ, ପୋଟାଶିୟମ, ପ୍ରୋଟୀନ ଓ ଫାଇବର ଥାଏ । ଯାହାର ସେବନ କରିବା ବହୁତ ଲାଭଦାୟକ ହୋଇଥାଏ । କିନ୍ତୁ ଅନ୍ୟ ପଟେ ଅମୃତଭଣ୍ଡା କେତେକ ଲୋକମାନଙ୍କ ପାଇଁ ହାନିକାରକ ବି ହୋଇପାରେ । ଆୟୁର୍ବେଦ ଅନୁସାରେ କିଛି ସ୍ଥିତିରେ ଅମୃତଭଣ୍ଡାର ସେବନ ଲାଭ ଜାଗାରେ କ୍ଷତି ପହଞ୍ଚାଇ ଥାଏ । ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ ।

ଗର୍ଭବତୀ ମହିଳାମାନଙ୍କୁ

ଗର୍ଭବତୀ ମହିଳାମାନଙ୍କୁ ଅମୃତଭଣ୍ଡାର ସେବନ କରିବା ଉଚିତ ନୁହେଁ । ଏହାର ସେବନ କରିବା ଦ୍ଵାରା ଗର୍ଭପାତ ହେବାର ସମ୍ଭାବନା ଥାଏ ।

ନିଜ ସନ୍ତାନକୁ କ୍ଷୀର ଦେଉଥିବା ମା ମାନଙ୍କୁ

ଯେଉଁ ମହିଳାମାନେ ନିଜର ସନ୍ତାନକୁ ସ୍ତନ୍ୟପାନ କରୁଛନ୍ତି ତାଙ୍କୁ ବି ଅମୃତଭଣ୍ଡା ଠାରୁ ଦୂରେଇ ରହିବା ଉଚିତ । କାରଣ ଅମୃତଭଣ୍ଡାରେ ଥିବା ପେପେଲ ନାମକ ପଦାର୍ଥ ନବଜାତ ଶିଶୁ ପାଇଁ ହାନିକାରକ ଅଟେ ।

କ୍ୟାରୋଟେନୀମିୟା ରୋଗୀମାନଙ୍କୁ

ଯେଉଁ ଲୋକମାନେ କ୍ୟାରୋଟେନୀମିୟା ନାମକ ରୋଗରେ ପୀଡିତ ଅଛନ୍ତି ସେମାନଙ୍କୁ ବି ଅମୃତଭଣ୍ଡା ଖାଇବା ଉଚିତ ନୁହେଁ । ଏଥିରେ ଲେତିସ ନାମକ ପଦାର୍ଥ ଥାଏ । ଯାହା ତାଙ୍କ ପାଇଁ ସ୍କିନ ଇନ୍ଫେକ୍ସନର କାରଣ ହୋଇପାରେ ।

ବିପିର ଔଷଧ ଖାଉଥିବା ଲୋକମାନଙ୍କୁ

ଯେଉଁ ଲୋକମାନେ ବିପିକୁ ନିୟନ୍ତ୍ରିତ କରିବା ପାଇଁ ଔଷଧର ସେବନ କରନ୍ତି । ତାଙ୍କୁ ବି ଅମୃତଭଣ୍ଡା ଖାଇବା ଉଚିତ ନୁହେଁ । ଏହା ବ୍ଲଡ ସୁଗାରକୁ ବଢାଇ ଥାଏ ।

କିଡନୀରେ ସ୍ଟୋନ ହୋଇଥିବା ଲୋକମାନଙ୍କୁ

ଯେଉଁ ଲୋକମାନଙ୍କ କିଡନୀରେ ସ୍ଟୋନ ହୋଇଛି । ତାଙ୍କୁ ବି ଅମୃତଭଣ୍ଡା ଖାଇବା ଉଚିତ ନୁହେଁ, କାରଣ ଅମୃତଭଣ୍ଡାରେ ଭିଟାମିନ C ଥାଏ, ଯାହା ସ୍ଟୋନକୁ ବଢାଇଥାଏ ।

 

ପେଟ ଖରାପ ହୋଇଥିବା ଲୋକମାନଙ୍କୁ

ଯେଉଁ ଲୋକମାନଙ୍କ ପେଟ ଖରାପ ହୋଇଛି କିମ୍ବା ପେଟ ସମ୍ବନ୍ଧିତ ଅନ୍ୟ କିଛି ସମସ୍ୟା ଅଛି, ତେବେ ତାଙ୍କୁ ବି ଅମୃତଭଣ୍ଡା ଖାଇବା ଉଚିତ ନୁହେଁ । ଏହା ଆପଣଙ୍କ ସମସ୍ୟାକୁ ଆହୁରି ବଢାଇ ପାରେ ।

ହୃଦୟ ଜନିତ ରୋଗୀମାନଙ୍କୁ

ଯେଉଁ ଲୋକମାନେ ହାର୍ଟ ସମ୍ବନ୍ଧିତ ସମସ୍ୟାରେ ପୀଡିତ ଅଛନ୍ତି ଓ ରକ୍ତକୁ ପତଳା କରିବା ପାଇଁ ଔଷଧର ସେବନ କରୁଛନ୍ତି, ତାଙ୍କ ପାଇଁ ଅମୃତଭଣ୍ଡା ନିଷେଧ ଅଟେ । କାରଣ ଏହା ରକ୍ତକୁ ଗାଢା କରିଥାଏ ।

ବେକର ସମସ୍ୟା ଥିବା ଲୋକମାନଙ୍କୁ

ଯଦି ଆପଣଙ୍କୁ ବେକ ସମ୍ବନ୍ଧିତ ସମସ୍ୟା ଅଛି ତେବେ ଆପଣଙ୍କୁ ଅମୃତଭଣ୍ଡା ଖାଇବା ଉଚିତ ନୁହେଁ । ନଚେତ ସମସ୍ୟା ଆହୁରି ବି ବଢିପାରେ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।